ପ୍ରମୁଖ ଖବର

ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା ସୁଦୃଢ଼ ପାଇଁ ‘ଜନନୀ’ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ
ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
‘ଦେଶର ଅଭିବୃଦ୍ଧିର ନୂଆ କେନ୍ଦ୍ର ହେବ ପୂର୍ବ ଉପକୂଳ’: ମୋହନ ମାଝୀଙ୍କ ଆହ୍ୱାନ
ବିହାରର ସାହାରସାରେ ମଧ୍ୟାହ୍ନ ଭୋଜନ ଖାଇ ୨୫୦ରୁ ଅଧିକ ଶିଶୁ ଅସୁସ୍ଥ
ନିଶାନ୍ତ କୁମାରଙ୍କ ସହ ୩୨ ଜଣ ମନ୍ତ୍ରୀ ଶପଥ ନେଲେ
ନିର୍ବାଚନରେ ଜାଲିଆତି ଅଭିଯୋଗ: ସୁପ୍ରିମକୋର୍ଟ ଯିବ ଟିଏମସି
ମୁଁ ଇସ୍ତଫା ଦେବି ନାହିଁ, ମୋତେ ବହିଷ୍କାର କରନ୍ତୁ: ମମତା ବାନାର୍ଜୀ

ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଲାଗିପାରେ ବଡ ଝଟକା

0

୨୦୨୨ରେ ବୃଦ୍ଧି ପାଉଛି ଜିଏସ୍ଟି ଟ୍ୟାକ୍ସ
ଏଟିଏମ୍‌ ଟ୍ରାନ୍‌ଜାକ୍ସନ, ରେଡିମେଡ୍‌ ପୋଷାକ,
ଜୋତା ଏବଂ ଅନ୍ଲାଇନ୍‌ରେ ଖାଦ୍ୟ ଅର୍ଡରରେ ଟିକସ ଲାଗୁ
ପୋଷାକ ଉପରେ ଜିଏସ୍ଟି ହାର ୫% ରୁ ୧୨%କୁ ବୃଦ୍ଧି

ଭୁବନେଶ୍ବର: ନୂତନ ବର୍ଷର ପ୍ରାରମ୍ଭରେ ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତିର ଲାଗିପାରେ ବଡ ଝଟକା। କାରଣ ୨୦୨୨ରୁ ଅନେକ ଜିନିଷ ଉପରେ ଟ୍ୟାକ୍ସ ବୃଦ୍ଧି ପାଇବାକୁ ଯାଉଛି । ଏଥିରେ ଏଟିଏମ୍‌ ଟ୍ରାନ୍‌ଜାକ୍ସନଠୁ, ରେଡିମେଡ୍‌ ପୋଷାକ ଏବଂ ଜୋତା, କିଣିବା ଠାରୁ ଆରମ୍ଭ କରି ଅନ୍ଲାଇନ୍‌ରେ ଖାଦ୍ୟ ଅର୍ଡର କରିବା ସାମିଲ ରହିଛି। ଜାନୁଆରୀ ୧ ରୁ ପୋଷାକ ଉପରେ ଜିଏସ୍ଟି ହାର ୫% ରୁ ୧୨% କୁ ବୃଦ୍ଧି ପାଇବ। ଟେକ୍ସଟାଇଲ୍ ବ୍ୟବସାୟୀମାନେ କହିଛନ୍ତି ଯେ ଜିଏସଟିର ବୃଦ୍ଧି ଖୁଚୁରା ବ୍ୟବସାୟ ଉପରେ ଖରାପ ପ୍ରଭାବ ପକାଇବ।

ବ୍ୟବସାୟୀମାନେ ଜିଏସଟି ବୃଦ୍ଧିକୁ ବିରୋଧ କରୁଥିବା ମଧ୍ୟ ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ନୂଆ ବର୍ଷରୁ ରେଡିମେଡ୍‌ ପୋଷାକ କିଣିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ଏହି ଟ୍ୟାକ୍ସ ପହିଲାରୁ ପ୍ରଯୁଜ୍ୟ ହେବ । ଯଦି ଆପଣ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରନ୍ତି ତେବେ ଆପଣଙ୍କୁ ଗତ ମାସ ଅପେକ୍ଷା ଅଧିକ ଦେୟ ଦେବାକୁ ପଡିପାରେ। କାରଣ ନୂଆ ବର୍ଷରେ ଅନଲାଇନ୍ ଖାଦ୍ୟ ବିତରଣ ଆପ୍ସ ଜୋମାଟୋ ଏବଂ ସ୍ବିଗି ଅନଲାଇନ୍ ଖାଦ୍ୟ ଅର୍ଡର କରିବା ପାଇଁ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ। ଜାନୁଆରିରୁ ୧ରୁ, ୫% ଜିଏସଟି ଖାଦ୍ୟ ବିତରଣ ଆପରେ ପ୍ରଯୁଜ୍ୟ ହେବ। ତେବେ ଉପଭୋକ୍ତାମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ କାରଣ ଏହା ସ୍ପଷ୍ଟ ହୋଇଛି ଯେ ସରକାର ଗ୍ରାହକଙ୍କଠାରୁ ଏହି ଟିକସ ସଂଗ୍ରହ କରିବେ ନାହିଁ। ଏପରି ପରିସ୍ଥିତିରେ, ଆସନ୍ତାକାଲିଠୁ ଆପ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବା ଗ୍ରାହକଙ୍କ ପାଇଁ ମହଙ୍ଗା ପଡିପାରେ ।

Leave A Reply

Your email address will not be published.