ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

କେଉଁଠି ମାଡ଼ ହେବ ସମ୍ଭାବ୍ୟ ବାତ୍ୟା, ଜାଣନ୍ତୁ

0
  • ୧୦୦ ବର୍ଷ ଭିତରେ ଡିସେମ୍ବରରେ କେବେ ବି ଓଡ଼ିଶା ଛୁଇଁନି ବାତ୍ୟା
  • କିଛି ପାଣିପାଗ ବିଜ୍ଞାନୀ କହୁଛନ୍ତି ୧୮୯୧ରେ ଏମିତି ପରିସ୍ଥିତି ହୋଇଥିଲା
  • ଭୀଷଣ ବର୍ଷା ନେଇ ଆସୁଛି, କିଛି ସ୍ଥାନରେ ବିତ୍ପାତ ରଚାଇପାରେ

ଭୁବନେଶ୍ବର: ମେ’ ମାସରେ ଅତି ଭୀଷଣ ରୂପ ନେଇ ଆସିଥିବା ବାତ୍ୟା ‘ୟାସ୍’ ଓଡ଼ିଶା ଉପକୂଳ ବାଲେଶ୍ବରରେ ସ୍ଥଳଭାଗ ଛୁଇଁଥିଲା। ବାଲେଶ୍ବର-ଭଦ୍ରକ-କେନ୍ଦ୍ରାପଡାରେ ଏ କ୍ଷତ ଏଯାଏ ଶୁଖିନି। ସେପ୍ଟେମ୍ବର ୨୬ ତାରିଖରେ ବାତ୍ୟା ‘ଗୁଲାବ’ ମାଡ଼ରୁ ଅଳ୍ପକେ ବର୍ତ୍ତିଛି ଓଡ଼ିଶା। ସମୁଦ୍ର ଭିତରେ ଦାନା ବାନ୍ଧିଲାଣି ବାତ୍ୟା ‘ଜୱାଦ’। ଭାରତର ପାଣିପାଗ ବିଭାଗ ପୂର୍ବାନୁମାନ କରିସାରିଲାଣି ଯେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆସନ୍ତା ୪୮ ଘଣ୍ଟାରେ ଅର୍ଥାତ୍ ୨ ତାରିଖ ବେଳକୁ ଅବପାତ ରୂପ ନେବ। ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ କିନ୍ତୁ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇଯିବ। ୪ ତାରିଖରେ ସ୍ଥଳ ଭାଗ ଛୁଇଁବା ବେଳକୁ ଏହା ଭୀଷଣ ରୂପ ନେଇ ଉପକୂଳ ଛୁଇଁବା ସମ୍ଭାବନା ଅଧିକ।

ସମ୍ଭାବ୍ୟ ବାତ୍ୟା କେଉଁଠାରେ ସ୍ଥଳ ଭାଗ ଛୁଇଁବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ୍। ୨ ତାରିଖ ବେଳକୁ ଭାରତର ପାଣିପାଗ ବିଭାଗ ଏହି ଚିତ୍ର ଆଙ୍କିପାରେ। କିନ୍ତୁ ବିଭିନ୍ନ ମଡେଲ ଆକଳନ କରି ପାଣିପାଗ ବିଜ୍ଞାନୀ ସଙ୍କେତ ଦେଉଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ପାଇଁ ଅଧିକ ବିପଦ ସୃଷ୍ଟି କରିବ। ଆନ୍ଧ୍ର, ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ତୁଳନାରେ ଓଡ଼ିଶାରେ ଅଧିକ କ୍ଷତି ପହଞ୍ଚାଇବ। ଆଉ ପାଦେ ଆଗକୁ ଯାଇ କହିଲେ, ଏହା ଶ୍ରୀକାକୁଲମ୍-ପୁରୀ ମଧ୍ୟରେ ଉପକୂଳ ଛୁଇଁବା ସମ୍ଭାବନା ଅଧିକ ରହିଛି। ଅତି ବେଶୀ ହେଲେ ପାରାଦୀପ ପାଖାପାଖି ସ୍ଥଳଭାଗରେ ମାଡ଼ ହୋଇପାରେ।

ବର୍ତ୍ତମାନ ଯାହା କୁହାଯାଉଛି, ବାତ୍ୟା ୪ ତାରିଖରେ ଉପକୂଳରେ ମାଡ଼ ହେବା ବେଳକୁ ପବନର ଗତି ୯୦ରୁ ୧୦୦ କିଲୋମିଟର ଥିବ ଓ ବେଳେ ବେଳେ ୧୧୦ କିଲୋମିଟର ବେଗରେ ଝଟକା ଦେଇପାରେ। ଏହାର ପ୍ରଭାବରେ ୪ ଓ ୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପରିସ୍ଥିତିର ଗମ୍ଭୀରତା ଦେଖି ସ୍ବତନ୍ତ୍ର ରିଲିଫ୍ କମିସନର ମଧ୍ୟ ଜିଲ୍ଲାପାଳମାନଙ୍କୁ ସତର୍କ କରିସାରିଲେଣି।

ଯଦି ଏମିତି ହୁଏ, ତେବେ ଏହି ବାତ୍ୟା ଗୋଟିଏ ରେକର୍ଡ ଧରି ଆସିବ। କାରଣ ଗତ ଶହେ ବର୍ଷ ଭିତରେ ଡିସେମ୍ବରରେ ଓଡ଼ିଶାବାସୀ ବାତ୍ୟା କେବେ ବି ବାତ୍ୟା ଦେଖିନାହାନ୍ତି। ପାଣିପାଗ ବିଜ୍ଞାନୀ କହୁଛନ୍ତି, ୧୮୯୧ ମସିହା ବେଳକୁ ଏଭଳି ଗୋଟିଏ ବାତ୍ୟା ଡିସେମ୍ବର ମାସରେ ଓଡ଼ିଶା ସ୍ପର୍ଶ କରିଥିଲା।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି ଯେ ଏହି ସାମୁଦ୍ରିକ ଝଡ଼ ପ୍ରଥମେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ୪୮ ଘଣ୍ଟା ପରେ ଉତ୍ତର-ପଶ୍ଚିମ ଓ ୭୨ ଘଣ୍ଟା ପରେ ଏହା ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବକୁ ଗତି କରି ଓଡ଼ିଶା ମୁହାଁ ହେବ। ଯଦି ଦିଗ ବଦଳାଇବା ପୂର୍ବରୁ ଏହା ଉପକୂଳର ନିକଟବର୍ତୀ ହୁଏ ତେବେ ଶ୍ରୀକାକୁଲମ୍‌ ଓ ପୁରୀ ମଧ୍ୟରେ ଉପକୂଳ ଉପକୂଳ ସ୍ପର୍ଶ କରିପାରେ। ଏହା ପରେ ଏହା ଉପକୂଳ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲା ମଧ୍ୟ ଦେଇ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ। ଆଉ ଗୋଟିଏ ମଡେଲ ଦେଖି ସେ ଏକଥା ବି କହିଛନ୍ତି ଯେ ଯଦି ବାତ୍ୟା ଓଡ଼ଶା ଉପକୂଳର ସମାନ୍ତରାଳରେ ପ୍ରାୟ ୭୦ କିମି ଦୂରରେ ସମୁଦ୍ରରେ ଗତି କରିବ ଏହା ଉପକୂଳ ଧସେଇ ହୋଇ ଯିବ ଓ ୫ ତାରିଖ ମଧ୍ୟରାତ୍ରରେ ବାଂଲାଦେଶ/ ପଶ୍ଚିମବଙ୍ଗ ସ୍ପର୍ଶ କରିବ।

ହେଲେ ସମ୍ଭାବ୍ୟ ବାତ୍ୟାର ପରିସର ଏମିତି ରହିବ ଯେ ଯେଉଁଠି ବି ଏହା ସ୍ଥଳ ଭା‌ଗ ସ୍ପର୍ଶ କରୁନା କାହିଁକି, ଓଡ଼ିଶାରେ ପ୍ରବଳ ବର୍ଷା ହେବ। କିଛି କିଛି ସ୍ଥାନରେ ୨୦୦ ମିମିରୁ ଅଧିକ ବର୍ଷିପା‌ରେ। ଯଦି ବାତ୍ୟା ଉପକୂଳ ଜିଲ୍ଲା ମଧ୍ୟ ଦେଇ ଯାଏ ତେବେ ଢେଙ୍କାନାଳ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ସମୁଦ୍ର ମଧ୍ୟ ଦେଇ ଗତି କଲେ ୪ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହୋଇ ରାତି ସୁଦ୍ଧା ପ୍ରବଳ ବର୍ଷିବ ଓ ୬ ତାରିଖ ସକାଳ ପର୍ଯ୍ୟନ୍ତ ଲାଗିରହିପାରେ।

Leave A Reply

Your email address will not be published.