ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

0

ବିଜେପି ସଂସଦୀୟ ଦଳ ବୈଠକରେ ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ ସଂସଦର ଶୀତକାଳୀନ ଅଧିବେଶନରେ ଯୋଗ ଦେଇନଥିବା ସାଂସଦମାନଙ୍କୁ ଚେତାବନୀ ଦେଇଛନ୍ତି ମୋଦୀ । କହିଛନ୍ତି, ସଂସଦରେ ସାଂସଦ ମାନେ ଉପସ୍ଥିତି ରହିବା ଆବଶ୍ୟକ । କିନ୍ତୁ ଏହା ସବୁ ଥର କହିବା ଠିକ ନୁହେଁ । ସଂସଦରେ ରହିବା ସମସ୍ତଙ୍କ ଦାୟିତ୍ୱ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ବି କହିଛନ୍ତି ଯେ, ଯଦି ପିଲା ମାନଙ୍କୁ ବାରମ୍ବାର ସମାନ କଥା କୁହାଯାଏ, ତାଙ୍କୁ ବି ପସନ୍ଦ ଆସେନାହିଁ । ତେଣୁ ଆପଣ ନିଜ ଭିତରେ ପରିବର୍ତ୍ତନ ଆଣନ୍ତୁ । ନଚେତ ପରିବର୍ତ୍ତନ ଘଟିବ । ସମସ୍ତ ସାଂସଦ ସଂସଦରେ ଉପସ୍ଥିତ ରହି କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସମସ୍ତ ସାଂସଦଙ୍କୁ ସଂସଦର ଶୀତକାଳୀନ ଅଧିବେଶନ ପରେ ନିଜ ନିଜ ନିର୍ବାଚନ ମଣ୍ଡଳୀ ଯାଇ ଜିଲ୍ଲା ସଭାପତି ତଥା ମଣ୍ଡଳ ସଭାପତିଙ୍କ ସହ ଆଲୋଚନା କରିବାକୁ କହିଛନ୍ତି । ସ୍ଥାନୀୟ ସମସ୍ୟାର ସମାଧାନ ଓ ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବାକୁ ଚେଷ୍ଟା କରିବାକୁ କହିଛନ୍ତି ।

ଏହା ଉପରେ ମୋଦୀ କହିଛନ୍ତି ଯେ, ଡିସେମ୍ବର ୧୪ରେ ବନାରସରେ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ସଭାପତି ଓ ମଣ୍ଡଳ ସଭାପତିଙ୍କୁ ଡାକି ଆଲୋଚନା କରିବେ । ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୈଠକରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାଂସଦଙ୍କୁ କ୍ରୀଡା ପ୍ରତିଯୋଗୀତା,ଶିଶୁ ପ୍ରତିଯୋଗୀତା ଓ ସୂର୍ଯ୍ୟ ନମସ୍କାର ଭଳି ପ୍ରତିଯୋଗୀତା କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ସହ ଯେଉଁମାନେ ପଦ୍ମ ପୁରସ୍କାର ପାଇଛନ୍ତି ସେମାନଙ୍କୁ ନେଇ ଏକ ଲାଇଭ ପୋଗ୍ରାମ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.