ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଆୟତ୍ତ ବାହାରେ ଦକ୍ଷିଣ କୋରିଆ, ‘ହୁ’ ପୁଣି ଦେଲା ବଡ ବୟାନ

0

ସିଓଲ: କରୋନାକୁ ନେଇ ଭୟ ବଢ଼ିବାରେ ଲାଗିଲାଣି। ପୂରା ଦକ୍ଷିଣ କୋରିଆ ଏବେ ବିପଜ୍ଜନକ ସ୍ଥିତିକୁ ଚାଲିଯାଇଛି। ସଂକ୍ରମଣ ଏତେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି ଯେ ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ ଏବେ ଆଉ ଶଯ୍ୟା ଖାଲି ନାହିଁ। ମିଳୁଥିବା ସୂଚନା ଅନୁସାରେ, ରୋଗୀ ଶଯ୍ୟା ନପାଇ ପ୍ରାଣ ହରାଉଛନ୍ତି। ଅନ୍ୟକିଛି ଏବେ ବି ଲାଇନରେ ଅଛନ୍ତି।

ବିଶେଷଜ୍ଞମାନ ଚେତାଇ ଦେଇଛନ୍ତି ଯେ ସ୍ଥିତି ଗମ୍ଭୀର ଆଡ଼କୁ ଚାଲିଯାଇଛି। ଯଦି ଶତ ପ୍ରତିଶତ କଟକଣାରେ ଦେଶ ନରହେ, ତେବେ ଏହା ଅତ୍ୟନ୍ତ ଭୟଙ୍କର ରୂପ ନେବ ଓ ଅନେକଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବ। ଗୋଟିଏ ଗୋଟିଏ ଦିନରେ ଶତାଧିକ ଲୋକଙ୍କର ମୃତ୍ୟୁ ଘଟୁଛି। କେବଳ ମଙ୍ଗଳବାର ଦେଶରେ ସାଢେ ପାଞ୍ଚହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପାଖାପାଖି ଦେଢହଜାର ଲୋକ ଶଯ୍ୟାଟିଏ ପାଇଁ ଅପେକ୍ଷା କରି ଜୀବନ-ମରଣ ସହିତ ଯୁଝୁଛନ୍ତି। ସରକାରଙ୍କ ପକ୍ଷରୁ ଟିକାକରଣ ଜାରି ରହିଛି। ପାଖାପାଖି ୮୧ ପ୍ରତିଶତ ଲୋକ ଟିକା ନେଇସାରିଛନ୍ତି ଓ ୧୩ ପ୍ରତିଶତରୁ ଅଧିକ ବୁଷ୍ଟର ଡୋଜ ନେଇଛନ୍ତି। ହେଲେ ସଂକ୍ରମଣ ଯେଉଁ ହାରରେ ବଢୁଛି, ତାହା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।

ସେପଟେ ଜେନେଭାରେ ଓମିକ୍ରନ୍‌ ପ୍ରଜାତିକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ବାରମ୍ବାର ଚେତାବନୀ ଦେଇସାରିଛି। ଓମିକ୍ରନକୁ ‘ହୁ’ ଚିନ୍ତାଜନକ ପ୍ରଜାତି ବୋଲି ବର୍ଣ୍ଣନା କରୁଛି। ଏହି ସଂସ୍ଥା ଏବେ ସବୁ ଦେଶକୁ ସତର୍କ କରାଇ ଦେଇଛି ଯେ ଓମିକ୍ରନ ମାଡ଼ିବା ପରେ ସଂକ୍ରମଣ ଯେଉଁ ଭୀଷଣ ରୂପ ଧାରଣ କରିବ, ତା ଦ୍ବାରା ଲୋକଙ୍କର ହସ୍ପିଟାଲ ଉପରେ ନିର୍ଭରଶୀଳତା ବଢ଼ିବ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଯିବ। ଓମିକ୍ରନ ସଂପର୍କରେ ଏବେ ବି ଅନୁୁଧ୍ୟାନ ଜାରି ରହିଛି।

ଏସବୁ ଭିତରେ ବିଟ୍ରେନରେ ଓମିକ୍ରନ ତାର ଭୟାବହତା ପ୍ରକଟ କରିବା ଆରମ୍ଭ କଲାଣି। ଓମିକ୍ରନରେ ଜଣଙ୍କର ମୃତ୍ୟୁ ସଂପର୍କରେ କୁହାଯାଇଥିଲା। ଏବେ ସେଠାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ଡେଇଁସାରିଲାଣି। ଏହି ସଂଖ୍ୟା ଦିନେ ଦୁଇ ଦିନ ମଧ୍ୟରେ ବହୁଗୁଣିତ ହୋଇଯିବ ଓ ଓମିକ୍ରନ ଏକ ପରାକ୍ରମୀ ପ୍ରଜାତିର ରୂପ ନେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।


Leave A Reply

Your email address will not be published.