ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଆଜି ଭାରତ ଗସ୍ତରେ ଆସୁଛନ୍ତି ପୁଟିନ୍‌

0

ଆଜି ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ନୂଆ ଦିଲ୍ଲୀରେ ୨୧ ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀ ଆୟୋଜିତ କରାଯାଉଛି । ଏହି ଶିଖର ସମ୍ମିଳନୀରେ ସାମିଲ ହେବାକୁ ପୁଟିନ ଭାରତ ଆସୁଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏସ-୪୦୦ ବାୟୁ ରକ୍ଷା ପ୍ରଣାଳୀ ମଡେଲ ଉପହାର ଦେବେ । ୨୦୧୯ରେ ବ୍ରାସିଲିଆରେ ବ୍ରିକ୍ସ ବୈଠକ ପରେ ଋଷ ରାଷ୍ଟ୍ରପତି ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ହେବ । ଏହି ଶିଖର ସମ୍ମିଳନୀର ପ୍ରତିରକ୍ଷା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ପୁଟିନ ,ମୋଦୀଙ୍କୁ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଏକ ମଡେଲ ଉପସ୍ଥାପନ କରିବେ ।

ସୂଚନା ଅନୁସାରେ ଏକେ-୨୦୩ ଆସଲ୍ଟ ରାଇଫଲ ଡିଲର ମୁଖ୍ୟ ଆକର୍ଷଣ ହେବ । ଋଷିଆ ଡିଜାଇନରେ ହୋଇଥିବା ଏକେ-୨୦୩ ରାଇଫଲ ତିଆରି ଉପରେ ଭାରତ ଓ ଋଷ ମଧ୍ୟରେ ରାଜିନାମା ହୋଇପାରେ । ଏହି ରାଇଫଲକୁ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଉ ରପ୍ରଦେଶରେ ଏକ ନୂଆ ଫ୍ୟାକ୍ଟ୍ରି ତିଆରି ହେବ । ଦୁଇ ଦେଶ ରାଇଫଲର ସଂଖ୍ୟା ,ମୂଲ୍ୟ ଏବଂ ଉତ୍ପାଦନ ପ୍ରକ୍ରିୟା ଉପରେ ଚୁକ୍ତିର ସର୍ତ୍ତାବଳୀ ଉପରେ ସହମତି ହୋଇଛନ୍ତି । ଏହି ଚୁକ୍ତି ହେବା ପରେ ୧୦ ବର୍ଷ ଯାଏ ଭାରତ ସଶସ୍ତ୍ର ବାହିନୀ ପାଇଁ ଏକେ-୨୦୩ଏସ ମଡେଲର ୬,୦୧୪, ୪୨୭ ରାଇଫଲ ତିଆରି କରାଯିବ ।

ଋଷରେ ପ୍ରଥମେ ୭୦ ହଜାର ମଡେଲ ପ୍ରସ୍ତୁତ କରାଯିବ । ଯାହା ପରେ ଏହି ଟେକ୍ନୋଲୋଜିକୁ ବୁଝିବା ପରେ ଭାରତରେ ଏହା ଉତ୍ପାଦିତ ହେବ । ଏହି ପ୍ରକ୍ରିୟା ପାଇଁ ୩୨ ମାସ ସମୟ ଲାଗିବ । ଯାହା ପରେ ଏହା ସେନା ପାଇଁ ଉପଲବ୍ଧ ହେବ । ପୁଟିନଙ୍କ ଏହି ଗସ୍ତରେ ବହୁତ ଗୁରତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାକୁ ଯାଉଛି ..
() ୭.୫ ଲକ୍ଷ ଏକେ-୨୦୩ ଆସଲ୍ଟ ରାଇଫେଲ ଭାରତରେ ଉତ୍ପାଦନ
() ଏସ-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀର ଠିକ ସମୟରେ ବିତରଣ
() ୧୨ ନୂଆ ସୁଖୋଇ -୩୦ର ବିତରଣ
() ନୌସେନା ପାଇଁ ମିଗ-୨୯ ବିମାନର ନୂତନ ପରିବହନ
() ଭାରତ-ଚୀନ ଉେତ୍ତଜନା
() ଆଫଗାନିସ୍ଥାନ ଆତଙ୍କବାଦ

Leave A Reply

Your email address will not be published.