ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

0

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ। ୬୭ ବର୍ଷରେ ଆଖିବୁଜିଛନ୍ତି ଏହି ଲୋକପ୍ରିୟ ସାମ୍ବାଦିକ। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ।ଦିଲ୍ଲୀର ଏକ ହସ୍ପିଟାଲର ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ବିନୋଦଙ୍କ ଝିଅ ମଲ୍ଲିକା ଦୁଆ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ମଲ୍ଲିକା ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ତାଙ୍କ ବାପା ଆଉ ନାହାଁନ୍ତି। ବିନୋଦଙ୍କ ମୃତ୍ୟୁ ଖବର ଗଣମାଧ୍ୟମ ଜଗତକୁ ସ୍ତବ୍ଧ କରିଦେଇଛି।

ଟିଭି ସାମ୍ବାଦିକତାରେ ବେଶ ଲୋକପ୍ରିୟ ଥିବା ବିନୋଦ ଦୀର୍ଘ ୪୨ ବର୍ଷ ଧରି ସାମ୍ବାଦିକତା ଜଗତରେ କାର୍ଯ୍ୟକରିଆସୁଥିଲେ। ଦିଲ୍ଲୀରେ ବାଲ୍ୟ ଜୀବନ କଟାଇଥିବା ବିନୋଦ ଅନେକ ସଂଗ୍ରାମ ଦେଇ ସାମ୍ବାଦିକତା କ୍ଷେତ୍ରରେ ସୁନାମ ସାଉଣ୍ଟିଥିଲେ। ଦୂରଦର୍ଶନ ଓ ଏନଡିଟିଭିରେ ଦୀର୍ଘ ଦିନ ଧରି କାମ କରିଛନ୍ତି। ଦୂରଦର୍ଶନରେ ପ୍ରଥମ ଥର ଲାଗି ସେ ୧୯୭୪ରେ ଏକ ଯୁବ କାର୍ଯ୍ୟକ୍ରମରେ ଆସି ପରିଚିତ ଲାଭ କରିଥିଲେ। ପରେ ସେ ଅମୃତସର ଟିଭିରେ ଯୋଗ
ଦେଇଥିଲେ। ଏନଡିଟିଭିର ବହୁ ଚର୍ଚ୍ଚିତ ଜାଇକା ଇଣ୍ଡିଆ କା କାର୍ଯ୍ୟକ୍ରମ କରି ସେ ବେଶ ଚର୍ଚ୍ଚିତ ହୋଇଥିଲେ। କେବଳ ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ପ୍ରସିଦ୍ଧି ରହିନଥିଲା। ଏହା ସହିତ ସମାଜସେବା ଓ ସାମାଜିକ ଆନ୍ଦୋଳନରେ ମଧ୍ୟ ବିନୋଦ ଦୁଆଙ୍କ ବଡ଼ ଭୂମିକା ଥିଲା।

ଗତ କିଛି ବର୍ଷ ହେବ ଏକ ପୋର୍ଟାଲରେ କାର୍ଯ୍ୟ କରୁଥିଲେ। ସରକାରଙ୍କ ବିଭିନ୍ନ କାର୍ଯ୍ୟଶୈଳୀ ଉପରେ ତଥ୍ୟଭିତ୍ତିକ ପ୍ରଶ୍ନ ଉଠାଇ ଡିଜିଟାଲ ମିଡିଆରେ ବେଶ ଚର୍ଚ୍ଚାକୁ ଆସିଥିଲେ ବିନୋଦ। ବିନୋଦଙ୍କ ତଥ୍ୟ ଭିତ୍ତିକ ସୋ ଦେଖିବାକୁ ଯୁବ ବର୍ଗଙ୍କ ମଧ୍ୟରେ କ୍ରେଜ ରହିଥିଲା। ୧୯୯୬ରେ ବିନୋଦ ଦୁଆଙ୍କୁ ପ୍ରଖ୍ୟାତ ରାମନାଥ ଗୋଏଙ୍କା ଉତ୍କର୍ଷ ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୮ରେ ପଦ୍ମଶ୍ରୀ ଉପାଧୀ ପ୍ରଦାନ କରାଯାଇଥିଲା। ଜୀବନବ୍ୟାପୀ ସାଧନା ଲାଗି ତାଙ୍କୁ ମୁମ୍ବାଇ ପ୍ରେସ କ୍ଲବ ପକ୍ଷରୁ ରେଡଲିଙ୍କ ସମ୍ମାନରେ ବିଭୂଷିତ କରାଯାଇଥିଲା।

ଗତ କିଛି ମାସ ତଳେ ବିନୋଦ ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଥିଲେ। ତେବେ ମହାମାରୀ ସହ ଲଢେଇ କରି ବିନୋଦ ସୁସ୍ଥ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କର କିନ୍ତୁ ଗତ ଜୁନ ମାସରେ ପରଲୋକ ହୋଇଥିଲା। ଆଉ ୬ ମାସ ବ୍ୟବଧାନରେ ଏବେ ଆଖିବୁଜିଛନ୍ତି ବିନୋଦ। ଆସନ୍ତାକାଲି ଲୋଧୀ ଶ୍ମଶାନ ଘାଟରେ ବିନୋଦଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ଝିଅ ମଲ୍ଲିକା ଦୁଆ ସୂଚନା ଦେଇଛନ୍ତି।

Leave A Reply

Your email address will not be published.