ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଘଣ୍ଟ ବଜାଇଲେ ବିରୋଧୀ..ଗଙ୍ଗାଜଳ ପକାଇଲା ଶାସକ ଦଳ

0

ସ୍ୱାଭାବିକ ହୋଇପାରୁନି ବିଧାନସଭା ଶୀତ ଅଧବେଶନ । ଷଷ୍ଠ ଦିନରେ ବି ଚାଲୁପାରୁନି ଗୃହ । ପ୍ରତିଦିନ ଗୃହରେ ଦେଖିବାକୁ ମିଳୁଛି ହାଇଡ୍ରାମା । ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଜିଦରେ ଅଟଳ ଥିବା ବେଳେ ପ୍ରତିଦିନ ନୂଆ ନୂଆ ତରିକାରେ ପ୍ରତିବାଦ କରୁଛନ୍ତି ।

ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଯାଇ ଶାସକ ଦଳର ସଦସ୍ୟ ମଧ୍ୟ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଛନ୍ତି । ଆଜିକୁ ୬ ଦିନ ହେବ ଗୃହ ଆରମ୍ଭ ହେଉଛି, ପୁଣି ମୁଲତବି ହେଉଛି । ଗୋଟେ ଘଣ୍ଟା ବି ଚାଲିପାରୁନି ଗୃହ । ତିନି ଦଳର ବିଧାୟକ ବିଧାନସଭା ଭିତରେ ହଟ୍ଟଗୋଳ ଓ ହୋହଲ୍ଳା କରିବାରୁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ।

ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଦେଇଥିଲେ । ଘଣ୍ଟ ବାଡେଇ ପ୍ରତିବାଦ କରିଥିଲେ । ପ୍ରଭୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ଏବଂ ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ । ଏବଂ ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ ବୋଲି ଏଭଳି କିଛି ଆହ୍ୱାନ ଦେଇଥିଲେ ବିଜେପି ବିଧାୟକ । ସେହିପରି କଂଗ୍ରେସ ବିଧାୟକ ମଧ୍ୟ ବ୍ୟାନର ଓ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ପୂର୍ବରୁ ବିଜେପି ଗୃହ ବାହାରେ ଓ ଭିତରେ ଗଙ୍ଗାଜଳ ପକାଇବାର ଦେଖିବାକୁ ମିଳିଥିଲା । କିନ୍ତୁ ଶାସକ ଦଳର ସଦସ୍ୟ ଆଜି ଗୃହର ମଧ୍ୟଭାଗକୁ ଆସି ବିରୋଧୀଙ୍କ ଉପରେ ଗଙ୍ଗା ଜଳ ପକାଇଥଲେ । କେନ୍ଦ୍ର ଅବହେଳା ଓ ଗୃହ କେମିତି ସ୍ୱାଭାବିକ ହୋଇପାରିବ ସେ ନେଇ ବିରୋଧୀଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି କହି ଗଙ୍ଗାଜଳ ଛିଞ୍ଚିଥିବା କହିଥିଲେ । ଏହାରି ଭିତରେ ବିଧାନସଭାରେ ଏକ ପ୍ରକାର ହାଇଡ୍ରାମା ଦେଖିବାକୁ ମିଳିଥିଲା ।

କଂଗ୍ରେସ ସଦସ୍ୟ ମଧ୍ୟ ବିଧାନସଭା ଚାରିପଟେ ହାତରେ ପ୍ଳାକାର୍ଡ ଧରି ପ୍ରତିବାଦ କରୁଛନ୍ତି । ସେହିପରି ବିଜେଡି ବିଧାୟକ ମାନେ ମଧ୍ୟ ଗାନ୍ଧି ମୂର୍ତ୍ତି ତଳେ ଆସି ଧାରଣା ଦେଇଛନ୍ତି । ଦରଦାମ ବୃଦ୍ଧି ପ୍ରତିବାଦରେ ଧାରଣା ଦେଇଛନ୍ତି ଶାସକ ଦଳର ସଦସ୍ୟ । ଏସବୁ ଭିତରେ ବିଧାନସଭା ଅଧିବେଶନକୁ ୬ ଦିନ ହୋଇଗଲାଣି ହେଲେ ଗୃହ ପାଖାପାଖି ୬୨ ମିନିଟ ଚାଲିଛି । ବାରମ୍ବାର ଗୃହ ମୁଲତବି ପରେ ଗତକାଲି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଲାଗୁଥିଲା କିଛି ସ୍ୱାଭାବିକ ହେବ । କିନ୍ତୁ ସମାନ ଦୃଶ୍ୟ ଷଷ୍ଠ ଦିନରେ ବି ଦେଖିବାକୁ ମିଳିଛି । ଗୃହ ବାରମ୍ବାର ମୁଲତବି ପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରୁନି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.