ପ୍ରମୁଖ ଖବର

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ
ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ

ପଞ୍ଚମ ଦିନରେ ବି ଗୃହ ଅଚଳ

0

ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି । ସ୍ୱାଭାବିକ ହୋଇପାରୁନି ଗୃହ । ଆଜି ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟ ପ୍ରବଳ ହୋହଲ୍ଲା କରିଥିଲେ । ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଆଜି ଗୃହ ଆରମ୍ଭ ହେବା ମାତ୍ରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ମମିତା ମେହେର ପ୍ରସଙ୍ଗରେ ବିରୋଧୀ ମାନେ ଗୃହରେ ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ନାରାବାଜି ଦେଇଥିଲେ । ସେହିପରି କଂଗ୍ରେସ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ଚେୟାରକୁ ଘେରିଯାଇଥିଲେ । ଯାହା ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

ସେହିପରି ଶାସକ ଦଳର ସଦସ୍ୟ ମଧ୍ୟ ଚୁପ ବସିନଥିଲେ । ବିଜେଡି ସଦସ୍ୟ ମାନେ ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନମିଳିବା ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରି ପ୍ରତିବାଦ କରିଥିଲେ । ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଶାସକ ଦଳର ସଦସ୍ୟ ଗୃହରେ ପ୍ରତିବାଦ କରିଥିଲେ । ଏହା ପରେ ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତୀ ତଳେ ବିଜେଡି ବିଧାୟକ ଧାରଣା ଦେଇଛନ୍ତି ।

ବିଧାନସଭା ଆରମ୍ଭ ହେବା ଦିନଠୁ ଗୃହ ଗୋଟିଏ ବି ଦିନ ଚାଲିପାରୁନି । ହଟ୍ଟଗୋଳ ହୋହଲ୍ଳା ମଧ୍ୟରେ ଗୃହ ମୁଲତବି ହେଉଛି । ନିଜ ନିଜ ଜିଦରେ ଅଟଳ ରହୁଛନ୍ତି ଶାସକ-ବିରୋଧୀ । ଗତ ୪ ଦିନରେ ମାତ୍ର ୫୨ ମିନିଟ ଚାଲିଛି ଗୃହ କାର୍ଯ୍ୟ । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି ଜିଦରେ ଅଟଳ ଅଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ବି ବିରୋଧୀ ଶାନ୍ତ ହେବା ବଦଳରେ ନୂଆ ନୂଆ ତରିକାରେ ପ୍ରତିବାଦ ଜୋରଦାର କରୁଛନ୍ତି । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଯାଇ ବିଜେଡି ମଧ୍ୟ ଦରଦାମ ବୃଦ୍ଧିକୁ କେନ୍ଦ୍ରକୁ ଟାର୍ଗେଟ କରିଆସୁଥିବା ବେଳେ ଆଜି ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନମିଳିବା ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଛି ।

Leave A Reply

Your email address will not be published.