ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଖୋଲିବ ଏହି ଯୁବ ଖେଳାଳିଙ୍କ ଭାଗ୍ୟ

0
  • ଟିମ୍ ଇଣ୍ଡିଆରେ ସାମିଲ ହେବେ ୫ ଯୁବ କ୍ରିକେଟର !
  • ସଙ୍କେତ ଦେଲେ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ୫ ଖେଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଏହି ୫ ଖେଳାଳି ହେଉଛନ୍ତି ଯୁବ ପ୍ଲେୟାର । ଏହି ଖେଳାଳିଙ୍କୁ ଆଗାମୀ ଦିନରେ ଦଳରେ ସାମିଲ୍ କରାଯାଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଶୁକ୍ରବାର ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି । ଏଥିରେ ଋତୁରାଜ ଗାଏକଓ୍ୱାଡ, ଭେଙ୍କଟେଶ ଆୟର ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ଆଗାମୀ ଦିନରେ ଆଉ କିଛି ପ୍ରତିଭାବାନ ଯୁବ ଖେଳାଳିଙ୍କୁ ସାମିଲ କରାଯିବ ବୋଲି ଚେତନ ଶର୍ମା ସଙ୍କେତ ଦେଇଛନ୍ତି । ଏହି ୫ ଖେଳାଳି ହେଲେ ହର୍ଷଲ ପଟେଲ, ଶାହରୁଖ ଖାନ, ଋଷି ଧାଓ୍ୱନ, ରବି ବିଶ୍ରାଇ ଓ ଅବେଶ ଖାନ୍ ।

ଚର୍ଚ୍ଚାରେ ପ୍ରଥମରେ ରହିଛନ୍ତି ହର୍ଷଲ ପଟେଲ। ସେ ଆଇପିଏଲରେ ଧମାଲ କରିଥିଲେ । ସେ ହାଟ୍ରିକ୍ ଓ୍ୱିକେଟ୍ ନେବା ସହ ଗତ ସିରିଜରେ ୩୨ ଓ୍ୱିକେଟ୍ ନେଇଥିଲେ । ସେହିପରି ଦ୍ଵିତୀୟ ରେ ଶାହରୁଖ ଖାନ ବ୍ୟାଟିଂରେ ଦବଦବା ରଖିଛନ୍ତି । ସେ ତାମିଲନାଡୁକୁ ମୁସ୍ତାକ ଅଲ୍ଲୀ ଟ୍ରଫି ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିଜୟ ହଜାରେ ଟ୍ରଫିରେ ସେ ୧୮୬.୦୨ ଷ୍ଟ୍ରାଇକ୍ ରେଟ୍ ସହ ୨୫୩ ରନ୍ କରିଥିଲେ ।

ତୃତୀୟ ରେ ରହିଛନ୍ତି ଋଷି ଧାଓ୍ୱନ। ସେ ହେଉଛନ୍ତି ହିମାଚଳ ପ୍ରଦେଶର ଜଣେ ପ୍ରତିଭାବାନ ଅଲରାଉଣ୍ଡର । ସେ ବିଜୟ ହଜାରେ ଟ୍ରଫିରେ ୪୫୮ ରନ୍ କରିବା ସହ ୧୭ ଓ୍ୱିକେଟ୍ ନେଇଥିଲେ । ସେହିପରି ଚତୁର୍ଥ ରେ ରହିଛନ୍ତି ରବି ବିଶ୍ରାଇ। ସେ ୨୦୨୧ ଆଇପିଏଲରେ ନିଜ ସ୍ପିନ୍ ଯାଦୁରେ ପ୍ରତିପକ୍ଷ ବ୍ୟାଟରଙ୍କୁ ଅଡୁଆରେ ପକାଇଥିଲେ।

ସବା ଶେଷରେ ରହିଛନ୍ତି ଅବେଶ ଖାନ।ଆଇପିଏଲରେ ଦ୍ରୁତ ବୋଲର ଅବେଶ ଖାନ ଦମଦାର ପ୍ରଦର୍ଶନ କରିଥିଲେ । ସେ ଇନ୍ଦୋର ଏକ୍ରପ୍ରେସ୍ ଭାବେ ଜଣାଶୁଣା। ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ୍ ପାଇଁ ସୁଯୋଗ ମିଳିଥିଲା । ହେଲେ ସେ ପଦାର୍ପଣ କରିପାରି ନଥିଲେ । ଆଗାମୀ ଦିନରେ ସେ ଦଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.