ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଭୁଲରେ ଚୋରି କରିଥିଲୁ, ଏବେ ନେଇଯାଅ

0

ଲକ୍ଷ୍ନୌ: ଚୋରି କରିଥିବା ମାନିଲେ। ଆଉ ଚୋରି ଜିନିଷ ଫେରାଇଲେ। ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ବିଚ ରାସ୍ତା ଉପରୁ ଚୋରି ହୋଇଯାଇଥିବା ଯୁଦ୍ଧ ବିମାନ ମିରାଜର ଚକ ମିଳିଛି। ଯେଉଁମାନେ ଏହି ଯୁଦ୍ଧ ବିମାନର ଚକ ଚୋରି କରିଥିଲେ, ସେମାନେ ନିଜେ ହିଁ ଆସି ଫେରାଇଛନ୍ତି। ଚୋରି କରିଥିବା ଯୁବକ କହିଛନ୍ତି, ତାଙ୍କୁ ଜଣାନଥିଲା ଏହା ମିରାଜର ଟାୟାର ବୋଲି। ଏହାକୁ ଟ୍ରକର ଟାୟାର ଭାବି ସେମାନେ ଚୋରି କରିନେଇଥିଲେ।

ଲକ୍ଷ୍ନୌ କମିସନରେଟ ପୁଲିସ ପକ୍ଷରୁ ଟାୟାର ମିଳିଥିବା ନେଇ ସ୍ପଷ୍ଟ କରାଯାଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ, ବିକେଟି ଏୟାରଫୋର୍ସ ଷ୍ଟେସନରେ ଦୁଇ ଜଣ ଯୁବକ ଆସି ଏହି ଟାୟାର ଅଧିକାରୀଙ୍କୁ ଫେରାଇଛନ୍ତି। ଟାୟାର ସହିଦ ପଥ ରାସ୍ତାରୁ ଚୋରି ହୋଇଥିଲା। ଏବଂ ଡିସେମ୍ବର ୧ରେ ଏନେଇ ମାମଲା ରୁଜୁ କରାଯାଇଥିଲା।

ଟ୍ରକରେ ମିରାଜ ଯୁଦ୍ଧ ବିମାନର ଟାୟାରକୁ ବକ୍ସି-କା –ତାଲାବ ଏୟାରବେସରୁ ଯୋଧପୁର ଏୟାରବେସକୁ ନିଆଯାଉଥିଲା। କିନ୍ତୁ ସହିଦ ପଥ ରାସ୍ତାରେ ଟ୍ରାଫିକ ଜାମ ଥିବା ବେଳେ ଟ୍ରକ ଫସି ରହିଥିଲା। ଏହାର ଫାଇଦା ନେଇ ସ୍କର୍ପିଓରେ ଆସିଥିବା ଦୁର୍ବୃତମାନେ ଟ୍ରକର ବେଲ୍ଟ କାଟି ମିରାଜ ଯୁଦ୍ଧ ବିମାନର ଚକ ନେଇଯାଇଥିଲେ। ଟ୍ରକ ଡ୍ରାଇଭ ହେମ ସିଂହ ଯେତେବେଳେ ଏହା ଜାଣିଥିଲେ ସେତେବେଳେ ଚୋର ମାନେ ଫେରାର ହୋଇସାରିଥିଲେ।

ଟ୍ରକ ଡ୍ରାଇଭର୍‌ଙ୍କ କହିବା ଅନୁସାରେ, ରାତି ସାଢେ ୧୨ରୁ ଗୋଟାଏ ମଧ୍ୟରେ ଏହି ଚୋରି ହୋଇଥିଲା। ନଭେମ୍ବର ୨୭ରେ ଏହି ଘଟଣାଟ ଘଟିଥିଲା। ଡିସେମ୍ବର ୧ରେ ଏନେଇ ଥାନାରେ ଏତଲା ଦିଆଯାଇଥିଲା। ଟ୍ରକରେ ମିରାଜ ଫାଇଟର ଜେଟ୍‌ର ୫ଟି ଚକ ଯାଉଥିଲା। ସେଥିରୁ ଗୋଟିଏ ଚକ ଚୋରି ହୋଇଯାଇଥିଲା ।

Leave A Reply

Your email address will not be published.