ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ସୁନୀଲ ସେଟ୍ଟୀଙ୍କ ଜ୍ୱାଇଁ ହେବେ କେଏଲ ରାହୁଲ ?

0

ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ମଧ୍ୟରେ ରିଲେସନସିପ୍‌କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କିନ୍ତୁ ଏହି ଚର୍ଚ୍ଚା ଉପରୁ ଏବେ ପରାଦ ଉଠିଛି । ଫିଲ୍ମ ‘ତଡପ’ର ପ୍ରିମିୟରରେ ଉଭୟଙ୍କୁ ପ୍ରଥମ ଥର ପାଇଁ କ୍ୟାମେରା ସାମନାରେ ଏକାଠି ଦେଖିବାକୁ ମିଳିଛି । ଆଥିୟା ଓ କେଏଲ ରାହୁଲଙ୍କୁ ଏକା ସାଙ୍ଗରେ ଷ୍ଟେଜ ଉପରେ ଦେଖି ଫଟୋ ନେବା ପାଇଁ ଲାଇନ ଲାଗିଯାଇଥିଲା ।

ଆଥିୟା, କେଏଲ ରାହୁଲଙ୍କ ହାତ ଧରି ଷ୍ଟେଜରେ ପହଁଞ୍ଚିଥିଲେ । ଉଭୟ ବେଶ ଖୁସି ଥିବା ନଜର ଆସୁଥିଲେ । ପ୍ରିମିୟରରେ ଆଥିୟାଙ୍କ ବାପା ସୁନୀଲ ସେଟ୍ଟୀ ଏବଂ ମାଆ ମାଣା ସେଟ୍ଟୀ ବି ସାମିଲ ଥିଲେ । ଆଥିୟାଙ୍କ ପୁରା ପରିବାର କେଏଲ ରାହୁଲଙ୍କ ସହ ଫଟୋ ଉଠାଉଥିବାର ନଜର ଆସିଥିଲେ । ଆଥିୟାଙ୍କ ଭାଇ ଅହାନ ସେଟ୍ଟୀଙ୍କ ଫିଲ୍ମ ପ୍ରିମିୟରରେ କେଏଲ ରାହୁଲଙ୍କ ଉପସ୍ଥିତି ହେଉଛି ବଡ଼ କଥା

ନିକଟରେ ନଭେମ୍ବର ୫ରେ ଆଥିୟାଙ୍କ ଜନ୍ମିଦନରେ କେଏଲ ରାହୁଲ ଆଥିୟାଙ୍କ ସହ ଏକ କ୍ୟୁଟ ଫଟୋ ସେୟାର କରିଥିଲେ । କେଏଲ ରାହୁଲ ହାର୍ଟର ଇମୋଜି ଦେଇ ହାପି ବାର୍ଥ ଡେ ଲେଖିଥିଲେ । ଏହି ପୋଷ୍ଟ ପରେ ଉଭୟଙ୍କ ମଧ୍ୟରେ ଥିବା ସଂପର୍କ ସମସ୍ତଙ୍କ ସାମନାକୁ ଆସିଥିଲା । ଫ୍ୟାନ୍ସ ଏହି ପୋଷ୍ଟରେ ଆଥିୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ବି ଜଣାଇଥିଲେ ଏବଂ କପଲଙ୍କୁ ଅଭିନନ୍ଦନ ମଧ୍ୟ ।

ଆଥିୟା ଓ କେଏଲ ରାହୁଲ ଦୀର୍ଘ ଦିନରୁ ପରସ୍ପରକୁ ଡେଟ୍ କରୁଛନ୍ତି । ଜୁଲାଇରେ ଇଂଲଣ୍ଡରେ ଟେଷ୍ଟ ସିରିଜ ସମୟରେ ଆଥିୟା ବି କେଏଲ ରାହୁଲଙ୍କ ସହ ନଜର ଆସିଥିଲେ । ଜାଣିବାକୁ ମିଳିଥିଲା ଯେ, କେଏଲ ରାହୁଲ ବିସିସିଆଇରେ ଦେଇଥିବା ସମସ୍ତ କାଗଜପତ୍ରରେ ଆଥିୟାଙ୍କୁ ତାଙ୍କ ପାର୍ଟନର ଲେଖିଥିଲେ । ତେବେ ସୁନୀଲ ସେଟ୍ଟୀଙ୍କୁ ଯେତେବେଳେ ଉଭୟଙ୍କର ସଂପର୍କକୁ ନେଇ ପଚରାଯାଇଥିଲା ସେ କିଛି ଉତ୍ତର ଦେଇନଥିଲେ କିନ୍ତୁ ମନା ବି କରିନଥିଲେ ।

Leave A Reply

Your email address will not be published.