ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଓମିକ୍ରନ ସଂପର୍କରେ ଆସିଲା ବିଶେଷଜ୍ଞଙ୍କ ପରାମର୍ଶ

0

ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକଙ୍କ ନିଦ ହଜାଇଦେଇଛି। ଓମିକ୍ରନ ଡେଲଟା ଭ୍ୟାରିଆଣ୍ଟଠୁ ତିନି ଗୁଣା ଅଧିକ ବେଗରେ ବ୍ୟାପୁଥିବା କୁହାଯାଉଛି। ଏମିତିରେ ପ୍ରଶ୍ନ ଉଠୁଛି ଏହି ନୂଆ ଭ୍ୟାରିଆଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ କଣ ଏକମାତ୍ର ରାସ୍ତା? ନା ତୃତୀୟ ଡୋଜ ପାଇଁ ପାଇଁ ସରକାର ବିଚାର କରିବା ଆରମ୍ଭ କରିଦେବା ଉଚିତ୍‌?

ନୂଆ ଭ୍ୟାରିଆଣ୍ଟ ପୂର୍ବ ଡେଲଟା ଭ୍ୟାରିଆଣ୍ଟ ଅପେକ୍ଷା ଅଧିକ ବିପଜ୍ନନକ। ବିଶେଷଜ୍ଞମାନେ କହିଛନ୍ତି ଯେ ,ଟିକା ନେଇଥିବା ବ୍ୟକ୍ତିଙ୍କୁ ଏହା ପ୍ରଭାବିତ କରୁଛି।ଏପରି ସ୍ଥିତିରେ ବାହାଘର,ପାର୍ଟି, ବଜାରରେ ଭିଡ ପୁଣି ଥରେ ବିପଦ ଆଡକୁ ଲୋକଙ୍କୁ ଠେଲିନେଉଛି। ଭାଇରୋଲିଜିଷ୍ଟ ଡାକ୍ତର ଦୀପକ ଆଚାର୍ଯ୍ୟ କହିଛନ୍ତି ଯେ, ଓମିକ୍ରନ ସହିତ ମୁକାବିଲା ପାଇଁ ଲକଡାଉନ ଏକମାତ୍ର ବିକଳ୍ପ ନୁହେଁ। ଏହାଠୁ ଅଧିକ ଜରୁରୀ ବ୍ୟକ୍ତିଗତ ଭାବେ ସମସ୍ତେ ସଚେତନ ହେବା ଦରକାର। ବିନା କାରଣରେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି।

କୋଭିଡ ଟାସ୍କ ଫୋର୍ସର ସଦସ୍ୟ ଡକ୍ଟର ରାହୁଲ ପଣ୍ଡିତ କହିଛନ୍ତି ଯେ, କରୋନାର ନୂଆ ପ୍ରଜାତିକୁ ନେଇ ଲୋକ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମସ୍ତେ କରୋନା ନିୟମ ମାନିବା ସହ ଘରୁ ବାହାରକୁ ବାହାରିବା ପୂର୍ବରୁ ଡବଲ ମାସ୍କ ପିନ୍ଧନ୍ତୁ। ଏହା ସହ ଯେଉଁମାନେ ଡବଲ ଡୋଜ ନେଇନାହାନ୍ତି ସେମାନେ ତୁରନ୍ତ ଦୁଇଟି ଯାକ ଟିକା ନେଇଯିବା ଜରୁରୀ। ଏହାସହ ବିମାନ କି ଟ୍ରେନରେ ଯାତାୟାତ ସମୟରେ ସାମଜିକ ଦୂରତା ରଖିବା ଆବଶ୍ୟକ। ଏହା ସହ ଯଦି ସଂକ୍ରମିତଙ୍କ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି ତୁରନ୍ତ ନିଜକୁ ସଙ୍ଗରୋଧରେ ରଖିବା ଉଚିତ। ଯଦି ସମସ୍ତେ ନଜେ ସତର୍କ ହୋଇଯିବେ ତେବେ ଲକଡାଉନର ଆବଶ୍ୟକ ପଡିବନି ବୋଲି କହିଛନ୍ତି।

ସଂକ୍ରମଣ ରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରକାନ୍ତ ଲାହରିଆ କହିଛନ୍ତି ଯେ, କୌଣସି ପ୍ରକାର ଭ୍ୟାରିଆଣ୍ଟ ପାଇଁ ଟିକା ନିଶ୍ଚିତ ଭାବରେ ସୁରକ୍ଷା ଯୋଗାଇଥାଏ।ମାନେ ଜଣେ ଟିକା ନେଇଥିବା ବ୍ୟକ୍ତି ଟିକା ନନେଇଥିବା ବ୍ୟକ୍ତିଠୁ ଅଧିକ ସୁରକ୍ଷିତ। କିନ୍ତୁ ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ଦୁଇ ଡୋଜ ନେବା ନିହାତି ଜରୁରୀ। ଯେଉଁମାନେ ଗୋଟେ ଡୋଜ ନେଇଛନ୍ତି, ସେମାନେ ତୁରନ୍ତ ଦ୍ୱିତୀୟ ଡୋଜ ନେବା ଆବଶ୍ୟକ।

ଦେଶରେ ଏବେ ବି ୧୫ ପ୍ରତିଶତ ବୟସ୍କ ଅଛନ୍ତି, ଯେଉଁମାନେ କୌଣସି ଡୋଜ ନେଇନାହାନ୍ତି।ଏଭଳି ପରିସ୍ଥିତିରେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରିବା ଆବଶ୍ୟକ। ବୁଷ୍ଟର ଡୋଜ ଅର୍ଥାତ ତୃତୀୟ ଡୋଜ ଉପରେ ଡକ୍ଟର ଲାହରିଆ କହିଛନ୍ତି ଯେ, ଯେଉଁମାନେ ପ୍ରଥମେ ଡୋଜ ନେଇନାହାନ୍ତି , ତାଙ୍କୁ ଦେବା ଜରୁରୀ। ତା ପରେ ବୁଷ୍ଟର ଡୋଜ କଥା ବୈଜ୍ଞାନିକ ଓ ବିଶେଷଜ୍ଞ ମାନେ ଆଲୋଚନା କରୁଛନ୍ତି।

ଭାରତରେ ଏବେ ଓମିକ୍ରନ ଭ୍ୟାରିଆଣ୍ଟ ବ୍ୟାପିବା ଆରମ୍ଭ କରିଛି। ଦେଶରେ ୫ଟି ରାଜ୍ୟକୁ ବ୍ୟାପିଲାଣି କରୋନାର ଏହି ନୂଆ ପ୍ରଜାତି। ଏଯାଏ ୨୩ ଜଣ ଦେଶରେ ଓମିକ୍ରନ ସଂକ୍ରମଣରେ ସଂକ୍ରମିତ ହେଲେଣି। ଯାହାକୁ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସତର୍କ କରାଯାଇଛି।

Leave A Reply

Your email address will not be published.