ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଘଣ୍ଟ ବଜାଇଲେ ବିରୋଧୀ..ଗଙ୍ଗାଜଳ ପକାଇଲା ଶାସକ ଦଳ

0

ସ୍ୱାଭାବିକ ହୋଇପାରୁନି ବିଧାନସଭା ଶୀତ ଅଧବେଶନ । ଷଷ୍ଠ ଦିନରେ ବି ଚାଲୁପାରୁନି ଗୃହ । ପ୍ରତିଦିନ ଗୃହରେ ଦେଖିବାକୁ ମିଳୁଛି ହାଇଡ୍ରାମା । ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଜିଦରେ ଅଟଳ ଥିବା ବେଳେ ପ୍ରତିଦିନ ନୂଆ ନୂଆ ତରିକାରେ ପ୍ରତିବାଦ କରୁଛନ୍ତି ।

ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଯାଇ ଶାସକ ଦଳର ସଦସ୍ୟ ମଧ୍ୟ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଛନ୍ତି । ଆଜିକୁ ୬ ଦିନ ହେବ ଗୃହ ଆରମ୍ଭ ହେଉଛି, ପୁଣି ମୁଲତବି ହେଉଛି । ଗୋଟେ ଘଣ୍ଟା ବି ଚାଲିପାରୁନି ଗୃହ । ତିନି ଦଳର ବିଧାୟକ ବିଧାନସଭା ଭିତରେ ହଟ୍ଟଗୋଳ ଓ ହୋହଲ୍ଳା କରିବାରୁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ।

ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଦେଇଥିଲେ । ଘଣ୍ଟ ବାଡେଇ ପ୍ରତିବାଦ କରିଥିଲେ । ପ୍ରଭୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ଏବଂ ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ । ଏବଂ ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ ବୋଲି ଏଭଳି କିଛି ଆହ୍ୱାନ ଦେଇଥିଲେ ବିଜେପି ବିଧାୟକ । ସେହିପରି କଂଗ୍ରେସ ବିଧାୟକ ମଧ୍ୟ ବ୍ୟାନର ଓ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ପୂର୍ବରୁ ବିଜେପି ଗୃହ ବାହାରେ ଓ ଭିତରେ ଗଙ୍ଗାଜଳ ପକାଇବାର ଦେଖିବାକୁ ମିଳିଥିଲା । କିନ୍ତୁ ଶାସକ ଦଳର ସଦସ୍ୟ ଆଜି ଗୃହର ମଧ୍ୟଭାଗକୁ ଆସି ବିରୋଧୀଙ୍କ ଉପରେ ଗଙ୍ଗା ଜଳ ପକାଇଥଲେ । କେନ୍ଦ୍ର ଅବହେଳା ଓ ଗୃହ କେମିତି ସ୍ୱାଭାବିକ ହୋଇପାରିବ ସେ ନେଇ ବିରୋଧୀଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି କହି ଗଙ୍ଗାଜଳ ଛିଞ୍ଚିଥିବା କହିଥିଲେ । ଏହାରି ଭିତରେ ବିଧାନସଭାରେ ଏକ ପ୍ରକାର ହାଇଡ୍ରାମା ଦେଖିବାକୁ ମିଳିଥିଲା ।

କଂଗ୍ରେସ ସଦସ୍ୟ ମଧ୍ୟ ବିଧାନସଭା ଚାରିପଟେ ହାତରେ ପ୍ଳାକାର୍ଡ ଧରି ପ୍ରତିବାଦ କରୁଛନ୍ତି । ସେହିପରି ବିଜେଡି ବିଧାୟକ ମାନେ ମଧ୍ୟ ଗାନ୍ଧି ମୂର୍ତ୍ତି ତଳେ ଆସି ଧାରଣା ଦେଇଛନ୍ତି । ଦରଦାମ ବୃଦ୍ଧି ପ୍ରତିବାଦରେ ଧାରଣା ଦେଇଛନ୍ତି ଶାସକ ଦଳର ସଦସ୍ୟ । ଏସବୁ ଭିତରେ ବିଧାନସଭା ଅଧିବେଶନକୁ ୬ ଦିନ ହୋଇଗଲାଣି ହେଲେ ଗୃହ ପାଖାପାଖି ୬୨ ମିନିଟ ଚାଲିଛି । ବାରମ୍ବାର ଗୃହ ମୁଲତବି ପରେ ଗତକାଲି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଲାଗୁଥିଲା କିଛି ସ୍ୱାଭାବିକ ହେବ । କିନ୍ତୁ ସମାନ ଦୃଶ୍ୟ ଷଷ୍ଠ ଦିନରେ ବି ଦେଖିବାକୁ ମିଳିଛି । ଗୃହ ବାରମ୍ବାର ମୁଲତବି ପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରୁନି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.