ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ସାତ ଦିନରେ ସାତ ଜନ୍ମ ପାଇଁ ଲେଖା ହେବ କି କାହାଣୀ?

0

ବ୍ରହ୍ମପୁର: ପୂର୍ଣ୍ଣ ହେଲା ତପସ୍ୱିନୀଙ୍କ ତପସ୍ୟା। ସରିଲା ୧୧ ଦିନ ହେବ ଶ୍ୱଶୁର ଘର ଆଗରେ ଧାରଣା। ସାଙ୍ଗହୋଇ ରହିବେ ସ୍ୱୀମାୀ-ସ୍ତ୍ରୀ। ଏକାଠି ରହିବେ ସୁମିତ-ଡିମ୍ପଲ। ସାତ ଦିନ ହେଉ ପଛେ ଦୁହେଁ ଦୁହିଁଙ୍କୁ ବୁଝିବେ, ଦୁହିଁଙ୍କୁ ଜାଣିବେ। ଭଲ ମନ୍ଦ,ଅଭିମାନ ଅଭିଯୋଗର ଅଙ୍କକୁ ଦୁହେଁ ସମାଧାନ କରିବେ।ସେମାନଙ୍କ ସମ୍ପର୍କରେ ପଶିବନି ପରିବାର, ମୁଣ୍ଡ ଖେଳାଇବେନି ତୃତୀୟ ବ୍ୟକ୍ତି। ବାସ୍ ସପ୍ତାହେ ଯାଏ ସୁମିତ କେବଳ ଡିମ୍ପଲର..ଆଉ ଡିମ୍ପଲ କେବଳ ସୁମିତର। ..ହୁଏତ ଏ ସାତ ଦିନର ବୁଝାମଣା ସାତ ଜନ୍ମ ପାଇଁ ଲେଖି ଦେଇପାରେ ସ୍ୱାମୀ-ସ୍ତ୍ରୀ ସମ୍ପର୍କର ନୂଆ କାହାଣୀ..

ସ୍ତ୍ରୀ ଅଧିକାର ପାଇଁ ଜଣେ ଯୁବତୀ ଯେତେବେଳେ ସ୍ୱାମୀର ଘର ଆଗରେ ଅନଶନ କରିଥିଲେ,ମତେ ବୋହୂ କରି ନେଇ ଯା ବୋଲି ଅଡ଼ି ବସିଥିଲେ ସେତେବେଳେ ସାରା ଓଡିଶାରେ ଚହଳ ପକାଇଥିଲା ଏ ଖବର। ଆଉ ସେହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇ ମାନ୍ୟବର କୋର୍ଟ ସେମାନଙ୍କୁ ସମ୍ପର୍କ ସୁଧାରିବାକୁ ସାତ ଦିନର ସୁଯୋଗ ଦେଇଛନ୍ତି।

ବ୍ରହ୍ମପୁର ଏସଡିଜେଏମ କୋର୍ଟ ଆସିକାରେ ଏକ ଭଡା ଘରେ ଉଭୟଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭଡା ଘର ଠିକ କରି ସୁରକ୍ଷା ଦାୟିତ୍ୱରେ ରହିବେ ଆସ୍କା ଥାନା ଆଇଆଇସି। ୭ ଦିନ ମଧ୍ୟରେ ଉଭୟଙ୍କ କାହା ସହିତ ସାକ୍ଷାତ କରିବାକୁ କୋର୍ଟ ବାରଣ କରିଛନ୍ତି। ପୁଣି ୭ ଦିନ ପରେ ମାମଲାରେ ଶୁଣାଣି ହେବ। ପ୍ରଥମେ ତପସ୍ୱିନୀ-ସୁମିତଙ୍କ ରେଜିଷ୍ଟ୍ରି ମ୍ୟାରେଜ, ପରେ ତପସ୍ୱିନୀଙ୍କୁ ନିର୍ଯାତନା ଅଭିଯୋଗ ଏବଂ ସୁମିତଙ୍କ ଛାଡପତ୍ର ଆବେଦନ; ଆଉ ଏବେ ସ୍ୱୀମୀଙ୍କ ସହ ଏକାଡି ରହିବାକୁ ଅଡି ବସିଛନ୍ତି ତପସ୍ୱିନୀ।

ଗତ ୨୭ ତାରିଖରେ ତପସ୍ୱିନୀ ଦାସଙ୍କ ଆବେଦନର ଶୁଣାଣି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହୋଇଥିଲା । ୨୯ ତାରିଖ ଯାଏ ବ୍ରହ୍ମପୁର ସଖୀ କେନ୍ଦ୍ରରେ ତପସ୍ୱିନୀ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।। ହେଲେ ସଖୀ କେନ୍ଦ୍ରକୁ ଯିବାକୁ ମନା କରିଦେଇଥିଲେ ତପସ୍ୱିନୀ। କହିଥିଲେ, ତାଙ୍କୁ ବୋହୂ ହିସାବରେ ସୁମିତ ନନେବା ଯାଏ ସେ ଧାରଣାରେ ବସିରହିବେ । ତେବେ ମାମଲାକୁ ବିଚାର କରି କୋର୍ଟ ଗତକାଲି ଉଭୟଙ୍କୁ ସାତ ଦିନ ପାଇଁ ଏକାଠି ରହିବାକୁ ରାୟ ଦେଇଛନ୍ତି।

Leave A Reply

Your email address will not be published.