ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କୃଷକ କେମିତି ଉଠିବେ ରାସ୍ତା ବାହାରିପାରୁନି

0

ନୂଆଦିଲ୍ଲୀ: ଆଜି ସକାଳ ୧୧ଟାରେ ସିଘୁଂ ସୀମାରେ କୃଷକ ସଂଗଠନର ବୈଠକ ବସିବ। ବୈଠକ ପୂର୍ବରୁ କୃଷକ ନେତାମାନେ କହିଛନ୍ତି ଯେ, ସରକାର ଆଲୋଚନା ନେଇ ଗମ୍ଭୀର ନୁହଁନ୍ତି। ଡିସେମ୍ବର ୪ରେ କୃଷକ ସଂଗଠନ ପାଞ୍ଚ ଜଣ ସଦସ୍ୟଙ୍କ ଏକ କମିଟି ଗଠନ କରିଥିଲେ, ଅଥଚ ଦୁଇ ଦିନ ମଧ୍ୟରେ ଆଲୋଚନା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଡାକରା ଆସିଲାନାହିଁ। ଏପଟେ କୃଷକମାନେ ରାସ୍ତାରୁ ଧାରଣାରୁ ହଟିବା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଅଛି।

ଏସବୁୁକୁ ନେଇ ସମୟ ଗଡି ଗଡି ଚାଲିଛି। ଚାଷୀଙ୍କ ଘରୁ ଫେରିବା ପ୍ରସଙ୍ଗ ଏବେ ବି ଅଟକି ରହିଛି। ସିଘୁଂ ସୀମାରେଖା, ଗାଜୀପୁର ସୀମା, ଟିକ୍ରି ସୀମାରେ କୃଷକ ମାନେ ଛିଡା ହୋଇଛନ୍ତି। ଆଗକୁ କଣ ହେବ ତାର ରାସ୍ତା ବାହାରୁନାହିଁ । ଗତକାଲି କୃଷକ ନେତା ଗଣମାଧ୍ୟମ ସମ୍ମୁଖରେ ଆସି କହିଥିଲେ ଯେ, ସରକାର ସମାଧାନ ପାଇଁ ଆଦୌ ଚିନ୍ତିତ ନୁହଁନ୍ତି।

କମିଟିରେ କିଏ କିଏ ଅଛନ୍ତି?
()ପଞ୍ଜାବର ବଲବୀର ରାଜୱାଲ
() ହରିୟାଣାର ଗୁରୁନାମ୍ ସିଂ ଚଢୁନି
() ଉତ୍ତରପ୍ରଦେଶର ଯୁଦ୍ଧବୀର ସିଂହ
() ମଧ୍ୟପ୍ରଦେଶର ଶିବ କୁମାର କକ୍କା
()ମହାରାଷ୍ଟ୍ରର ଅଶୋକ ଧୋୱେଲ

କମିଟିର ଏହି ସଦସ୍ୟମାନେ ଆଲୋଚନା ପାଇଁ ଅପେକ୍ଷା କରି ରହିଛନ୍ତି । ଏଯାଏ ସରକାରଙ୍କ ପାଖରୁ କୌଣସି ନିମନ୍ତ୍ରଣ ଆସିନାହିଁ। ଚାଷୀ ନିଜର ୬ଟି ଦାବି ରଖିଛନ୍ତି।ସେମାନେ ସ୍ପଷ୍ଟ କରିସାରିଛନ୍ତି ଯେ ଏମଏସପି ଗ୍ୟାରେଣ୍ଟି ଆଇନ, ଚାଷୀଙ୍କ ମାମଲା ଫେରସ୍ତ ଓ ମୃତ ଚାଷୀଙ୍କ କ୍ଷତିପୂରଣ ଦେବା ଦାବିରେ କୃଷକ
କୌଣସି ଆପୋସ ବୁଝାମଣା କରିବାକୁ ପ୍ରସ୍ତୁତ ନୁହଁନ୍ତି।

କଥାବାର୍ତ୍ତା କେଉଠି ଅଟକିଛି?
() କୃଷକମାନେ ଏମଏସପି ଉପରେ ଏକ ଆଇନ ଦାବି କରୁଛନ୍ତି, ସରକାର କମିଟି ବିଷୟରେ କହୁଛନ୍ତି।
() ମୃତ ଚାଷୀଙ୍କ କ୍ଷତିପୂରଣ ଦାବି କରାଯାଉଛି,ଏଥିରେ ମୃତ କୃଷକଙ୍କ ସଂଖ୍ୟା ନାହିଁ ବୋଲି କେନ୍ଦ୍ର କହୁଛି।
() ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର ଦାବି ରହିଛି, ରାଜ୍ୟ ସରକାର ପ୍ରସ୍ତୁତ ଥିବା ଜଣାପଡିଛି।

ସୂଚନା ଅନୁସାରେ, ସରକାରଙ୍କ ସହ କୃଷକଙ୍କ ଆଲୋଚନା ହେବାର ସମ୍ଭାବନା ଏବେ ବି ରହିଛି। ଆଜିର ବୈଠକରେ କୃଷକ ନେତାମାନେ ସରକାରଙ୍କ ଉପରେ ଅଧିକ ଚାପ ପକାଇବାକୁ ଚେଷ୍ଟା କରିବେ। କୃଷକ ନେତାମାନେ ଅଭିଯୋଗ କରିଛନ୍ତି ଯେ, ସରକାର କୃଷକଙ୍କ ଆନ୍ଦୋଳନକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।

ସେପଟେ କୃଷକଙ୍କ ଆନ୍ଦୋଳନ ଯୋଗୁଁ ଅବରୋଧ ହୋଇଥିବା ଦିଲ୍ଲୀ ରାସ୍ତା ଖାଲି କରିବାକୁ ଦାବି ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଅଛି ।ଅକ୍ଟୋବର ୨୧ରେ କୃଷକ ସଂଗଠନକୁ ଏହି ଆବେଦନର ନକଲ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଏହା ମଧ୍ୟ କହିଛନ୍ତି ଆନ୍ଦୋଳନ ନାଁରେ ଜନସାଧାରଣଙ୍କ ରାସ୍ତାକୁ ଏଭଳି ସ୍ଥାୟୀ ଭାବେ ବନ୍ଦ କରିହେବନାହିଁ ।

Leave A Reply

Your email address will not be published.