ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କେତେ ଗୁରୁତ୍ବପୂର୍ଣ୍ଣ ଥିଲା ମୋଦୀ-ପୁଟିନ୍ ଆଲୋଚନା

0

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଭାରତ ଗସ୍ତରେ ଆସିଥିଲେ। ୨୧ ତମ ଭାରତଋଷ ଶିଖର ସମ୍ମିଳନୀରେ ସାମିଲ ହେବା ଥିଲା ଗସ୍ତର ଉଦ୍ଦେଶ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭେଟ ହେବା ସହ ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ପୁଟିନ କେବେ ପାକିସ୍ତାନ ଯାଇନାହାଁନ୍ତି , ଗତ ଦୁଇ ବର୍ଷ ମଧ୍ୟରେ ଯେ ଦ୍ୱିତୀୟ ଥର ପାଇଁ ନିଜ ଦେଶରୁ ବାହାରକୁ ବାହାରିଛନ୍ତି, ସେ ୫ ଘଣ୍ଟା ପାଇଁ ଭାରତ ଗସ୍ତରେ କାହିଁକି ଆସିଥିଲେ ?

ବିଶେଷଜ୍ଞ ମାନେ ଏହି ବୈଠକକୁ ଭାରତ ଓ ଋଷ ମଧ୍ୟରେ ଭବିଷ୍ୟତ ପାଇଁ ସମ୍ପର୍କର ମୂଳଦୁଆ ବୋଲି କହୁଛନ୍ତି। କାରଣ ଯଦି ପୁଟିନ ଭାରତ ସହିତ ସମ୍ପର୍କକୁ ଗୁରୁତର ଭାବିନଥାନ୍ତେ ତାହେଲେ ଭାରତ ଆସିନଥାନ୍ତେ। ରୋମରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀକୁ ମଧ୍ୟ ପୁଟିନ ଯାଇନଥିଲେ। ଗ୍ଲାସଗୋର ଯାଇଥିବା ସିଓପି୨୬ ସମ୍ମିଳନୀରେ ମଧ୍ୟ ସେ ସାମିଲ ହୋଇନଥିଲେ।

ରାଷ୍ଟ୍ରପତି ପୁଟିନ ୨୦୨୦ ମାର୍ଚ୍ଚ ପରେ ଦ୍ୱିତୀୟ ଥର ପାଇଁ ଦେଶରୁ ବାହାରକୁ ବାହାରିଛନ୍ତି। ଏହା ପୂର୍ବରୁ ସେ କେବଳ ଏହି ବର୍ଷ ଜେନେଭାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଥିଲେ। ମୋଦୀ ଏବଂ ପୁଟିନଙ୍କ ଏହା ପୂର୍ବରୁ ୨ ବର୍ଷ ପୂର୍ବେ ବିକ୍ସ ସମ୍ମିଳନୀରେ ଭେଟ ହୋଇଥିଲା। କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ରହିଆସୁଥିଲା। ଏହାରି ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ୬ ଥର ଫୋନର କଥାବାର୍ତ୍ତା ହୋଇଥିଲା; ତିନି ଥର ଭର୍ଚୁଆଲ ବୈଠକ ମଧ୍ୟ ହୋଇଥିଲା।

ପୁଟିନ କିଛି ଘଣ୍ଟା ପାଇଁ ଭାରତ ଆସିଥିଲେ ମଧ୍ୟ ତାଙ୍କର ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା। ୫ ଘଣ୍ଟା ମଧ୍ୟରେ ଦୁଇ ଦେଶ ମଧ୍ୟରେ ୨୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଋଷ ପାଖରୁ ଭାରତ ଅତ୍ୟାଧୁନିକ ଏସ-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଆଣିବ ବୋଲି ଚୁକ୍ତି ସ୍ୱାକ୍ଷରିତ ହୋଇଛି।। ସ୍ଥଳଭାଗରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରି ପାରୁଥିବା ଏହି ଅତ୍ୟାଧୁନିକ ମିସାଇଲ ସିଷ୍ଟମ ଦ୍ୱାରା ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବ। ସେହିପରି ୨୦୨୧ରୁ ୨୦୩୧ ମଧ୍ୟରେ ଋଷିଆ ସହଯୋଗରେ ଭାରତ ୬ ଲକ୍ଷରୁ ଅଧିକ ଏକ-୨୦୩ ଅସଲ୍ଟ ରାଇଫଲ ନିର୍ମାଣ କରିବ ବୋଲି ଚୁକ୍ତି ହୋଇଛି। ୟୁପିର ଆମେଥିରେ ଏହି ବନ୍ଧୁକ ତିଆରି କାରଖାନା ହେବ।

ଏହା ବାଦ୍ ବ୍ୟବସାୟ, ଶକ୍ତି,ବ୍ୟାଙ୍କିଙ୍ଗ, ସାଇବର ଆକ୍ରମଣରୁ ସୁରକ୍ଷା, ଭୂବିଜ୍ଞାନ,ସଂସ୍କୃତି ଓ ଶିକ୍ଷା ଭଳି କ୍ଷେତ୍ରରେ ଦୁଇ ଦେଶ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆତଙ୍କବାଦ ଓ ଆଫଗାନିସ୍ତାନ ବାବଦରେ ମଧ୍ୟ ଦୁଇ ନେତା ଆଲୋଚନା କରିଛନ୍ତି। ମୋଦୀ ଓ ପୁଟିନଙ୍କ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଆଗକୁ ଦୁଇ ଦେଶର ସମ୍ପର୍କକୁ ଆଗକୁ ବଢାଇବ ବୋଲି କୁହାଯାଉଛି।

Leave A Reply

Your email address will not be published.