ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଓମିକ୍ରନ: ପୁଣି ଫେରିଲା କଟକଣା

0

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଲାଗିଲା ୧୪୪ ଧାରା। ପ୍ରାୟ ଏକ ମାସ ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ଖ୍ରୀଷ୍ଟମାସ, ନୂଆ ବର୍ଷ, ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ବିପଦ,ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷା ଓ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ।

ଖ୍ରୀଷ୍ଟମାସ, ଜିରୋ ନାଇଟ ସେଲିବ୍ରେସନ ଓ ନୂଆ ବର୍ଷରେ କରୋନା ଗାଇଡଲାଇନକୁ କଡାକଡି ପାଳନ କରାଯିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି। ମଙ୍ଗଳବାର ଲକ୍ଷ୍ନୌ ପୁଲିସ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ପୁଲିସ କମିସନର ଡି.କେ.ଠାକୁର କହିଛନ୍ତି ଯେ, ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା କୋଭିଡ ଗାଇଡଲାଇନକୁ କଡାକଡି ପାଳନ କରାଯିବ। ଏହାର ଉଂଲଘନ କଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ।

ପୁଲିସ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି, ବନ୍ଦ ସ୍ଥାନରେ ହେଉଥିବା ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏହି ସହ କୋଭିଡ ହେଲପ ଡେସ୍କ ତିଆରି କରିବା ମଧ୍ୟ ବାଧ୍ୟ। ଏହା ସହ ବିଧାନସଭା ଆଖପାଖରେ ସମସ୍ତ ପ୍ରକାର ଧାରଣା ଉପରେ ପ୍ରତିବନ୍ଧକ ଲାଗିବ। ସେହିପରି ରେଷ୍ଟୁରାଣ୍ଟ , ସିନେମା ହଲ, ମଲ,ଜିମ ,ଷ୍ଟାଡିୟମ ୫୦ ପ୍ରତିଶତ କ୍ଷମତା ସହିତ ଖୋଲାଯିବ। ଏହା ସହ ଧର୍ମାନୁଷ୍ଠାନ ଗୁଡିକରେ ମଧ୍ୟ ଏକାସାଙ୍ଗେ ୫୦ରୁ ଅଧିକ ଜଣ ଏକାଠି ହେବା ଉପରେ କଟକଣା ଲଗାଯାଇଛି।

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ବୈଜ୍ଞାନିକ ମାନେ ଏହି ଭ୍ୟାରିଆ ଉପରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବାରେ ଲାଗି ପଡିଛନ୍ତି। ଦକ୍ଷିଣ ଆଫ୍ରିକା ଓ ୟୁକେର ତଥ୍ୟ ଅନୁସାରେ,କରୋନାର ଏହି ନୂଆ ପ୍ରଜାତିର ପ୍ରଭାବ ଅଧିକ ଛୋଟ ପିଲାଙ୍କ ଉପରେ ପଡୁଛି। ତେଣୁ ସମସ୍ତେ ସତର୍କର ସହିତ ରହିବା ଜରୁରୀ।

Leave A Reply

Your email address will not be published.