ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଡରାଇଲାଣି ଓମିକ୍ରନ୍, କ୍ଷୀପ୍ରଗତିରେ ମାଡ଼ୁଛି

0

ଦୁଇ ସପ୍ତାହରେ ଦୁଇଟି ଦେଶରୁ ୫୯ ଦେଶକୁ ଡେଇଁଲାଣି
ଭାରତରେ ୩୨ଜଣଙ୍କ ଠାରେ ଚିହ୍ନଟ, ମହାରାଷ୍ଟ୍ରରେ ଅଧିକ
ଓଡ଼ିଶାରେ ପରୀକ୍ଷା ପାଇଁ ଯାଇଥିଲା ୪ନମୁନା, ଓମିକ୍ରନ୍ ମିଳିଲାନି

ନୂଆଦିଲ୍ଲୀ: ଗୋଟିଏ ଗୋଟିଏ କରି ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆରମ୍ଭ କରିଛି। ମହାରାଷ୍ଟ୍ରରେ ଆଜି ଦିନକରେ ୭ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିବା ପରିପ୍ରେକ୍ଷୀରେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଛୁଇଁଛି। ସବୁଠାରୁ ବଡ଼ କଥା ହେଲା ଗୋଟିଏ ତିନିବର୍ଷର ଶିଶୁ ମଧ୍ୟ ସଂକ୍ରମିତ ହୋଇଛି। ଅନ୍ୟପକ୍ଷରେ ଆଶ୍ବସ୍ତର କଥା ହେଲା, ଜେନମ୍ ସିକ୍ବେନ୍ସ ବା ଜିନ୍ ଅନୁଶୀଳନରୁ ଜଣାପଡିଛି ଯେ ଓଡ଼ିଶାର କୌଣସି ଜଣକଠାରେ ମଧ୍ୟ ଓମିକ୍ରନ୍ ଭୂତାଣୁ ନାହିଁ। ସମସ୍ତେ ଡେଲ୍‌ଟା ଓ ସବ୍‌-ଲିନିଏଜ୍ ଏୱାଇ.୪୪ ପ୍ରଜାତିରେ ଆକ୍ରାନ୍ତ।

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। କହିଛନ୍ତି, ମୁମ୍ବାଇ ସହିତ ଓଡ଼ିଶାର ଯୋଗାଯୋଗ ଯଥେଷ୍ଟ ଅଧିକ ରହିଛି ଓ ନିୟମିତ ଅନେକ ବିମାନ ଯାଆସ କରୁଛି। ଏବେ ଯେବେ ସେଠାରେ ସଂକ୍ରମଣ ବଢ଼ିବା ଆରମ୍ଭ କଲେଣି, ସେଠାରେ ରହୁଥିବା ଓଡ଼ିଆମାେନ ସତର୍କ ହେବା ଦରକାର। ଥରେ ଯଦି ସେମାନେ ଏହାକୁ ଧରି ଓଡ଼ିଶାକୁ ଆସିବେ ଓ ତେବେ ସ୍ଥିତି ଗମ୍ଭୀର ହୋଇପାରେ। ଏଣୁୁ ରାଜ୍ୟ ସରକାର ବିମାନ ବନ୍ଦର ଓ ରେଳ କ୍ଷେତ୍ରରେ ଅଧିକ ଯାଞ୍ଚ ବ୍ୟବସ୍ଥା କରିବା ଦରକାର। ସେହିଭଳି ଗହଳି ରୋକିବା ଓ ଗହଳି ସ୍ଥାନକୁ ନ ଯିବା ଲାଗି ବିଶେଷଜ୍ଞମାନେ ମଧ୍ୟ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଯାଏ ମୋଟ ୩୨ଜଣଙ୍କ ମଧ୍ୟରେ ୧୭ ଜଣ କେବଳ ମହାରାଷ୍ଟ୍ରର।

ଉଲ୍ଲେଖଥାଉକି, ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରଵାଲ ସାମ୍ବାଦିକ ସମ୍ମିଳନୀ କରି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ବୋଲି କହିବାର କିଛି କ୍ଷଣ ପରେ ଏହା ହଠାତ୍ ବୃଦ୍ଧି ପାଇ ୩୨ରେ ପହଞ୍ଚିଥିବା ଖବର ଆସିଲା। ତେବେ ମାସ୍କ ବ୍ୟବହାର କମିବା, ଗହଳି ଅଞ୍ଚଳରେ ଲୋକଙ୍କ ଗତାଗତ ବୃଦ୍ଧି ନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଥିଲେ। ଟିକା ପ୍ରକ୍ରିୟାକୁ ତ୍ବରାନ୍ବିତ ଲାଗି ମଧ୍ୟ କେନ୍ଦ୍ର ନିର୍ଦେଶ ଦେଇଥିଲା।

ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ କହିଛି ଯେ ନଭେମ୍ବର ୨୪ ତାରିଖ ଯାଏ ଓମିକ୍ରନ ମାତ୍ର ୨ଟି ଦେଶରେ ଥିଲା। ଏବେ କିନ୍ତୁ ଦୁଇ ସପ୍ତାହ ମଧ୍ୟରେ ତାହା ୫୯ ରାଜ୍ୟରେ ନିଜର ଉପସ୍ଥିତି ଜାହିର କରିଛି ଏବଂ ଇତିମଧ୍ୟରେ ୨୯୩୬ଜଣଙ୍କ ଠାରେ ଓମିକ୍ରନ୍ ଚିହ୍ନଟ ହୋଇଥିବ ଜଣାପଡ଼ିଲାଣି। ୭୮ହଜାର ୫୪ଟି ନମୁନା ଉପରେ ଗବେଷଣା ଚାଲିଛି।

Leave A Reply

Your email address will not be published.