ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଓମିକ୍ରନ: ପୁଣି ଫେରିଲା କଟକଣା

0

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଲାଗିଲା ୧୪୪ ଧାରା। ପ୍ରାୟ ଏକ ମାସ ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ଖ୍ରୀଷ୍ଟମାସ, ନୂଆ ବର୍ଷ, ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ବିପଦ,ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷା ଓ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ।

ଖ୍ରୀଷ୍ଟମାସ, ଜିରୋ ନାଇଟ ସେଲିବ୍ରେସନ ଓ ନୂଆ ବର୍ଷରେ କରୋନା ଗାଇଡଲାଇନକୁ କଡାକଡି ପାଳନ କରାଯିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି। ମଙ୍ଗଳବାର ଲକ୍ଷ୍ନୌ ପୁଲିସ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ପୁଲିସ କମିସନର ଡି.କେ.ଠାକୁର କହିଛନ୍ତି ଯେ, ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା କୋଭିଡ ଗାଇଡଲାଇନକୁ କଡାକଡି ପାଳନ କରାଯିବ। ଏହାର ଉଂଲଘନ କଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ।

ପୁଲିସ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି, ବନ୍ଦ ସ୍ଥାନରେ ହେଉଥିବା ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏହି ସହ କୋଭିଡ ହେଲପ ଡେସ୍କ ତିଆରି କରିବା ମଧ୍ୟ ବାଧ୍ୟ। ଏହା ସହ ବିଧାନସଭା ଆଖପାଖରେ ସମସ୍ତ ପ୍ରକାର ଧାରଣା ଉପରେ ପ୍ରତିବନ୍ଧକ ଲାଗିବ। ସେହିପରି ରେଷ୍ଟୁରାଣ୍ଟ , ସିନେମା ହଲ, ମଲ,ଜିମ ,ଷ୍ଟାଡିୟମ ୫୦ ପ୍ରତିଶତ କ୍ଷମତା ସହିତ ଖୋଲାଯିବ। ଏହା ସହ ଧର୍ମାନୁଷ୍ଠାନ ଗୁଡିକରେ ମଧ୍ୟ ଏକାସାଙ୍ଗେ ୫୦ରୁ ଅଧିକ ଜଣ ଏକାଠି ହେବା ଉପରେ କଟକଣା ଲଗାଯାଇଛି।

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ବୈଜ୍ଞାନିକ ମାନେ ଏହି ଭ୍ୟାରିଆ ଉପରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବାରେ ଲାଗି ପଡିଛନ୍ତି। ଦକ୍ଷିଣ ଆଫ୍ରିକା ଓ ୟୁକେର ତଥ୍ୟ ଅନୁସାରେ,କରୋନାର ଏହି ନୂଆ ପ୍ରଜାତିର ପ୍ରଭାବ ଅଧିକ ଛୋଟ ପିଲାଙ୍କ ଉପରେ ପଡୁଛି। ତେଣୁ ସମସ୍ତେ ସତର୍କର ସହିତ ରହିବା ଜରୁରୀ।

Leave A Reply

Your email address will not be published.