ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଆୟତ୍ତ ବାହାରେ ଦକ୍ଷିଣ କୋରିଆ, ‘ହୁ’ ପୁଣି ଦେଲା ବଡ ବୟାନ

0

ସିଓଲ: କରୋନାକୁ ନେଇ ଭୟ ବଢ଼ିବାରେ ଲାଗିଲାଣି। ପୂରା ଦକ୍ଷିଣ କୋରିଆ ଏବେ ବିପଜ୍ଜନକ ସ୍ଥିତିକୁ ଚାଲିଯାଇଛି। ସଂକ୍ରମଣ ଏତେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି ଯେ ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ ଏବେ ଆଉ ଶଯ୍ୟା ଖାଲି ନାହିଁ। ମିଳୁଥିବା ସୂଚନା ଅନୁସାରେ, ରୋଗୀ ଶଯ୍ୟା ନପାଇ ପ୍ରାଣ ହରାଉଛନ୍ତି। ଅନ୍ୟକିଛି ଏବେ ବି ଲାଇନରେ ଅଛନ୍ତି।

ବିଶେଷଜ୍ଞମାନ ଚେତାଇ ଦେଇଛନ୍ତି ଯେ ସ୍ଥିତି ଗମ୍ଭୀର ଆଡ଼କୁ ଚାଲିଯାଇଛି। ଯଦି ଶତ ପ୍ରତିଶତ କଟକଣାରେ ଦେଶ ନରହେ, ତେବେ ଏହା ଅତ୍ୟନ୍ତ ଭୟଙ୍କର ରୂପ ନେବ ଓ ଅନେକଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବ। ଗୋଟିଏ ଗୋଟିଏ ଦିନରେ ଶତାଧିକ ଲୋକଙ୍କର ମୃତ୍ୟୁ ଘଟୁଛି। କେବଳ ମଙ୍ଗଳବାର ଦେଶରେ ସାଢେ ପାଞ୍ଚହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପାଖାପାଖି ଦେଢହଜାର ଲୋକ ଶଯ୍ୟାଟିଏ ପାଇଁ ଅପେକ୍ଷା କରି ଜୀବନ-ମରଣ ସହିତ ଯୁଝୁଛନ୍ତି। ସରକାରଙ୍କ ପକ୍ଷରୁ ଟିକାକରଣ ଜାରି ରହିଛି। ପାଖାପାଖି ୮୧ ପ୍ରତିଶତ ଲୋକ ଟିକା ନେଇସାରିଛନ୍ତି ଓ ୧୩ ପ୍ରତିଶତରୁ ଅଧିକ ବୁଷ୍ଟର ଡୋଜ ନେଇଛନ୍ତି। ହେଲେ ସଂକ୍ରମଣ ଯେଉଁ ହାରରେ ବଢୁଛି, ତାହା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।

ସେପଟେ ଜେନେଭାରେ ଓମିକ୍ରନ୍‌ ପ୍ରଜାତିକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ବାରମ୍ବାର ଚେତାବନୀ ଦେଇସାରିଛି। ଓମିକ୍ରନକୁ ‘ହୁ’ ଚିନ୍ତାଜନକ ପ୍ରଜାତି ବୋଲି ବର୍ଣ୍ଣନା କରୁଛି। ଏହି ସଂସ୍ଥା ଏବେ ସବୁ ଦେଶକୁ ସତର୍କ କରାଇ ଦେଇଛି ଯେ ଓମିକ୍ରନ ମାଡ଼ିବା ପରେ ସଂକ୍ରମଣ ଯେଉଁ ଭୀଷଣ ରୂପ ଧାରଣ କରିବ, ତା ଦ୍ବାରା ଲୋକଙ୍କର ହସ୍ପିଟାଲ ଉପରେ ନିର୍ଭରଶୀଳତା ବଢ଼ିବ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଯିବ। ଓମିକ୍ରନ ସଂପର୍କରେ ଏବେ ବି ଅନୁୁଧ୍ୟାନ ଜାରି ରହିଛି।

ଏସବୁ ଭିତରେ ବିଟ୍ରେନରେ ଓମିକ୍ରନ ତାର ଭୟାବହତା ପ୍ରକଟ କରିବା ଆରମ୍ଭ କଲାଣି। ଓମିକ୍ରନରେ ଜଣଙ୍କର ମୃତ୍ୟୁ ସଂପର୍କରେ କୁହାଯାଇଥିଲା। ଏବେ ସେଠାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ଡେଇଁସାରିଲାଣି। ଏହି ସଂଖ୍ୟା ଦିନେ ଦୁଇ ଦିନ ମଧ୍ୟରେ ବହୁଗୁଣିତ ହୋଇଯିବ ଓ ଓମିକ୍ରନ ଏକ ପରାକ୍ରମୀ ପ୍ରଜାତିର ରୂପ ନେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।


Leave A Reply

Your email address will not be published.