ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ଭାରତରେ ତୃତୀୟ ଲହର ଆଣିବ କି ‘ଓମିକ୍ରନ’?

0

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ପ୍ରଭାବ ପଡିବା ଆରମ୍ଭ ହୋଇଯାଇଛି। ନଭେମ୍ବର ୨୪ରେ ଓମିକ୍ରନର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ୩୮ଟି ଦେଶକୁ ଏହା ବ୍ୟାପିସାରିଲାଣି। ସାରା ବିଶ୍ୱରେ ଏବେ ଯାଏ ୪୦୦ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ଓମିକ୍ରନର ପ୍ରଥମ ମାମଲା ଦକ୍ଷିଣ ଆଫିକାରୁ ମିଳିଥିଲା। ସେଠାରେ ଏବେ ୧୮୩ ଜଣ କରୋନାର ଏହି ନୂଆ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଏହା ପରେ ବୋତ୍ସବନରେ ୧୯ ଜଣ, ବ୍ରିଟେନରେ ୩୨ ଓ ନେଦରଲ୍ୟାଣ୍ଡରେ ୧୯ ଜଣଙ୍କୁ ଚିହ୍ନଟ କରାଯାଇଛି।

ଭାରତରେ ମଧ୍ୟ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଶନିବାର ଭାରତରେ ଦୁଇ ଜଣ ଓମିକ୍ରନ ଭ୍ୟାରିଆ ରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଜଣେ ଗୁଜୁରାଟରୁ ଆଉ ଜଣେ ମୁମାଇରୁ । ପୂର୍ବର ଦୁଇ ଜଣ କର୍ଣ୍ଣାଟକରୁ ଚିହ୍ନଟ ହୋଇଥିଲେ। ଗୁଜୁରାଟ ଜାମନଗରରୁ ସଂକ୍ରମିତ ବ୍ୟକ୍ତି ନିକଟରେ ଜିମ୍ବାୱେରୁ ଭାରତ ଆସିଥିଲେ। ସେହିପରି ମୁମ୍ବାଇରୁ ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତ କେପଟାଉନରୁ ଫେରିଥିଲେ।

ଭାରତରେ ଯେଭଳି ଓମିକ୍ରନ ବ୍ୟାପିବା ଆରମ୍ଭ କଲାଣି ମନରେ ପ୍ରଶ୍ନ ଉଠୁଛି କ’ଣ ଭାରତରେ ତୃତୀୟ ଲହର ଆସିବ କି? ଯଦିଓ ଓମିକ୍ରନ ଉପରେ ଗବେଷଣା ସମ୍ପୂର୍ଣ୍ଣ ହୋଇନାହିଁ ; କିନ୍ତୁ ବୈଜ୍ଞାନିକ ମାନେ ଅନୁମାନ କରିଛନ୍ତି ଯେ, ଓମିକ୍ରନ ଭାରତରେ ତୃତୀୟ ଲହର ଆଣିପାରେ। ତେଣୁ ସାବଧାନ ରହିବା ଆବଶ୍ୟକ।
ଗୋଟିଏ ଆଶ୍ୱସ୍ତି କର କଥା ହେଉଛି ଭାରତରେ ଯେଭଳି ଦ୍ରୁତ ଗତିରେ ଟିକାକରଣ ଚାଲିଛି। ତେଣୁ ଯଦି ଆଗକୁ ମାମଲା ବଢେ ତେଣୁ ଦ୍ୱିତୀୟ ଲହର ଭଳି ଭୟାନକ ହେବ ନାହିଁ ବୋଲି ଆଶା କରାଯାଉଛି।

ସେହିପରି ଏବେ ଯାଏ ଓମିକ୍ରନ ଭ୍ୟାରିଆଣ୍ଟରେ ଯେତେ ସଂକ୍ରମିତ ହୋଇଛନ୍ତି କେହି ଗୁରୁତର ହୋଇନାହାଁନ୍ତି କି କାହାର ମୃତ୍ୟୁ ମଧ୍ୟ ହୋଇନାହିଁ। କିନ୍ତୁ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଥିବା ଦେଖିବାକୁ ମିଳୁଛି।ତେବେ ଏହା କେତେ ମାରାତ୍ମକ ସେ ନେଇ ଏଯାଏ ଗବେଷଣା ଚାଲିଛି। ଭାରତରେ ଓମିକ୍ରନକୁ ନେଇ ଟ୍ରାଭେଲ ଆଡଭାଇଜର ଜାରି କରାଯାଇଛି। ବିମାନବନ୍ଦରରେ ସ୍କ୍ରିନିଂ ଓ ଟେଷ୍ଟିଂ କଡାକଡି କରାଯାଉଛି। ବିଦେଶ ଫେରନ୍ତାଙ୍କ ଉପରେ ମଧ୍ୟ ତୀକ୍ଷ୍ମ ରଖିବାକୁ ସବୁ ରାଜ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.