ପ୍ରମୁଖ ଖବର

୪୦ ଡିଗ୍ରି ଉପରେ ରାଜ୍ୟର ୩୦ ସହର: ତାଳଚେରରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରି‌ ରେକର୍ଡ
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ
ଗୁରୁବାର ରାତିରେ ୧ ଘଣ୍ଟା ପାଇଁ ବନ୍ଦ ରହିବ ରେଳ ଟିକେଟ୍ ସଂରକ୍ଷଣ
୩ ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ, ଗ୍ରୀଷ୍ମ ପ୍ରବାହ ଓ ତାତି ବଢ଼ିବା ଯୋଗୁଁ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର
୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ

ମଡେଲିଂରେ ଡେବ୍ୟୁ କଲେ କ୍ରିକେଟ୍ ତାରକାଙ୍କ ଝିଅ

0

ମୁମ୍ବାଇ: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଶେଷରେ ମଡେଲିଂରେ ପାଦ ଥୋଇଛନ୍ତି। ସାରା ତେନ୍ଦୁଲକର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ କମ୍ପାନୀର ବିଜ୍ଞାପନରେ ନଜର ଆସିଛନ୍ତି। ସାରା ଏକ ପୋଷାକ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଥିବା ଦେଖିବାକୁ ମିଳିଛି।

ସାରା ତେନ୍ଦୁଲକର ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହ ନିଜ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ସାରାଙ୍କ ସହ ଏହି ବିଜ୍ଞାପନ ଭିଡିଓରେ ଅନ୍ୟ ଦୁଇ ଜଣ ମଡେଲ ବି ନଜର ଆସିଛନ୍ତି। କମ୍ପାନି ପକ୍ଷରୁ ମଧ୍ୟ ସାରାଙ୍କ ଏକ ଫଟୋ ପୋଷ୍ଟ କରାଯାଇଛି। ନିକଟରେ ହିଁ ସାରା ତେନ୍ଦୁଲକରଙ୍କ ଏକ ଡେଟ ନାଇଟ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ତାଙ୍କୁ ବଲିଉଡ ଗାୟକ କନିକା କପୁରଙ୍କ ସହ ଦେଖିବାକୁ ମିଳିଥିଲା। ସାରା ଅଧିକାଂଶ ସମୟ ଲଣ୍ଡନରେ ହିଁ ରହିଥାନ୍ତି। ଯେଉଁଠୁ ସେ ଲଗାତର ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି।

ସାରା କିଛି ଦିନ ପୂର୍ବରୁ ନିଜ ପରିବାର ସହ ଏକ ସ୍ପେଶାଲ ଡିନର କରିଥିଲେ। ଯାହାର ଫଟୋ ସଚିନ ତେନ୍ଦୁଲକର ପୋଷ୍ଟ କରିଥିଲେ। ଅଞ୍ଜଳୀ ତେନ୍ଦୁଲକର ଜନ୍ମଦିନ ଅବସରରେ ଡିନର ସମୟର ଏହି ଫଟୋ ସେୟାର କରାଯାଇଥିଲା। ନଭେମ୍ବର ୧୦ ତାରିଖରେ ନିଜ ପରିବାର ସହିତ ଗୁଜରାଟ ରେଷ୍ଟୁରାଣ୍ଟରେ ନଜର ଆସିଥିଲେ ସାରା। ସାରା ଲଣ୍ଡନରେ ରହୁଥିବା ବେଳେ ମାଆଙ୍କ ଜନ୍ମଦିନ ପାଳନ କରିବାକୁ ମୁମ୍ବାଇ ଆସିଥିଲେ।

Leave A Reply

Your email address will not be published.