ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଭାରତରେ କାୟା ମେଲାଉଛି ଓମିକ୍ରନ୍, ଡର ବି ବଢ଼ୁଛି

0

ବୁଷ୍ଟର ଡୋଜ୍ ଦିଆଯିବ କି ନାହିଁ, ତାକୁ ନେଇ ତର୍ଜମା ଜାରି

୯୦ମିନିଟ ଭିତରେ ଓମିକ୍ରନ୍ ଚିହ୍ନଟ ସଂକ୍ରାନ୍ତ କିଟ୍ ଆସିପାରେ

୬ମାସ ମଧ୍ୟରେ ସେରମ୍ ସଂସ୍ଥା ଆଣିପାରେ ଶିଶୁଙ୍କ ପାଇଁ ଟିକା

ନୂଆଦିଲ୍ଲୀ: ବିଦେଶରେ ଗୋଟିଏ ପରେ ଗୋଟିଏ ଦେଶକୁ ଓମିକ୍ରନ ଡେଉଁଥିବା ବେଳେ ଭାରତରେ ଧୀରେ ଧୀରେ ତାର କାୟା ବିସ୍ତାର ଆରମ୍ଭ କଲାଣି। ଆଜି ଗୋଟିଏ ଦିନରେ ୮ଜଣଙ୍କଠାରୁ କରୋନାର ଏହି ନୂଆ ପ୍ରଜାତି ଓମିକ୍ରନ୍ ଚିହ୍ନଟ ହୋଇଛି। ଏସବୁ ରାଜ୍ୟ ହେଲା ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ ଏବଂ ଦିଲ୍ଲୀ। ଫଳରେ କେନ୍ଦ୍ର ସରକାରଙ୍କ ଚିନ୍ତା କ୍ରମଶଃ ବୃଦ୍ଧି ପାଇଲାଣି।

ମିଳିଥିବା ସୂଚନା ଅନୁସାରେ, ଆଜିର ସଂକ୍ରମିତଙ୍କୁ ମିଶାଇ ମହାରାଷ୍ଟ୍ରରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୮ରେ ପହଞ୍ଚିଲାଣି। ଏହି କ୍ରମରେ ରାଜସ୍ଥାନରେ ୧୩, କର୍ଣ୍ଣାଟକରେ ୩, ଗୁଜରାଟରେ ୪, କେରଳରେ ୧, ଆନ୍ଧ୍ରରେ ୧, ଦିଲ୍ଲୀରେ ୬, ଚଣ୍ଡିଗଡ଼ରେ ଜଣଙ୍କ ଠାରେ ଓମିକ୍ରନ୍‌ ପ୍ରଜାତି ଚିହ୍ନଟ ହୋଇଛି। ଏସବୁକୁ ମିଶାଇ ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଯାଇ ସିଧା ୫୭ରେ ପହଞ୍ଚିଛି। ତେବେ ଆଶ୍ବାସନାର ବିଷୟ ହେଲା, କୌଣସି ଓମିକ୍ରନ ସଂକ୍ରମିତଙ୍କ ଅବସ୍ଥା ଏଯାଏ ଗୁରୁତର ହୋଇନାହିଁ, ବରଂ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳୁଛି। ଦେଶରେ କର୍ଣ୍ଣାଟକରେ ହିଁ ପ୍ରଥମ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିଲା।

ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ବୈଜ୍ଞାନିକମାନେ ଏବେ କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଏବଂ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଦେବା ଉପରେ ଗୁରୁତ୍ବ ଦେଉଛନ୍ତି। ଏ ନେଇ ଚିନ୍ତନ ଚାଲିଛି। ହେଲେ ଗୋଟିଏ ବର୍ଗ ମତ ରଖୁଛନ୍ତି ଯେ ଯେହେତୁ ଓମିକ୍ରନ ସଂକ୍ରମଣ ସାମାନ୍ୟ ରହୁଛି, ଏଣୁ ବୁଷ୍ଟର ଡୋଜ୍ ଦିଆଯିବା ପୂର୍ବରୁ ଆଉଥରେ ଭାବିବା ଦରକାର। ଅନ୍ୟ କିଛି ବିଶେଷଜ୍ଞଙ୍କ ମତ ହେଉଛି, ତୃତୀୟ ଡୋଜ୍ ଟିକା ଓମିକ୍ରନ ସଂକ୍ରମଣରୁ ସୁରକ୍ଷା ଦେବା ସମ୍ଭାବନା କମ୍। ବରଂ ଏକଥା କୁହାଯାଇପାରେ ଯେ ଯେଉଁମାନେ ଦୁଇ ଡୋଜ୍ ଟିକା ନେଇ ସାରିଛନ୍ତି ସେମାନଙ୍କ ଠାରେ ଏହା କମ୍ ପ୍ରଭାବ ରଖୁଛି।

ଏଭଳି ବିତର୍କ ଭିତରେ ଆଇସିଏମ୍ଆର ବୈଜ୍ଞାନିକ ସମୀରନ ପଣ୍ଡା ଗୋଟିଏ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଟିକାର ପ୍ରଭାବ କମ୍ ଯୋଗୁଁ ଯେଉଁମାନେ ଭାବୁଛନ୍ତି ସଂକ୍ରମଣ ସାମାନ୍ୟ ରହୁଛି, ତାହା ଭୁଲ୍ କଥା। ସେହିଭଳି ସିଏସଆରଆଇ ନିର୍ଦେଶକ ଅନୁରାଗ ଅଗ୍ରଓ୍ବାଲ କହିଛନ୍ତି ଯେ ବୁ୍ଷ୍ଟର ଡୋଜ୍ ଦେଲେ ଏହା ନିଶ୍ଚତ ଭାବେ ସାହାଯ୍ୟ କରିବ। ତେବେ ଏ କ୍ଷେତ୍ରରେ ଗୋଟିଏ କଥା ବିଚାର କରାଯିବା ଦରକାର। ତାହା ହେଲା, ଯେଉଁମାନଙ୍କ କ୍ଷେତ୍ରରେ ପ୍ରଥମ ଦୁଇଟି ଡୋଜ୍ ପ୍ରଭାବ କମିଆସିଲାଣି ବା ନିଷ୍କ୍ରିୟ ଅବସ୍ଥାକୁ ଆସିଯାଇଛି ଏବଂ ଯେଉଁମାନଙ୍କ ଜୀବନ ଏମିତିରେ ହିଁ ବିପଦରେ ରହିଛି, ସେମାନଙ୍କୁ ଏ କ୍ଷେତ୍ରରେ ପ୍ରାଥମିକତା ଦେବାକୁ ସେ ମତ ରଖିଛନ୍ତି।

ଏସବୁ ଭିତରେ ଓମିକ୍ରନ୍ ଚିହ୍ନଟ କ୍ଷେତ୍ରରେ ଗୋଟିଏ ବଡ ସଫଳତା ହାସଲ କରିବାକୁ ଯାଉଛି ଭାରତ। ଆଇଆଇଟି ଦିଲ୍ଲୀର କୁସୁମ ସ୍କୁଲ ଅଫ୍ ବାୟୋଲୋଜିକାଲ ସାଇନ୍‌ସେସ୍‌ ପକ୍ଷରୁ ଏକ ଆରଟିପିସିଆର ଭିତ୍ତିକ ପରୀକ୍ଷା କିଟ୍ ବିକାଶ କରାଯାଉଥିବା ସୂଚନା ମିଳିଛି। ଏହା ୯୦ ମିନିଟ ମଧ୍ୟରେ ଭୂତାଣୁକୁ ଚିହ୍ନଟ କରି ଜଣାଇ ଦେବ। ସଂପ୍ରତି ଏବେ ଓମିକ୍ରନ ପ୍ରଜାତି ଚିହ୍ନଟ ଲାଗି ଯେଉଁ ଜିନ୍ ଅନୁଶୀଳନ ପଦ୍ଧତି ଆପଣାଯାଉଛି, ତାହା ଦ୍ବାରା ରିପୋର୍ଟ ଆସିବାକୁ ପ୍ରାୟ ୩ଦିନ ସମୟ ଲାଗିଯାଉଛି।

ଏଠାରେ ଉଲ୍ଲେଖଥାଉକି, ଏସବୁ ଭିତରେ ଗୋଟିଏ ଭଲ ଖବର ହେଉଛି ଯେ ଆସନ୍ତା ୬ ମାସ ମଧ୍ୟରେ ଶିଶୁଙ୍କ ପାଇଁ କରୋନା ଟିକା ଆସିଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ନିଜେ ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଆଦାର ପୁନାୱାଲା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଆମେରିକାର ବାୟୋଟେକନୋଲୋଜି କମ୍ପାନି ‘ନୋଭାଭାକ୍ସ’ର କୋଭିଡ ଟିକାକୁ ପୁନାୱାଲାଙ୍କ କମ୍ପାନି ପ୍ରସ୍ତୁତ କରିବାକୁ ସ୍ଥିର ହୋଇଛି ଓ ଭାରତରେ ଏହା କୋଭାଭାକ୍ସ ଭାବେ ଉପଲବ୍ଧ ହେବ। ୩ବର୍ଷରୁ କମ୍ ବର୍ଷ ବୟସର ପିଲାଙ୍କ ପାଇଁ ଏହି ଟିକା ବିକାଶ କରାଯାଉଛି।


Leave A Reply

Your email address will not be published.