ପ୍ରମୁଖ ଖବର

ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ

ସୁନୀଲ ସେଟ୍ଟୀଙ୍କ ଜ୍ୱାଇଁ ହେବେ କେଏଲ ରାହୁଲ ?

0

ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ମଧ୍ୟରେ ରିଲେସନସିପ୍‌କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କିନ୍ତୁ ଏହି ଚର୍ଚ୍ଚା ଉପରୁ ଏବେ ପରାଦ ଉଠିଛି । ଫିଲ୍ମ ‘ତଡପ’ର ପ୍ରିମିୟରରେ ଉଭୟଙ୍କୁ ପ୍ରଥମ ଥର ପାଇଁ କ୍ୟାମେରା ସାମନାରେ ଏକାଠି ଦେଖିବାକୁ ମିଳିଛି । ଆଥିୟା ଓ କେଏଲ ରାହୁଲଙ୍କୁ ଏକା ସାଙ୍ଗରେ ଷ୍ଟେଜ ଉପରେ ଦେଖି ଫଟୋ ନେବା ପାଇଁ ଲାଇନ ଲାଗିଯାଇଥିଲା ।

ଆଥିୟା, କେଏଲ ରାହୁଲଙ୍କ ହାତ ଧରି ଷ୍ଟେଜରେ ପହଁଞ୍ଚିଥିଲେ । ଉଭୟ ବେଶ ଖୁସି ଥିବା ନଜର ଆସୁଥିଲେ । ପ୍ରିମିୟରରେ ଆଥିୟାଙ୍କ ବାପା ସୁନୀଲ ସେଟ୍ଟୀ ଏବଂ ମାଆ ମାଣା ସେଟ୍ଟୀ ବି ସାମିଲ ଥିଲେ । ଆଥିୟାଙ୍କ ପୁରା ପରିବାର କେଏଲ ରାହୁଲଙ୍କ ସହ ଫଟୋ ଉଠାଉଥିବାର ନଜର ଆସିଥିଲେ । ଆଥିୟାଙ୍କ ଭାଇ ଅହାନ ସେଟ୍ଟୀଙ୍କ ଫିଲ୍ମ ପ୍ରିମିୟରରେ କେଏଲ ରାହୁଲଙ୍କ ଉପସ୍ଥିତି ହେଉଛି ବଡ଼ କଥା

ନିକଟରେ ନଭେମ୍ବର ୫ରେ ଆଥିୟାଙ୍କ ଜନ୍ମିଦନରେ କେଏଲ ରାହୁଲ ଆଥିୟାଙ୍କ ସହ ଏକ କ୍ୟୁଟ ଫଟୋ ସେୟାର କରିଥିଲେ । କେଏଲ ରାହୁଲ ହାର୍ଟର ଇମୋଜି ଦେଇ ହାପି ବାର୍ଥ ଡେ ଲେଖିଥିଲେ । ଏହି ପୋଷ୍ଟ ପରେ ଉଭୟଙ୍କ ମଧ୍ୟରେ ଥିବା ସଂପର୍କ ସମସ୍ତଙ୍କ ସାମନାକୁ ଆସିଥିଲା । ଫ୍ୟାନ୍ସ ଏହି ପୋଷ୍ଟରେ ଆଥିୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ବି ଜଣାଇଥିଲେ ଏବଂ କପଲଙ୍କୁ ଅଭିନନ୍ଦନ ମଧ୍ୟ ।

ଆଥିୟା ଓ କେଏଲ ରାହୁଲ ଦୀର୍ଘ ଦିନରୁ ପରସ୍ପରକୁ ଡେଟ୍ କରୁଛନ୍ତି । ଜୁଲାଇରେ ଇଂଲଣ୍ଡରେ ଟେଷ୍ଟ ସିରିଜ ସମୟରେ ଆଥିୟା ବି କେଏଲ ରାହୁଲଙ୍କ ସହ ନଜର ଆସିଥିଲେ । ଜାଣିବାକୁ ମିଳିଥିଲା ଯେ, କେଏଲ ରାହୁଲ ବିସିସିଆଇରେ ଦେଇଥିବା ସମସ୍ତ କାଗଜପତ୍ରରେ ଆଥିୟାଙ୍କୁ ତାଙ୍କ ପାର୍ଟନର ଲେଖିଥିଲେ । ତେବେ ସୁନୀଲ ସେଟ୍ଟୀଙ୍କୁ ଯେତେବେଳେ ଉଭୟଙ୍କର ସଂପର୍କକୁ ନେଇ ପଚରାଯାଇଥିଲା ସେ କିଛି ଉତ୍ତର ଦେଇନଥିଲେ କିନ୍ତୁ ମନା ବି କରିନଥିଲେ ।

Leave A Reply

Your email address will not be published.