ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ରଦ୍ଦ ହେବ କି ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜ ?

0

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଚିହ୍ନଟ ପରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଏବେ ସନ୍ଦେହ ଘେରରେ । ଏହି ନୂଆ ଭ୍ୟାରିଆ ଏବେ ୨୯ଟି ଦେଶରେ ବ୍ୟାପିସାରିଲାଣି । ଏହାରି ଭିତରେ ଏଇ ମାସରେ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ହେବାକୁ ଅଛି, ତେବେ ଏହି ଦ୍ୱିପାକ୍ଷିକ ସିରିଜ କେମିତି ଖେଳାଯିବ , ଖେଳାଳି ମାନେ କେମିତି ସୁରକ୍ଷିତ ରହିବେ ତାକୁ ନେଇ ଅନେକ ଚର୍ଚ୍ଚା ପ୍ରକାଶ ପାଇଛି ।

ଡିସେମ୍ବର ୧୭ରେ ହେବାକୁ ଅଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ । ହେଲେ ଓମିକ୍ରନ ଯୋଗୁଁ ସରିଜି ରଦ୍ଦ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି । ଓମିକ୍ରନ ପାଇଁ ଦକ୍ଷିଣ ଆଫ୍ରିକା ବନାମ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୨ଟି ଏକଦିବସୀୟ ମ୍ୟାଚକୁ ରଦ୍ଦ କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ । ନିକଟରେ ଡିସେମ୍ବର ୨ରୁ ୫ ମଧ୍ୟରେ ଖେଳାଯିବାକୁ ଥିବା ଡିଭିଜନ ମ୍ୟାଚ ମଧ୍ୟ ରଦ୍ଦ ହୋଇଛି କାରଣ କିଛି ଖେଳାଳି
କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାରି ଭିତରେ ଏବେ ବଡ଼ ପ୍ରଶ୍ନ ଉଠୁଛି ଏ ପରିସ୍ଥିତିରେ ଭାରତୀୟ ଦଳ କଣ ଦକ୍ଷିଣ ଆଫ୍ରିକା ଗସ୍ତ କରିବ? କ୍ରିକେଟ ସାଉଥ ଆଫ୍ରିକା ଚେୟାରମ୍ୟାନଙ୍କ କହିବା ଅନୁଯାୟୀ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଆସିବ । ଉଭୟ ଦଳ ବାଓ ବବଲର ରହିବେ । ଟିମ ଇଣ୍ଡିଆ ଖେଳାଳି ୨ଟି ହୋଟେଲରେ ରହିବେ। ଏବଂ ବିସିସିଆଇ ସେମାନଙ୍କୁ କିଛି ସ୍ୱତନ୍ତ୍ର କରିବାକୁ ମଧ୍ୟ କହିନଥିବା ସେ କହିଛନ୍ତି ।

ମ୍ୟାଚରେ ଦୁଇ ହଜାର ଲୋକଙ୍କୁ ଦେଖିବାକୁ ଅନୁମତି ମିଳିବ । ଏବଂ ସମସ୍ତେ କିନ୍ତୁ ଟିକା ନେଇଥିବା ଜରୁରୀ ।ଲାଓସନ ନାଇଡୋ(ସିଏସଏ) ଚେୟାରମ୍ୟାନ କହିଛନ୍ତି ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ଓମିକ୍ରନ ବେଶି କିଛି ପ୍ରଭାବ ପକାଇବନି । ସେଥିପାଇଁ ଆମେ ଏହି ସିରିଜ ପାଇଁ ଅନୁମତି ଦେଇଛୁ । ହେଲେ ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଉଛି ଯେ, ଦରକାର ପଡିଲେ ୩ଟି ଟେଷ୍ଟରୁ ୨ଟି ଟେଷ୍ଟ ଖେଳ ହୋଇପାରେ । ଗୋଟେ ଟେଷ୍ଟକୁ କମାଇ ଦିଆଯାଇପାରେ । ହେଲେ ଏହି ପ୍ରଶ୍ନର ଉତ୍ତରରେ ସିଏସଏ ଚେୟାରମ୍ୟାନ କହିଛନ୍ତ ଯେ, ବିସିସିଆଇ ତାଙ୍କୁ ଏନେଇ କିଛି ଜଣାଇନାହିଁ । ତେବେ ଆସନ୍ତା ରବିବାର ଦିନ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ବିସିସିଆଇ ନିଷ୍ପତ୍ତି ନେଇପାରେ।

Leave A Reply

Your email address will not be published.