ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

0

ବିଜେପି ସଂସଦୀୟ ଦଳ ବୈଠକରେ ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ ସଂସଦର ଶୀତକାଳୀନ ଅଧିବେଶନରେ ଯୋଗ ଦେଇନଥିବା ସାଂସଦମାନଙ୍କୁ ଚେତାବନୀ ଦେଇଛନ୍ତି ମୋଦୀ । କହିଛନ୍ତି, ସଂସଦରେ ସାଂସଦ ମାନେ ଉପସ୍ଥିତି ରହିବା ଆବଶ୍ୟକ । କିନ୍ତୁ ଏହା ସବୁ ଥର କହିବା ଠିକ ନୁହେଁ । ସଂସଦରେ ରହିବା ସମସ୍ତଙ୍କ ଦାୟିତ୍ୱ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ବି କହିଛନ୍ତି ଯେ, ଯଦି ପିଲା ମାନଙ୍କୁ ବାରମ୍ବାର ସମାନ କଥା କୁହାଯାଏ, ତାଙ୍କୁ ବି ପସନ୍ଦ ଆସେନାହିଁ । ତେଣୁ ଆପଣ ନିଜ ଭିତରେ ପରିବର୍ତ୍ତନ ଆଣନ୍ତୁ । ନଚେତ ପରିବର୍ତ୍ତନ ଘଟିବ । ସମସ୍ତ ସାଂସଦ ସଂସଦରେ ଉପସ୍ଥିତ ରହି କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସମସ୍ତ ସାଂସଦଙ୍କୁ ସଂସଦର ଶୀତକାଳୀନ ଅଧିବେଶନ ପରେ ନିଜ ନିଜ ନିର୍ବାଚନ ମଣ୍ଡଳୀ ଯାଇ ଜିଲ୍ଲା ସଭାପତି ତଥା ମଣ୍ଡଳ ସଭାପତିଙ୍କ ସହ ଆଲୋଚନା କରିବାକୁ କହିଛନ୍ତି । ସ୍ଥାନୀୟ ସମସ୍ୟାର ସମାଧାନ ଓ ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବାକୁ ଚେଷ୍ଟା କରିବାକୁ କହିଛନ୍ତି ।

ଏହା ଉପରେ ମୋଦୀ କହିଛନ୍ତି ଯେ, ଡିସେମ୍ବର ୧୪ରେ ବନାରସରେ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ସଭାପତି ଓ ମଣ୍ଡଳ ସଭାପତିଙ୍କୁ ଡାକି ଆଲୋଚନା କରିବେ । ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୈଠକରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାଂସଦଙ୍କୁ କ୍ରୀଡା ପ୍ରତିଯୋଗୀତା,ଶିଶୁ ପ୍ରତିଯୋଗୀତା ଓ ସୂର୍ଯ୍ୟ ନମସ୍କାର ଭଳି ପ୍ରତିଯୋଗୀତା କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ସହ ଯେଉଁମାନେ ପଦ୍ମ ପୁରସ୍କାର ପାଇଛନ୍ତି ସେମାନଙ୍କୁ ନେଇ ଏକ ଲାଇଭ ପୋଗ୍ରାମ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.