ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଦେଶରେ ସାଂଘାତିକ ହେଉଛି ସ୍ଥିତି

0

୩୦ ହଜାର ମୁହାଁ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହା ସହିତ କରୋନାର ନୂଆ ପ୍ରଜାତି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶରେ ୩୦ ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୨୭ ହଜାର ୫୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି; ଯାହା ଚିନ୍ତାଜନକ। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ୨୦୦ ଟପିଛି। ଦିନକରେ ୨୮୪ ଜଣ କରୋନା ଆକ୍ରାନ୍ତ ଆଖିବୁଜିଛନ୍ତି।

ଦେଶରେ ଏବେ ଯାଏ ୧୫ ଶହ ୨୫ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମେଟ୍ରୋରେ ମାଡିଚାଲିଛି କରୋନା। ମହାରାଷ୍ଟ୍ରରୁ ସର୍ବାଧିକ ୪୬୦ ଜଣ ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନାର ବିସ୍ଫୋରକ ସ୍ଥିତି ଦେଖିବାକୁ ମିଳିଛି। ଗୋଟିଏ ଦିନରେ ମୁମ୍ବାଇରେ ମାମଲା ୧୨ ପ୍ରତିଶତ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ମୁମ୍ବାଇରେ ୬ ହଜାର ୩୪୭ ନୂଆ ମାମଲା ଆସିଛି। ହେଲେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ୫ ହଜାର ୭୧୨ ଜଣ ଆକ୍ରାନ୍ତଙ୍କ ଠାରେ କୌଣସି ଲକ୍ଷଣ ନାହିଁ। ମୁମ୍ବାଇରେ ୫୫ ପ୍ରତିଶତ ନମୂନାରେ ଓମିକ୍ରନ ଭ୍ୟାରିଆଣ୍ଟ ଓ ୩୨ ପ୍ରତିଶତ ନମୁନାରେ ଡେଲଟା ଭ୍ୟାରିଆଣ୍ଟ ରହିଥିବା ପରୀକ୍ଷାରୁ ଜଣାପଡିଛି।

ଦିଲ୍ଲୀରେ ମଧ୍ୟ ୨୪ ଘଣ୍ଟାରେ ୩ ହଜାର ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଦିଲ୍ଲୀରେ ସଂକ୍ରମଣ ମାମଲା ୫୧ ପ୍ରତିଶତ ବୃଦ୍ଧି ପାଇଛି। ମେ’ ମାସ ପରେ ଏହା ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ। ସେହିପରି ହରିୟାଣାରେ ସ୍ଥିତି ଅସମ୍ଭାଳ ହୋଇପଡିଛି। କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରୁ ୫ ଜିଲ୍ଲାରେ ମିନି ଲକଡାଉନ ଘୋଷଣା କରାଯାଇଛି।

ଅମ୍ବାଲା,ଗୁରୁଗ୍ରାମ,ଫରିଦାବାଦ,ପଞ୍ଚକୁଲା ଓ ସୋନିପଥରେ ସ୍କୁଲ, କଲେଜ ବନ୍ଦ କରାଯିବା ସହ ଥିଏଟର ଓ ଜିମକୁ ବନ୍ଦ କରିଦିଆଯାଇଛି। ସରକାରୀ କାର୍ଯ୍ୟାଳୟରେ ମଧ୍ୟ ୫୦ ପ୍ରତିଶତ କର୍ମଚାରୀରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁଗ୍ରାମ ଓ ଫରିଦାବାଦରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଚିନ୍ତାର କାରଣ ପାଲଟିଛି। କରୋନାକୁ କାବୁ କରିବା ପାଇଁ ଜାନୁଆରି ୧୨ ପର୍ଯ୍ୟନ୍ତ ବିଭିନ୍ନ କଟକଣା ଲଗାଯାଇଛି।

Leave A Reply

Your email address will not be published.