ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ମୋଦୀଙ୍କ ବିରୋଧରେ ଲଢ଼ିବା ପୂର୍ବରୁ ବିରୋଧୀ ଦଳରେ ଫାଟ

0

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ବିଜେପିକୁ ମାତ୍ ଦେବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ୨୦୨୪ ନିର୍ବାଚନରେ ବିଜେପିକୁ ଅଟକାଇବା ଲାଗି ବିରୋଧୀ ରାଜନୈତିକ ଶକ୍ତି ଭିତରେ ଯେମିତି ଶତ ସିଂହର ବଳ ଆସିଯାଇଥିଲା। ନିଜେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରୀୟ ନେତାମାନଙ୍କୁ ଭେଟି ଏହି ଆଲୋଚନାକୁ ଇନ୍ଧନ ଯୋଗାଇଥିଲେ। ଏପରିକି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ସେମାନଙ୍କର ଆଲୋଚନା ହୋଇଥିଲା। କେନ୍ଦ୍ର ସରକାର ବି ଚିନ୍ତାରେ ପଡ଼ିଯାଇଥିଲା।

ଏତେ ସବୁ କଥା ଘଟିବାର ବର୍ଷଟିଏ ବି ଛୁଇଁନାହିଁ। ବିରୋଧୀ ରାଜନୈତିକ ଦଳ ମଧ୍ୟରେ ଜବରଦସ୍ତ ଫାଟ ସୃଷ୍ଟି ହୋଇଛି। ଗତ ଥର ନୂଆଦିଲ୍ଲୀ ଗସ୍ତରେ ଆସିବା ସମୟରେ ମମତା ବାନାର୍ଜୀ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟିନଥିଲେ ବରଂ ପ୍ରଧାନମନ୍ତ୍ରୀଙ୍କୁ କୋଲକାତା ଆମନ୍ତ୍ରଣ କରିଥିଲେ। ସୋନିଆଙ୍କ ସଂପର୍କରେ ହାଲକା ମନ୍ତବ୍ୟ ଦେଇଥିଲେ। ପରେ ଅନ୍ୟ ରାଜ୍ୟରେ କଂଗ୍ରେସକୁ ସଙ୍କୁଚିତ କରିବାକୁ ଉଦ୍ୟମ କରିଥିଲେ। ମଙ୍ଗଳବାର ସୋନିଆ ବିରୋଧୀ ରାଜନୈତିକ ଦଳମାନଙ୍କୁ ନେଇ ଯେଉଁ ବୈଠକ କରିଛନ୍ତି, ସେଥିରେ ଟିଏମସିକୁ ଛାଡି ଅନ୍ୟ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି। ଜଣାଇଛନ୍ତି ଯେ ଟିଏମସି ଓ ତାଙ୍କ ଦଳର ରାସ୍ତା ଅଲଗା। ଏହି ଚିତ୍ର ଭାରତ ରାଜନୀତିରେ ଚର୍ଚ୍ଚା ଲାଗି ଅନେକ ଖୋରାକ ଯୋଗାଇଛି।

ରାଜ୍ୟସଭାର ୧୨ଜଣଙ୍କ ସାଂସଦଙ୍କ ନିଲମ୍ବନ ବାତିଲ୍ ସଂପର୍କିତ ଦାବି ଜୋରଦାର କରିବା ଲାଗି ସୋନିଆଙ୍କ ନୂଆଦିଲ୍ଲୀ ବାସଭବନରେ ଏକ ରଣନୀତି ବୈଠକ ବସିଥିଲା। ଏଥିରେ କଂଗ୍ରେସ ବ୍ୟତୀତ ପାଞ୍ଚଟି ବିରୋଧୀ ଦଳର ନେତା ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାଓ୍ବାର, ଡିଏମକେର ଟିଆର ବାଲୁ, ସିପିଏମର ସୀତାରାମ ୟେଚୁରୀ, ନ୍ୟାସନାଲ କନଫରେନ୍ସର ଫାରୁକ ଅବଦୁଲ୍ଲା, ଶିବ ସେନା ନେତା ସଞ୍ଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ଟିଏମସିକୁ ଏହି ଆଲୋଚନାକୁ ଡକାଯାଇନଥିଲା।

ମିଳିଥିବା ସୂଚନା ଅନୁସାରେ, ସବୁ ନେତା ଏକାଠି ବସି ୧୨ ସାଂସଦଙ୍କ ନିଲମ୍ବନ ଉଠିବା ପ୍ରସଙ୍ଗରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟାନାଇଡୁଙ୍କ ସହିତ ଆଲୋଚନା କରିବା ଲାଗି ଶରଦ ପାଓ୍ବାରଙ୍କୁ ଦାୟିତ୍ବ ଦେଇଛନ୍ତି। ଉଭୟ ଗୃହର ନେତା ଏବଂ ବିରୋଧୀ ନେତାଙ୍କୁ ସେ ବିଶ୍ବାସକୁ ନେଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଆଲୋଚନା ପରେ ନେତାମାନେ କହିଛନ୍ତି ଯେ ସଦସ୍ୟଙ୍କ ପ୍ରତି ସରକାର ଏତେ କଠୋର ହେବା ଠିକ୍ ନୁହେଁ। ସରକାର କୌଣସି ସମସ୍ୟା ସମାଧାନ କରିବା ଲାଗି ଚାହୁଁନାହାନ୍ତି। ଏହା ଆଦୌ ଠିକ୍ ନୁହେଁ। ଏହି ସଭାରେ ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ପ୍ରମୁଖ ମଧ୍ୟ ଯୋଗଦେଇନାହାନ୍ତି। ପୂର୍ବରୁ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ ଭେଙ୍କୟାଙ୍କୁ ଏ ସଂକ୍ରାନ୍ତ ଚିଠି ଲେଖିଥିଲେ।

Leave A Reply

Your email address will not be published.