ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

‘ଓମିକ୍ରନ’: ପ୍ରଥମ କଟକଣା ନିର୍ଦେଶନାମା ଆସିଲା

0

ନୂଆଦିଲ୍ଲୀ: କରୋନାର ନୂଆ ରୂପ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଲାଣି।’ଓମିକ୍ରନ୍’କୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ବିମାନ ଯାତ୍ରୀମାନଙ୍କ ପାଇଁ ଭ୍ରମଣ ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛି। ଡିସେମ୍ବର ପହିଲାରୁ ଏହା ଲାଗୁ ହେବ। ଏଥିରେ କୁହାଯାଇଛି ଯେ ଆନ୍ତର୍ଜାତୀୟ ଯାତ୍ରୀମାନେ ନିଶ୍ଚିତ ଭାବରେ ୧୪ ଦିନର ଯାତ୍ରା ଇତିହାସ ଦାଖଲ କରିବେ ଏବଂ କୋଭିଡ ନେଗେଟିଭ୍ ପରୀକ୍ଷା ଫଳାଫଳ ଅପଲୋଡ୍ କରିବେ।

ନୂଆ ନିର୍ଦେଶନାମା ଅନୁସାରେ, ଯାତ୍ରୀମାନଙ୍କୁ ଅନଲାଇନ୍ ଏୟାର ସୁବିଧା ପୋର୍ଟାଲରେ ଏକ ଆତ୍ମ-ଘୋଷଣା ଫର୍ମ ଦାଖଲ କରିବାକୁ ପଡିବ ଏବଂ ଗତ ଦୁଇ ସପ୍ତାହ ମଧ୍ୟରେ ଯାତ୍ରା ଇତିହାସ ଏଥିରେ ଅନ୍ତର୍ଭୁକ୍ତ କରାଯିବ। ସେମାନଙ୍କୁ କୋଭି଼ଡ୍ ଆରଟିପିସିଆର୍ ନେଗଟିଭ ପରୀକ୍ଷା ରିପୋର୍ଟ ଅପଲୋଡ୍ କରିବାକୁ ପଡିବ ଏବଂ ଏହା ଯାତ୍ରାର ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଉଚିତ। କୋଭିଡ୍ ପରୀକ୍ଷା ରିପୋର୍ଟର ସତ୍ୟତା ସମ୍ବନ୍ଧରେ ଏକ ଘୋଷଣା ମଧ୍ୟ ଆବଶ୍ୟକ ହେବ। ଯଦି ଏହି ରିପୋର୍ଟରେ ଜାଲିଆତି ହୋଇଥିବା ଜଣାପଡେ, ତେବେ ଯାତ୍ରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କେନ୍ଦ୍ର ସରକାର କହିଛନ୍ତି, ୧୨ ବିପଦପୂର୍ଣ୍ଣ ଦେଶରୁ ଯାତ୍ରୀମାନଙ୍କ ପାଇଁ ଏହା ଲାଗୁ ହେବ। ସେମାନଙ୍କୁ କୋଭିଡ ପରୀକ୍ଷଣ ରିପୋର୍ଟ ଆସିବା ପର୍ଯ୍ୟନ୍ତ ବିମାନ ବନ୍ଦରରୁ ଯିବା କିମ୍ବା କୌଣସି ସଂଯୋଗକାରୀ ବିମାନ ନେବା ପୂର୍ବରୁ ଫଳାଫଳକୁ ଅପେକ୍ଷା କରିବାକୁ ପଡିବ। ଯଦି ପରୀକ୍ଷା ନକରାତ୍ମକ ଆସେ ତେବେ ସେମାନେ ୭ ଦିନ ପାଇଁ ହୋମ କ୍ବାରେଣ୍ଟାଇନରେ ରହିବେ। ଅଷ୍ଟମ ଦିନରେ ପୁଣି ଥରେ ପରୀକ୍ଷା କରାଯିବ ଓ ଏହି ରିପୋର୍ଟ ପରେ ସେମାନେ ବାହାରକୁ ଆସିପାରିବେ।

ସେହିଭଳି ଯଦି ସ୍କ୍ରିନିଂ ସମୟରେ ଯଦି ଏପରି ଯାତ୍ରୀମାନେ ଲକ୍ଷଣ ଥିବା ଜଣାପଡେ, ତେବେ ସେମାନଙ୍କୁ ତୁରନ୍ତ ଅଲଗା କରି ଚିକିତ୍ସା କରାଯିବ। ଯଦି ସେମାନେ ପଜିଟିଭ୍ ବାହାରେ ତେବେ ସେମାନଙ୍କ ନମୁନାଗୁଡିକ INSACOG ଲାବୋରେଟୋରି ନେଟୱାର୍କ, SARS-CoV-2 ରେ ଜେନୋମିକ୍ ପରିବର୍ତ୍ତନ ଉପରେ ନଜର ରଖିବା ପାଇଁ ସରକାରଙ୍କ ଦ୍ୱାରା ସ୍ଥାପିତ ଏକ ମଲ୍ଟି ଲାବୋରେଟୋରି, ମଲ୍ଟି ଏଜେନ୍ସି, ପ୍ୟାନ୍ ଇଣ୍ଡିଆ ନେଟୱାର୍କରେ ଜେନୋମିକ୍ ପରୀକ୍ଷା ପାଇଁ ପଠାଯିବ। ଏହା ପରେ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ଅନୁଯାୟୀ ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ବାରା କଡା ନଜର ରଖାଯିବ।

Leave A Reply

Your email address will not be published.