ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଲାଗିପାରେ ବଡ ଝଟକା

0

୨୦୨୨ରେ ବୃଦ୍ଧି ପାଉଛି ଜିଏସ୍ଟି ଟ୍ୟାକ୍ସ
ଏଟିଏମ୍‌ ଟ୍ରାନ୍‌ଜାକ୍ସନ, ରେଡିମେଡ୍‌ ପୋଷାକ,
ଜୋତା ଏବଂ ଅନ୍ଲାଇନ୍‌ରେ ଖାଦ୍ୟ ଅର୍ଡରରେ ଟିକସ ଲାଗୁ
ପୋଷାକ ଉପରେ ଜିଏସ୍ଟି ହାର ୫% ରୁ ୧୨%କୁ ବୃଦ୍ଧି

ଭୁବନେଶ୍ବର: ନୂତନ ବର୍ଷର ପ୍ରାରମ୍ଭରେ ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତିର ଲାଗିପାରେ ବଡ ଝଟକା। କାରଣ ୨୦୨୨ରୁ ଅନେକ ଜିନିଷ ଉପରେ ଟ୍ୟାକ୍ସ ବୃଦ୍ଧି ପାଇବାକୁ ଯାଉଛି । ଏଥିରେ ଏଟିଏମ୍‌ ଟ୍ରାନ୍‌ଜାକ୍ସନଠୁ, ରେଡିମେଡ୍‌ ପୋଷାକ ଏବଂ ଜୋତା, କିଣିବା ଠାରୁ ଆରମ୍ଭ କରି ଅନ୍ଲାଇନ୍‌ରେ ଖାଦ୍ୟ ଅର୍ଡର କରିବା ସାମିଲ ରହିଛି। ଜାନୁଆରୀ ୧ ରୁ ପୋଷାକ ଉପରେ ଜିଏସ୍ଟି ହାର ୫% ରୁ ୧୨% କୁ ବୃଦ୍ଧି ପାଇବ। ଟେକ୍ସଟାଇଲ୍ ବ୍ୟବସାୟୀମାନେ କହିଛନ୍ତି ଯେ ଜିଏସଟିର ବୃଦ୍ଧି ଖୁଚୁରା ବ୍ୟବସାୟ ଉପରେ ଖରାପ ପ୍ରଭାବ ପକାଇବ।

ବ୍ୟବସାୟୀମାନେ ଜିଏସଟି ବୃଦ୍ଧିକୁ ବିରୋଧ କରୁଥିବା ମଧ୍ୟ ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ନୂଆ ବର୍ଷରୁ ରେଡିମେଡ୍‌ ପୋଷାକ କିଣିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ଏହି ଟ୍ୟାକ୍ସ ପହିଲାରୁ ପ୍ରଯୁଜ୍ୟ ହେବ । ଯଦି ଆପଣ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରନ୍ତି ତେବେ ଆପଣଙ୍କୁ ଗତ ମାସ ଅପେକ୍ଷା ଅଧିକ ଦେୟ ଦେବାକୁ ପଡିପାରେ। କାରଣ ନୂଆ ବର୍ଷରେ ଅନଲାଇନ୍ ଖାଦ୍ୟ ବିତରଣ ଆପ୍ସ ଜୋମାଟୋ ଏବଂ ସ୍ବିଗି ଅନଲାଇନ୍ ଖାଦ୍ୟ ଅର୍ଡର କରିବା ପାଇଁ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ। ଜାନୁଆରିରୁ ୧ରୁ, ୫% ଜିଏସଟି ଖାଦ୍ୟ ବିତରଣ ଆପରେ ପ୍ରଯୁଜ୍ୟ ହେବ। ତେବେ ଉପଭୋକ୍ତାମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ କାରଣ ଏହା ସ୍ପଷ୍ଟ ହୋଇଛି ଯେ ସରକାର ଗ୍ରାହକଙ୍କଠାରୁ ଏହି ଟିକସ ସଂଗ୍ରହ କରିବେ ନାହିଁ। ଏପରି ପରିସ୍ଥିତିରେ, ଆସନ୍ତାକାଲିଠୁ ଆପ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବା ଗ୍ରାହକଙ୍କ ପାଇଁ ମହଙ୍ଗା ପଡିପାରେ ।

Leave A Reply

Your email address will not be published.