ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଆସିଲା ବଡ ଖବର

0
  • ପ୍ରକାଶ ପାଇଲା ହ୍ବାଟ୍ସଆପ୍‌ର ଆଇଟି ନିୟମ 2021
  • ଭାରତରେ କେବଳ ୧୭.୫ ଆକାଉଣ୍ଟକୁ ବନ୍ଦ କରିଛି ହ୍ବାଟ୍ସଆପ୍‌
  • ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ ରଖି କମ୍ପାନି ନେଇଛି ଏହି ପଦକ୍ଷେପ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଜାଣିରଖିବା ଉଚିତ୍ ଯେ ବିଶ୍ବର ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍‌ ହ୍ବାଟ୍ସଆପ୍‌ 2021ରେ ଅନେକ ଆକାଉଣ୍ଟକୁ ବନ୍ଦ କରିଦେଇଛି। ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ ରଖି କମ୍ପାନି ଏଭଳି ପଦକ୍ଷେପ ନେଇଥିବା ଜାଣିବାକୁ ମିଳିଛି।

ସୂଚନା ଅନୁସାରେ, କେବଳ ୨୦୨୧ ନଭେମ୍ବର ମାସରେ ୧୭.୫ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା । କମ୍ପାନିକୁ ୬୦୨ଟି ଅଭିଯୋଗ ମିଳିବା ପରେ ଏଭଳି ପଦକ୍ଷେପ ନେଇଥିଲା। କମ୍ପାନୀ ପକ୍ଷରୁ ସଷ୍ଟୀକରଣ ଦ୍ବାରା କୁହାଯାଇଛି ଯେ, କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ଅଭିଯୋଗ ଆସିଥିବା ହ୍ବାଟ୍ସଆପ୍‌ ଆକାଉଣ୍ଟଗୁଡିକୁ ବନ୍ଦ କରାଯାଉଛି। ଭାରତୀୟ ଆକାଉଣ୍ଟଗୁଡିକର ଚିହ୍ନଟ +୯୧ ମାଧ୍ୟମରେ କରାଯାଏ।

ହ୍ବାଟ୍ସଆପ୍‌ର ଜଣେ ଅଧିକାରୀ କହିଛନ୍ତି, ‘ଆଇଟି ନିୟମ ୨୦୨୧ ଅନୁଯାୟୀ ଆମେ ନଭେମ୍ବର ମାସର ରିପୋର୍ଟ ପ୍ରକାଶ କରିଛୁ । ଯେଉଁ ଆକାଉଣ୍ଟଗୁଡିକ ଗାଇଡଲାଇନ୍‌କୁ ଅମାନ୍ୟ କରିଛନ୍ତି ଏବଂ ପଲିସି ବିରୁଦ୍ଧରେ ଯାଇ କୌଣସି କାର୍ଯ୍ୟ କରିଛନ୍ତି ସେହି ଆକାଉଣ୍ଟଗୁଡିକୁ ବାତିଲ କରିଦିଆଯାଇଛି।

Leave A Reply

Your email address will not be published.