ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଓମିକ୍ରନ ସଂପର୍କରେ ଆସିଲା ବିଶେଷଜ୍ଞଙ୍କ ପରାମର୍ଶ

0

ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକଙ୍କ ନିଦ ହଜାଇଦେଇଛି। ଓମିକ୍ରନ ଡେଲଟା ଭ୍ୟାରିଆଣ୍ଟଠୁ ତିନି ଗୁଣା ଅଧିକ ବେଗରେ ବ୍ୟାପୁଥିବା କୁହାଯାଉଛି। ଏମିତିରେ ପ୍ରଶ୍ନ ଉଠୁଛି ଏହି ନୂଆ ଭ୍ୟାରିଆଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ କଣ ଏକମାତ୍ର ରାସ୍ତା? ନା ତୃତୀୟ ଡୋଜ ପାଇଁ ପାଇଁ ସରକାର ବିଚାର କରିବା ଆରମ୍ଭ କରିଦେବା ଉଚିତ୍‌?

ନୂଆ ଭ୍ୟାରିଆଣ୍ଟ ପୂର୍ବ ଡେଲଟା ଭ୍ୟାରିଆଣ୍ଟ ଅପେକ୍ଷା ଅଧିକ ବିପଜ୍ନନକ। ବିଶେଷଜ୍ଞମାନେ କହିଛନ୍ତି ଯେ ,ଟିକା ନେଇଥିବା ବ୍ୟକ୍ତିଙ୍କୁ ଏହା ପ୍ରଭାବିତ କରୁଛି।ଏପରି ସ୍ଥିତିରେ ବାହାଘର,ପାର୍ଟି, ବଜାରରେ ଭିଡ ପୁଣି ଥରେ ବିପଦ ଆଡକୁ ଲୋକଙ୍କୁ ଠେଲିନେଉଛି। ଭାଇରୋଲିଜିଷ୍ଟ ଡାକ୍ତର ଦୀପକ ଆଚାର୍ଯ୍ୟ କହିଛନ୍ତି ଯେ, ଓମିକ୍ରନ ସହିତ ମୁକାବିଲା ପାଇଁ ଲକଡାଉନ ଏକମାତ୍ର ବିକଳ୍ପ ନୁହେଁ। ଏହାଠୁ ଅଧିକ ଜରୁରୀ ବ୍ୟକ୍ତିଗତ ଭାବେ ସମସ୍ତେ ସଚେତନ ହେବା ଦରକାର। ବିନା କାରଣରେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି।

କୋଭିଡ ଟାସ୍କ ଫୋର୍ସର ସଦସ୍ୟ ଡକ୍ଟର ରାହୁଲ ପଣ୍ଡିତ କହିଛନ୍ତି ଯେ, କରୋନାର ନୂଆ ପ୍ରଜାତିକୁ ନେଇ ଲୋକ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମସ୍ତେ କରୋନା ନିୟମ ମାନିବା ସହ ଘରୁ ବାହାରକୁ ବାହାରିବା ପୂର୍ବରୁ ଡବଲ ମାସ୍କ ପିନ୍ଧନ୍ତୁ। ଏହା ସହ ଯେଉଁମାନେ ଡବଲ ଡୋଜ ନେଇନାହାନ୍ତି ସେମାନେ ତୁରନ୍ତ ଦୁଇଟି ଯାକ ଟିକା ନେଇଯିବା ଜରୁରୀ। ଏହାସହ ବିମାନ କି ଟ୍ରେନରେ ଯାତାୟାତ ସମୟରେ ସାମଜିକ ଦୂରତା ରଖିବା ଆବଶ୍ୟକ। ଏହା ସହ ଯଦି ସଂକ୍ରମିତଙ୍କ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି ତୁରନ୍ତ ନିଜକୁ ସଙ୍ଗରୋଧରେ ରଖିବା ଉଚିତ। ଯଦି ସମସ୍ତେ ନଜେ ସତର୍କ ହୋଇଯିବେ ତେବେ ଲକଡାଉନର ଆବଶ୍ୟକ ପଡିବନି ବୋଲି କହିଛନ୍ତି।

ସଂକ୍ରମଣ ରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରକାନ୍ତ ଲାହରିଆ କହିଛନ୍ତି ଯେ, କୌଣସି ପ୍ରକାର ଭ୍ୟାରିଆଣ୍ଟ ପାଇଁ ଟିକା ନିଶ୍ଚିତ ଭାବରେ ସୁରକ୍ଷା ଯୋଗାଇଥାଏ।ମାନେ ଜଣେ ଟିକା ନେଇଥିବା ବ୍ୟକ୍ତି ଟିକା ନନେଇଥିବା ବ୍ୟକ୍ତିଠୁ ଅଧିକ ସୁରକ୍ଷିତ। କିନ୍ତୁ ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ଦୁଇ ଡୋଜ ନେବା ନିହାତି ଜରୁରୀ। ଯେଉଁମାନେ ଗୋଟେ ଡୋଜ ନେଇଛନ୍ତି, ସେମାନେ ତୁରନ୍ତ ଦ୍ୱିତୀୟ ଡୋଜ ନେବା ଆବଶ୍ୟକ।

ଦେଶରେ ଏବେ ବି ୧୫ ପ୍ରତିଶତ ବୟସ୍କ ଅଛନ୍ତି, ଯେଉଁମାନେ କୌଣସି ଡୋଜ ନେଇନାହାନ୍ତି।ଏଭଳି ପରିସ୍ଥିତିରେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରିବା ଆବଶ୍ୟକ। ବୁଷ୍ଟର ଡୋଜ ଅର୍ଥାତ ତୃତୀୟ ଡୋଜ ଉପରେ ଡକ୍ଟର ଲାହରିଆ କହିଛନ୍ତି ଯେ, ଯେଉଁମାନେ ପ୍ରଥମେ ଡୋଜ ନେଇନାହାନ୍ତି , ତାଙ୍କୁ ଦେବା ଜରୁରୀ। ତା ପରେ ବୁଷ୍ଟର ଡୋଜ କଥା ବୈଜ୍ଞାନିକ ଓ ବିଶେଷଜ୍ଞ ମାନେ ଆଲୋଚନା କରୁଛନ୍ତି।

ଭାରତରେ ଏବେ ଓମିକ୍ରନ ଭ୍ୟାରିଆଣ୍ଟ ବ୍ୟାପିବା ଆରମ୍ଭ କରିଛି। ଦେଶରେ ୫ଟି ରାଜ୍ୟକୁ ବ୍ୟାପିଲାଣି କରୋନାର ଏହି ନୂଆ ପ୍ରଜାତି। ଏଯାଏ ୨୩ ଜଣ ଦେଶରେ ଓମିକ୍ରନ ସଂକ୍ରମଣରେ ସଂକ୍ରମିତ ହେଲେଣି। ଯାହାକୁ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସତର୍କ କରାଯାଇଛି।

Leave A Reply

Your email address will not be published.