ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

0

ଭୁବନେଶ୍ବର: ଶେଷରେ ସରିଲା ୪୪ ଦିନର ଧାରଣା। ଏବେ ଘର ବାହାରେ ଆଉ ବସିବେନି ତପସ୍ୱିନୀ। ଡାକ୍ତର ସୁମିତ୍‌ଙ୍କ ସହ ତାଙ୍କ ଘରେ ରହିବେ ପାଖାପାଖି ଦେଢ ମାସ ହେବ ଘରେ ଘରେ ଚର୍ଚ୍ଚା ହେଉଥିବା ସୁମିତ-ତପସ୍ୱିନୀଙ୍କ ବିବାଦ ମାମଲାର ରାୟ ଶୁଣାଇଛନ୍ତି ଜିଲ୍ଲା କୋର୍ଟ। ସୁମିତଙ୍କ ସହ ତାଙ୍କ ଘରେ ରହିବେ ତପସ୍ୱିନୀ। ଏବଂ ମାସକୁ ତପସ୍ୱିନୀଙ୍କ ଖର୍ଚ୍ଚ ପାଇଁ ୧୭ ହଜାର ଟଙ୍କା ଦେବେ ସୁମିତ୍। ଏପରିକି ଶ୍ୱଶୁର ଘରେ ତପସ୍ୱିନୀଙ୍କୁ କେହି କିଛି କଟାକ୍ଷ କି ନିର୍ଯାତନା ଦେବେ ନାହିଁ। କୋର୍ଟଙ୍କ ରାୟ ନେଇ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

କୋର୍ଟଙ୍କ ଏହି ରାୟ ପରେ ତପସ୍ୱିନୀ କହିଛନ୍ତି ଯେ , ତାଙ୍କୁ ନ୍ୟାୟ ମିଳିଛି। ସେ ଶ୍ୱଶୁର ଘରେ ସମସ୍ତଙ୍କ ମନ ନେଇ ଚଳିବାକୁ ଚେଷ୍ଟା କରିବେ। ଏବଂ ତାଙ୍କର ଆଶା ଅଛି ସେ ଦିନେ ନା ଦିନେ ତାଙ୍କ ସ୍ୱାମୀଙ୍କ ନିଜର କରିବେ। ପୂର୍ବରୁ ତପସ୍ୱିନୀଙ୍କୁ ନେଇ ସୁମିତ୍ ଭଡାଘରେ ରହିବାକୁ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁମିତ ଦେହ ଖରାପ କହି ତପସ୍ନିନୀଙ୍କୁ ଛାଡି ପଳାଇ ଆସି କେଉଁ ସାଙ୍ଗ ଘରେ ରହୁଥିବା କହିଥିଲେ। ଏହା ପରେ ତପସ୍ୱିନୀଙ୍କୁ ଭଡ଼ା ଘରେ ରଖିବା ଓ ତାଙ୍କର ସମସ୍ତ ଦାୟିତ୍ୱ ବହନ କରିବା ନିମନ୍ତେ ଏସଡିଜେଏମ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟରେ ଅପିଲ କରିଥିଲେ ସୁମିତଙ୍କ ଓକିଲ।

ତପସ୍ୱିନୀ ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣା ବସିବା ପରେ ଏହି ଘଟଣା ଗଣମାଧ୍ୟମ ସାମନାକୁ ଆସିଥିଲା। ଏହା ପରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଦେଖାଦେଇଥିଲା।ଅନେକ ସଂଗଠନ ମଧ୍ୟ ତପସ୍ୱିନୀଙ୍କୁ ନ୍ୟାୟ ଦାବିରେ ବାହାରକୁ ବାହାରିଥିଲେ।

Leave A Reply

Your email address will not be published.