ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଅଧୁରା ରହିଗଲା ଅନେକ ଇଛା…

0

ନୂଆଦିଲ୍ଲୀ: ବୀର ସନ୍ତାନ ବିପିନ ରାୱତଙ୍କୁ ହରାଇବା ପରେ ଉ ରାଖଣ୍ଡର ପୌଢି ଜିଲ୍ଲାର ସୈଣା ଗାଁ ସ୍ତବ୍ଧ ହୋଇଯାଇଛି। ଗାଁରେ ଶୋକାକୂଳ ପରିବେଶ।କାଣ୍ଡାଖାଲ ସହରଠୁ କିଛି ଦୂରରେ ସିଡିଏସ ବିପିନ ରାୱତଙ୍କ ଗାଁ ସୈଣା। କାଣ୍ଡାଖାଲରେ ରହନ୍ତି କେବଳ ବିପିନ ରାୱତଙ୍କ କକା ଭରତ ସିଂହ ରାୱତ ଓ
ତାଙ୍କ ପୂରା ପରିବାର। ବିପିନ ରାୱତଙ୍କ ଶେଷ ଇଛା କଣ ଥିଲା , ଚାକିରିରୁ ଅବସର ନେବା ପରେ କଣ କରିବାକୁ ଚାହୁଁଥିଲେ ବିପିନ ରାୱତ ସେ ନେଇ କହିଛନ୍ତି କକା ଭରତ ସିଂହ।

ଜେନେରାଲ ବିପିନ ରାୱତଙ୍କ କକା ଭରତ ସିଂହ ରାୱତ କହିଛନ୍ତି, ସେ କିଛି କାମ ପାଇଁ କୋଟୱାର ବଜାରକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଯେତେବେଳେ ଏନେଇ ସୂଚନା ମିଳିଥିଲା ,ସେ ଘରକୁ ଫେରିଆସିଥିଲେ। ଆଖପାଖ ଗାଁର କିଛି ଲୋକ ତାଙ୍କୁ ସାନ୍ତ୍ୱନା ଦେବାକୁ ପହଞ୍ଚିଥିଲେ। ସମସ୍ତଙ୍କ ଆଖି ଲୁହରେ ଛଳ ଛଳ ହୋଇ ରହିଥିଲା। କୋହଭରା କଣ୍ଠରେ ବିପିନ ରାୱତଙ୍କ ୭୦ ବର୍ଷୀୟ କକା କହିଛନ୍ତି, ଗତ ଏପ୍ରିଲ ୨୦୧୮ରେ ସେନା ମୁଖ୍ୟ ହେବା ପରେ ବିପିନ ରାୱତ ଗାଁକୁ ଯାଇଥିଲେ। କିଛି ସମୟ ରହିବା ପରେ ସେହିଦିନ ହିଁ ଫେରିଆସିଥିଲେ। ସେହି ସମୟରେ ସେ ନିଜ ଘରଦେବତାଙ୍କ ପୂଜା ମଧ୍ୟ କରିଥିଲେ।

ଜେନେରାଲ ରାୱତଙ୍କ କକା କହିଛନ୍ତି , ବିପିନ ରାୱତ ତାଙ୍କ ପୈତୃକ ଜମିରେ ଘର ନିର୍ମାଣ କରି ରହିବାକୁ ଚାହୁଁଥିଲେ। ଜାନୁଆରୀରେ ଅବସର ନେବା ପରେ ସେ ଗାଁକୁ ଆସି ଘର କରିବେ ଏବଂ ଏଠାରେ ଶାନ୍ତିରେ ଦିନ କାଟିବା ନେଇ ବିପିନ ରାୱତ କହିଥିଲେ। ଗରିବଙ୍କ ପ୍ରତି ସେ ଅତ୍ୟନ୍ତ ଦୟାଳୁ ଥିଲେ। ଏବଂ ଅବସର ନେବା ପରେ ଗାଁର ଗରିବ ଲୋକଙ୍କ ପାଇଁ କିଛି କରିବେ ଯାହା ଦ୍ୱାରା ତାଙ୍କୁ ସହାୟତା ମିଳିପାରିବ ବୋଲି କହୁଥିଲେ।

ବିପିନ ରାୱତ ତାଙ୍କ ଘର ଓ ଗାଁକୁ ଅତ୍ୟନ୍ତ ଭଲ ପାଉଥିଲେ। ସେ ବେଳେ ବେଳେ ଫୋନ କରି ତାଙ୍କ କକାଙ୍କ ସହ କଥା ମଧ୍ୟ ହେଉଥିଲେ। ଜେନେରାଲ ରାୱତ ତାଙ୍କ କକାଙ୍କୁ କହିଥିଲେ ଯେ, ଏପ୍ରିଲ ୨୦୨୨ରେ ସେ ଗାଁକୁ ଫେରିବେ। କିନ୍ତୁ ଏବେ ସବୁ ଇଛା ସବୁ ସ୍ୱପ୍ନ ପୂରଣ ହେବା ଆଗରୁ ଅଧାରେ ରହିଯାଇଛି। ଆଖିରୁ ଲୁହ ପୋଛି କକା ଭରତ ସିଂହ ରାୱତ କହିଛନ୍ତି, କିଏ ଜାଣିଥିଲା ବିପିନ ରାୱତଙ୍କ ସ୍ୱପ୍ନ ଏଭଳି ଅଧୁରା ରହିଯିବ।

Leave A Reply

Your email address will not be published.