ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଅଧୁରା ରହିଗଲା ଅନେକ ଇଛା…

0

ନୂଆଦିଲ୍ଲୀ: ବୀର ସନ୍ତାନ ବିପିନ ରାୱତଙ୍କୁ ହରାଇବା ପରେ ଉ ରାଖଣ୍ଡର ପୌଢି ଜିଲ୍ଲାର ସୈଣା ଗାଁ ସ୍ତବ୍ଧ ହୋଇଯାଇଛି। ଗାଁରେ ଶୋକାକୂଳ ପରିବେଶ।କାଣ୍ଡାଖାଲ ସହରଠୁ କିଛି ଦୂରରେ ସିଡିଏସ ବିପିନ ରାୱତଙ୍କ ଗାଁ ସୈଣା। କାଣ୍ଡାଖାଲରେ ରହନ୍ତି କେବଳ ବିପିନ ରାୱତଙ୍କ କକା ଭରତ ସିଂହ ରାୱତ ଓ
ତାଙ୍କ ପୂରା ପରିବାର। ବିପିନ ରାୱତଙ୍କ ଶେଷ ଇଛା କଣ ଥିଲା , ଚାକିରିରୁ ଅବସର ନେବା ପରେ କଣ କରିବାକୁ ଚାହୁଁଥିଲେ ବିପିନ ରାୱତ ସେ ନେଇ କହିଛନ୍ତି କକା ଭରତ ସିଂହ।

ଜେନେରାଲ ବିପିନ ରାୱତଙ୍କ କକା ଭରତ ସିଂହ ରାୱତ କହିଛନ୍ତି, ସେ କିଛି କାମ ପାଇଁ କୋଟୱାର ବଜାରକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଯେତେବେଳେ ଏନେଇ ସୂଚନା ମିଳିଥିଲା ,ସେ ଘରକୁ ଫେରିଆସିଥିଲେ। ଆଖପାଖ ଗାଁର କିଛି ଲୋକ ତାଙ୍କୁ ସାନ୍ତ୍ୱନା ଦେବାକୁ ପହଞ୍ଚିଥିଲେ। ସମସ୍ତଙ୍କ ଆଖି ଲୁହରେ ଛଳ ଛଳ ହୋଇ ରହିଥିଲା। କୋହଭରା କଣ୍ଠରେ ବିପିନ ରାୱତଙ୍କ ୭୦ ବର୍ଷୀୟ କକା କହିଛନ୍ତି, ଗତ ଏପ୍ରିଲ ୨୦୧୮ରେ ସେନା ମୁଖ୍ୟ ହେବା ପରେ ବିପିନ ରାୱତ ଗାଁକୁ ଯାଇଥିଲେ। କିଛି ସମୟ ରହିବା ପରେ ସେହିଦିନ ହିଁ ଫେରିଆସିଥିଲେ। ସେହି ସମୟରେ ସେ ନିଜ ଘରଦେବତାଙ୍କ ପୂଜା ମଧ୍ୟ କରିଥିଲେ।

ଜେନେରାଲ ରାୱତଙ୍କ କକା କହିଛନ୍ତି , ବିପିନ ରାୱତ ତାଙ୍କ ପୈତୃକ ଜମିରେ ଘର ନିର୍ମାଣ କରି ରହିବାକୁ ଚାହୁଁଥିଲେ। ଜାନୁଆରୀରେ ଅବସର ନେବା ପରେ ସେ ଗାଁକୁ ଆସି ଘର କରିବେ ଏବଂ ଏଠାରେ ଶାନ୍ତିରେ ଦିନ କାଟିବା ନେଇ ବିପିନ ରାୱତ କହିଥିଲେ। ଗରିବଙ୍କ ପ୍ରତି ସେ ଅତ୍ୟନ୍ତ ଦୟାଳୁ ଥିଲେ। ଏବଂ ଅବସର ନେବା ପରେ ଗାଁର ଗରିବ ଲୋକଙ୍କ ପାଇଁ କିଛି କରିବେ ଯାହା ଦ୍ୱାରା ତାଙ୍କୁ ସହାୟତା ମିଳିପାରିବ ବୋଲି କହୁଥିଲେ।

ବିପିନ ରାୱତ ତାଙ୍କ ଘର ଓ ଗାଁକୁ ଅତ୍ୟନ୍ତ ଭଲ ପାଉଥିଲେ। ସେ ବେଳେ ବେଳେ ଫୋନ କରି ତାଙ୍କ କକାଙ୍କ ସହ କଥା ମଧ୍ୟ ହେଉଥିଲେ। ଜେନେରାଲ ରାୱତ ତାଙ୍କ କକାଙ୍କୁ କହିଥିଲେ ଯେ, ଏପ୍ରିଲ ୨୦୨୨ରେ ସେ ଗାଁକୁ ଫେରିବେ। କିନ୍ତୁ ଏବେ ସବୁ ଇଛା ସବୁ ସ୍ୱପ୍ନ ପୂରଣ ହେବା ଆଗରୁ ଅଧାରେ ରହିଯାଇଛି। ଆଖିରୁ ଲୁହ ପୋଛି କକା ଭରତ ସିଂହ ରାୱତ କହିଛନ୍ତି, କିଏ ଜାଣିଥିଲା ବିପିନ ରାୱତଙ୍କ ସ୍ୱପ୍ନ ଏଭଳି ଅଧୁରା ରହିଯିବ।

Leave A Reply

Your email address will not be published.