ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଚିନ୍ତା ବଢାଇଲାଣି ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କ ରିପୋର୍ଟ

0
  • ମହାରାଷ୍ଟ୍ରରେ ୬ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍
  • କେନ୍ଦ୍ର ସରକାର ତନାଘନା କଲେ, କହିଲେ ମୂଳରୁ ଜଗ
  • ଟେଷ୍ଟିଂ ବୃଦ୍ଧି ଓ ଭିତ୍ତିଭୂମିକୁ ସଶକ୍ତ ଲାଗି ରାଜ୍ୟକୁ ପରାମର୍ଶ
  • ବୁଷ୍ଟର ଡୋଜ୍ ସଂପର୍କରେ ଅନୁଧ୍ୟାନ ଆରମ୍ଭ କଲେଣି ବିଜ୍ଞାନୀ

ନୂଆଦିଲ୍ଲୀ : କୋଭିଡ୍‌ର ‘ଓମିକ୍ରନ୍‌’ ପ୍ରଜାତିକୁ ନେଇ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଛି। ଠିକ୍ ଏତିକି ବେଳେ ଗୋଟିଏ ଖବର ସମସ୍ତଙ୍କ ନିଦ ହଜାଇ ଦେଲାଣି। ଦକ୍ଷିଣ ଆଫ୍ରିକା ଏବଂ ବିପଦ ଥିବା ରାଷ୍ଟ୍ରମାନଙ୍କରୁ ମହାରାଷ୍ଟ୍ରକୁ ଫେରିଥିବା ୬ ଜଣ ଯାତ୍ରୀଙ୍କ ଠଆରେ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଛି। ମୁମ୍ବାଇ ପୌର ନିଗମ, କଲ୍ୟାଣ ଡୋମ୍ବିଭଲି ପୌର ନିଗମ , ମୀରା ଭୟନ୍ତର ନିଗମ ଏବଂ ପୁନେରେ ଜଣେ ଲେଖାଏଁ ପଜିଟିଭ୍‌ ଥିବାବେଳେ ନାଇଜେରିଆରୁ ଫେରିଥିବା ୨ ଜଣ ପିମ୍ପଡ଼ି ଛିଞ୍ଚୱାଡ଼ାରେ ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କ ନମୁନା ଜେନମ୍‌ ସିକ୍ବେନ୍ସିଂ ପାଇଁ ପଠାଯାଇଛି ଏବଂ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି। ତେବେ ସେମାନଙ୍କ ଲକ୍ଷଣ ଅତି ସାମାନ୍ୟ ରହିଥିବା କୁହାଯାଇଛି।

ଏହାସତ୍ତ୍ବେ ନୂଆ ସଂକ୍ରମଣ ମାମଲା ଚିନ୍ତାଜନକ ହୋଇଛି। ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ କର୍ଣ୍ଣାଟକକୁ ଫେରିଥିବା ୨ ଜଣ ଯାତ୍ରୀ କରୋନା ସଂକ୍ରମିତ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ନମୁନା ଡେଲ୍‌ଟାଠାରୁ ଭିନ୍ନ ଥିବା ଜଣାପଡ଼ିଛି। ସେହିପରି ଦକ୍ଷିଣ ଆଫ୍ରିକାରୁ ଚଣ୍ଡିଗଡ଼କୁ ଫେରିଥିବା ଜଣେ ୩୯ ବର୍ଷୀୟ ଯୁବକ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୨ ଜଣ ସଂକ୍ରମିତ ହୋଇଛନ୍ତି। ଚଣ୍ଡିଗଡ଼ରେ ଉକ୍ତ ଯୁବକଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ଘରୋଇ ସହାୟକ କରୋନା ସଂକ୍ରମିତ ହୋଇଛନ୍ତି। ଉକ୍ତ ନମୁନାର ଜିନେମ୍‌ ସିକ୍ବେନ୍ସିଂ ପାଇଁ ଦିଲ୍ଲୀ ପଠାଯାଇଛି।

ଗଣମାଧ୍ୟମ ରିପୋର୍ଟରୁ ଜଣାପଡୁଛି ଯେ ଗତ ୧୫ ଦିନ ମଧ୍ୟରେ ଆଫ୍ରିକୀୟ ରାଷ୍ଟ୍ରରୁ ଅତି କମ୍‌‌ରେ ୧୦୦୦ ଜଣ ଯାତ୍ରୀ ମୁମ୍ବାଇକୁ ଫେରିଛନ୍ତି। କିନ୍ତୁ ବିଏମ୍‌ସି ପାଖରେ ଏଯାବତ୍‌ ୪୬୬ ଜଣଙ୍କ ତାଲିକା ଅଛି। ଏଥିମଧ୍ୟରୁ ୧୦୦ ଯାତ୍ରୀଙ୍କର ନମୁନା ପରୀକ୍ଷା କରାଯାଇଛି। ୬ ଜଣ ଯାତ୍ରୀଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମସ୍ତଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଛି ଏବଂ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।

ଭାରତର ବ୍ୟସ୍ତବହୁଳ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମଦାବାଦ, ଚେନ୍ନାଇ, କୋଲକାତା, କୋଚିନ ଏବଂ ପୁନେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଦେଶରୁ ପହଞ୍ଚୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ଏବଂ ସ୍ବତନ୍ତ୍ର କଟକଣା ଲାଗୁ ହୋଇଛି। ପୂର୍ବରୁ ଜାରି ନିର୍ଦ୍ଦେଶ ମୁତାବକ ଯାତ୍ରୀମାନଙ୍କୁ ୧୪ ଦିନର ଭ୍ରମଣ ରିପୋର୍ଟ ତଥ୍ୟ ସାଂଗକୁ ଆର୍‌ଟି-ପିସିଆର୍‌ ଯାଞ୍ଚ ରିପୋର୍ଟ ଅପଲୋଡ୍‌ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ସତ୍ତ୍ବେ ଡର କମିନାହିଁ।

ଅନ୍ୟପକ୍ଷରେ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନା ନିର୍ଦ୍ଦେଶାବଳି ମିଆଦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆହୁରି କହିଛି ଯେ ନଭେମ୍ବର ୨୫ ତାରିଖରେ ଯେଉଁ ନିର୍ଦେଶନାମା ଯାଇଥିଲା, ରାଜ୍ୟମାନେ ତାକୁ ପାଳନ କରନ୍ତୁ। ଅନ୍ତର୍ଜାତୀୟ ବିମାନରେ ଆସୁଥିବା ଯାତ୍ରୀଙ୍କୁ ନିର୍ଭୁଲ ଭାବେ ସ୍କ୍ରିନିଂ କରାଯିବା ଓ ଅଧିକରୁ ଅଧିକ ଟେଷ୍ଟିିଂ କେବଳ ସାହାଯ୍ୟ କରିପାରିବ। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ଆହୁରି କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନେ ଟେଷ୍ଟିଂ ବଢ଼ାଇବା ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାପାଇଁ ଭୂଷଣ କହିଛନ୍ତି। ସମସ୍ତେ ଏହି ନୂଆ ପ୍ରଜାତି ପାଇଁ ସତର୍କ ରହିବା ଲାଗି ସ୍ବାସ୍ଥ୍ୟ ସଚିବ ରାଜ୍ୟମାନଙ୍କୁ ସତର୍କ କରିଛନ୍ତି।

କେନ୍ଦ୍ର କହିଛି, କଟକଣାରେ କିଛି ବି କୋହଳ ହେବା ଉଚିତ୍ ନୁହେଁ। ବିଶେଷକରି ବିମାନ ଉପରେ ନଜର ରଖିବାକୁ ହେବ। ନୀତି ଆୟୋଗ ସଦସ୍ୟ ଡାକ୍ତର ଭି କେ ପଲ୍‌ କହିଛନ୍ତି, ‘ ହର ଘର ଦସ୍ତକ’ ଟିକାକରଣ ଅଭିଯାନ ଆସନ୍ତା ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଶତ ପ୍ରତିଶତ ପ୍ରଥମ ଡୋଜ୍‌ ଟିକାକରଣ ଏବଂ ଦ୍ବିତୀୟ ଡୋଜ୍‌ ଟିକାକରଣ ପୂର୍ଣ୍ଣ କରିବା ଉପରେ ରାଜ୍ୟମାନେ ଗୁରୁତ୍ବ ଦିଅନ୍ତୁ। ଆଇସିଏମ୍‌ଆର୍‌ ଡିଜି ବଳରାମ ଭାର୍ଗବ କହିଛନ୍ତି, ଓମିକ୍ରନ୍‌ ଆର୍‌ଟିପିସିଆର ଏବଂ ରୢାଟ୍‌ ଟେଷ୍ଟ୍‌ରେ ଧରାପଡ଼ିବ। ତେଣୁ ଟେଷ୍ଟିଂ ବଢ଼ାଇବା ସହ ଟେଷ୍ଟିଂ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ରାଜ୍ୟ ସରକାରମାନେ ଏବେ ପ୍ରାଥମିକତା ଦିଅନ୍ତୁ।

କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’କୁ ମୁକାବିଲା ଲାଗି କୋଭିସିଲ୍ଡର ଏକ ନୂଆ ସଂସ୍କରଣ ଆସିବାର ଆବଶ୍ୟକତା ପଡେ, ତେବେ ଏ ଦିଗଗେ ପଦକ୍ଷେପ ନିଆଯିବ ବୋଲି ସିରମ୍‌ ଇନଷ୍ଟିଚ୍ୟୁଟ୍‌ ମୁଖ୍ୟ ଆଦାର ପୁନାୱାଲା କହିଛନ୍ତି। ସେ କହିଛନ୍ତି, ଓମିକ୍ରନ୍‌ ପାଇଁ ଅକ୍ସଫୋର୍ଡରେ ବୈଜ୍ଞାନିକମାନଙ୍କର ଗବେଷଣା ଜାରି ରହିଛି ଓ ଠୋସ୍ କିଛି ତଥ୍ୟ ଜଣାପଡ଼ିବା ପରେ ଯାଇ ଏ ସଂକ୍ରାନ୍ତରେ ବିଶେଷ ନିଷ୍ପତ୍ତି ନିଆଯାଇପାରେ। ପାଖାପାଖି ଦୁଇ ସପ୍ତାହ ଗବେଷଣା ସଂପର୍କରେ କିଛି ଜଣାପଡ଼ିପାରେ। ତା ପରେ ଯାଇ ନୂଆ ବୁଷ୍ଟର ଡୋଜ୍ ପାଇଁ ଚିନ୍ତା କରାଯିବ। କିନ୍ତୁ ବର୍ତ୍ତମାନ ଯାହା ଜଣାପଡୁଛି ଓମିକ୍ରନ୍‌ ପାଇଁ ଏକ ସ୍ବତନ୍ତ୍ର ସଂସ୍କରଣର କୌଣସି ଆବଶ୍ୟକତା ନାହିଁ ବୋଲି ପୁନାୱାଲା କହିଛନ୍ତି।

Leave A Reply

Your email address will not be published.