ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ମନ୍ତ୍ରୀ ଓ ସାଂସଦ ହାତାହାତି

0
  • ମଞ୍ଚ ଉପରେ କଂଗ୍ରେସ ଓ ବିଜେପି ନେତା ଭିଡ଼ାଭିଡ଼ି
  • ଇଣ୍ଟରନେଟରେ ଭାଇରାଲ୍ ହେଉଛି କର୍ଣ୍ଣାଟକର ଏହି ଦୃଶ୍ୟ

ବେଙ୍ଗାଲୁର: ମୁଖ୍ୟମନ୍ତ୍ରୀଙ୍କ ସାମନାରେ ହାତ ଉଠାଉଠି ହେଲେ ମନ୍ତ୍ରୀ ଓ ସାଂସଦ। ମଞ୍ଚ ଉପରେ ପରସ୍ପର ଦୁଇ ବିରୋଧୀ ରାଜନୀତିକ ଦଳର ଜନ ପ୍ରତିନିଧି ପରସ୍ପରକୁ ପିଟିବା ପାଇଁ ଭିଡ଼ାଭିଡ଼ି ହୋଇଛନ୍ତି, ତା ପୁଣି ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ। ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଜ୍ୟର ମନ୍ତ୍ରୀ ତ ଅନ୍ୟଜଣେ ସ୍ଥାନୀୟ ସାଂସଦ। କର୍ଣ୍ଣାଟକର ଏପରି ଅଭାବନୀୟ ଦୃଶ୍ୟ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି।

କର୍ଣ୍ଣାଟକ ରାମନଗରରେ ବି.ଆର ଆମ୍ବେଦକର ଓ ବେଙ୍ଗାଲୁରୁର ପ୍ରତିଷ୍ଠାତା ନାଦପ୍ରଭୁ କେମ୍ପେଗୌଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଯୋଗ ଦେଇଥିଲେ। ମଞ୍ଚରେ ମୁଖ୍ୟମନ୍ତ୍ରୀ ବୋମାଇ ବସିଥିବାବେଳେ ରାଜ୍ୟ ଆଇଟି ମନ୍ତ୍ରୀ ସିଏନ ଅଶ୍ୱଥ ନାରାୟନ୍ ଓ ବେଙ୍ଗାଳୁରୁ ରୁରାଲର କଂଗ୍ରେସ ସାଂସଦ ଡି.କେ. ସୁରେଶ ବି ଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ନିଜ ଅଭିଭାଷଣରେ ମଞ୍ଚରେ ବସିଥିବା କଂଗ୍ରେସ ସାଂସଦ ଡି.କେ ସୁରେଶ ଓ ତାଙ୍କ ଭାଇଙ୍କ ବିରୋଧରେ ମନ୍ତବ୍ୟ ଦେବାରୁ ଏହାର ପ୍ରତିବାଦ କରିଥିଲେ କଂଗ୍ରେସ ସମର୍ଥକ। ମନ୍ତ୍ରୀ ନାରାୟନ୍ ସଭାର ନୀତି ନିୟମ ଭୁଲି ଡିକେ ବ୍ରଦର୍ସଙ୍କ ନାଁ ନେଇ କିଛି ଟିପ୍ପଣୀ ଦେଇଥିଲେ।

ଏହି ମନ୍ତବ୍ୟ ପରେ ସାଂସଦ ସୁରେଶ ସାଧାରଣ ସଭାରେ ଏଭଳି ମନ୍ତବ୍ୟକୁ ବିରୋଧ କରିଥିଲେ। ପ୍ରଥମେ ଦୁଇଜଣଙ୍କ ମଧ୍ୟରେ ପ୍ରବଳ ବାକ୍-ତୁଣ୍ଡ ହୋଇଥିଲା। ଏହାପରେ ପରିସ୍ଥିତି ଗମ୍ଭୀର ହୋଇଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ସୁରକ୍ଷାକର୍ମୀମାନଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ଏଥିସହିତ କଂଗ୍ରେସ ସମର୍ଥକମାନେ ଘଟଣାସ୍ତଳରେ ଉତ୍ତେଜିତ ହୋଇ ବିଭିନ୍ନ ନାରାବାଜି ବି ପ୍ରଦର୍ଶନ କରିଥିଲେ। ଏହି ଅଭାବନୀୟ ଘଟଣା ତାଙ୍କ ସାମ୍ନାରେ ଘଟୁଥିଲେ ହେଁ ମୁଖ୍ୟମନ୍ତ୍ରୀ ବୋମାଇ କେବଳ ନିରବଦ୍ରଷ୍ଟା ସାଜିଥିଲେ। ସେ ଦୁଇ ପକ୍ଷଙ୍କୁ ଶାନ୍ତ ରହିବା ଲାଗି ଅନୁରୋଧ କରିଥିଲେ ମଧ୍ୟ କେହି ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣିନଥିଲେ। ଏହାକୁ ନେଇ ଏବେ କର୍ଣ୍ଣାଟକରେ ଲାଗି ରହିଛି ଛକାପଞ୍ଝା ।

Leave A Reply

Your email address will not be published.