ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ମନ୍ତ୍ରୀ ଓ ସାଂସଦ ହାତାହାତି

0
  • ମଞ୍ଚ ଉପରେ କଂଗ୍ରେସ ଓ ବିଜେପି ନେତା ଭିଡ଼ାଭିଡ଼ି
  • ଇଣ୍ଟରନେଟରେ ଭାଇରାଲ୍ ହେଉଛି କର୍ଣ୍ଣାଟକର ଏହି ଦୃଶ୍ୟ

ବେଙ୍ଗାଲୁର: ମୁଖ୍ୟମନ୍ତ୍ରୀଙ୍କ ସାମନାରେ ହାତ ଉଠାଉଠି ହେଲେ ମନ୍ତ୍ରୀ ଓ ସାଂସଦ। ମଞ୍ଚ ଉପରେ ପରସ୍ପର ଦୁଇ ବିରୋଧୀ ରାଜନୀତିକ ଦଳର ଜନ ପ୍ରତିନିଧି ପରସ୍ପରକୁ ପିଟିବା ପାଇଁ ଭିଡ଼ାଭିଡ଼ି ହୋଇଛନ୍ତି, ତା ପୁଣି ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ। ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଜ୍ୟର ମନ୍ତ୍ରୀ ତ ଅନ୍ୟଜଣେ ସ୍ଥାନୀୟ ସାଂସଦ। କର୍ଣ୍ଣାଟକର ଏପରି ଅଭାବନୀୟ ଦୃଶ୍ୟ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି।

କର୍ଣ୍ଣାଟକ ରାମନଗରରେ ବି.ଆର ଆମ୍ବେଦକର ଓ ବେଙ୍ଗାଲୁରୁର ପ୍ରତିଷ୍ଠାତା ନାଦପ୍ରଭୁ କେମ୍ପେଗୌଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଯୋଗ ଦେଇଥିଲେ। ମଞ୍ଚରେ ମୁଖ୍ୟମନ୍ତ୍ରୀ ବୋମାଇ ବସିଥିବାବେଳେ ରାଜ୍ୟ ଆଇଟି ମନ୍ତ୍ରୀ ସିଏନ ଅଶ୍ୱଥ ନାରାୟନ୍ ଓ ବେଙ୍ଗାଳୁରୁ ରୁରାଲର କଂଗ୍ରେସ ସାଂସଦ ଡି.କେ. ସୁରେଶ ବି ଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ନିଜ ଅଭିଭାଷଣରେ ମଞ୍ଚରେ ବସିଥିବା କଂଗ୍ରେସ ସାଂସଦ ଡି.କେ ସୁରେଶ ଓ ତାଙ୍କ ଭାଇଙ୍କ ବିରୋଧରେ ମନ୍ତବ୍ୟ ଦେବାରୁ ଏହାର ପ୍ରତିବାଦ କରିଥିଲେ କଂଗ୍ରେସ ସମର୍ଥକ। ମନ୍ତ୍ରୀ ନାରାୟନ୍ ସଭାର ନୀତି ନିୟମ ଭୁଲି ଡିକେ ବ୍ରଦର୍ସଙ୍କ ନାଁ ନେଇ କିଛି ଟିପ୍ପଣୀ ଦେଇଥିଲେ।

ଏହି ମନ୍ତବ୍ୟ ପରେ ସାଂସଦ ସୁରେଶ ସାଧାରଣ ସଭାରେ ଏଭଳି ମନ୍ତବ୍ୟକୁ ବିରୋଧ କରିଥିଲେ। ପ୍ରଥମେ ଦୁଇଜଣଙ୍କ ମଧ୍ୟରେ ପ୍ରବଳ ବାକ୍-ତୁଣ୍ଡ ହୋଇଥିଲା। ଏହାପରେ ପରିସ୍ଥିତି ଗମ୍ଭୀର ହୋଇଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ସୁରକ୍ଷାକର୍ମୀମାନଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ଏଥିସହିତ କଂଗ୍ରେସ ସମର୍ଥକମାନେ ଘଟଣାସ୍ତଳରେ ଉତ୍ତେଜିତ ହୋଇ ବିଭିନ୍ନ ନାରାବାଜି ବି ପ୍ରଦର୍ଶନ କରିଥିଲେ। ଏହି ଅଭାବନୀୟ ଘଟଣା ତାଙ୍କ ସାମ୍ନାରେ ଘଟୁଥିଲେ ହେଁ ମୁଖ୍ୟମନ୍ତ୍ରୀ ବୋମାଇ କେବଳ ନିରବଦ୍ରଷ୍ଟା ସାଜିଥିଲେ। ସେ ଦୁଇ ପକ୍ଷଙ୍କୁ ଶାନ୍ତ ରହିବା ଲାଗି ଅନୁରୋଧ କରିଥିଲେ ମଧ୍ୟ କେହି ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣିନଥିଲେ। ଏହାକୁ ନେଇ ଏବେ କର୍ଣ୍ଣାଟକରେ ଲାଗି ରହିଛି ଛକାପଞ୍ଝା ।

Leave A Reply

Your email address will not be published.