ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଜନ୍ମଦିନ ପାଳିଲେ ବିଶ୍ୱର ସବୁଠୁ ବୟସ୍କ ମହିଳା

0

ଜନ୍ମଦିନ ପାଳିଲେ ବିଶ୍ୱର ସବୁଠୁ ବୟସ୍କ ମହିଳା । ଜାପାନ ମହିଳା କେନ୍ ତନାକା ହେଉଛନ୍ତି ବିଶ୍ୱର ସବୁଠୁ ବୟସ୍କ ମହିଳା । ସେ ବୟସ୍କ ମହିଳା ଭାବେ ଗିନିଜ୍ ବୁକ୍‌ ଅଫ ରେକର୍ଡର ଟାଇଟଲ ମଧ୍ୟ ଜିତିଛନ୍ତି ।ନିକଟରେ କେନ୍ ତନାକା ତାଙ୍କ ଜନ୍ମଦିନ ପାଳିଛନ୍ତି । ଜାନୁଆରୀ ୨ ତାରିଖରେ କେନ୍ ତାନାକା ୧୧୯ ତମ ଜନ୍ମଦିନ ପାଳନ କରିଛନ୍ତି ।

କେନ୍ ତନାକା ଏବେ ଫୁକୁଓକା ସହରର ଏକ ନସିଂ ହୋମରେ ରହନ୍ତି । ଆସନ୍ତା ବର୍ଷ ତାଙ୍କର ୧୨୦ ତମ ଜନ୍ମଦିନ ପାଳନ କରିବାକୁ ପରିବାର ଲୋକ ଆଶା ରଖିଛନ୍ତି । କେନ ତନାକା କହିଛନ୍ତି ଯେ, ସେ ଏତେ ଦିନ ବଞ୍ଚିବାର କାରଣ ହେଉଛି ଭଲ ଖାଇବା ଓ ପଢିବା । ସେ କାର୍ବୋନେଟେଡ ପାନୀୟ ପିଇବାକୁ ଓ ଚକଲେଟ ଖାଇବାକୁ ପସନ୍ଦ କରନ୍ତି । ନର୍ସିଂହୋମରେ ସେ ଇସାରା ମାଧ୍ୟମରେ ଅନ୍ୟ କର୍ମଚାରୀଙ୍କ ସହ କଥା ହୁଅନ୍ତି ।

ସେ କର୍କଟ ଭଳି ରୋଗକୁ ମଧ୍ୟ ପରାସ୍ତ କରିସାରିଛନ୍ତି । ତନାକାଙ୍କ କହିବା ଅନୁସାରେ ସେ ଦୀର୍ଘୀୟୁ ହେବାର ମୁଖ୍ୟ କାରଣ ହେଲା ଭଲ ଖାଦ୍ୟ ଖାଇବା ଏହାପୂର୍ବରୁ ଏହି ରେକର୍ଡ ଜାପାନର ଚିୟୋ ମିୟାକୋଙ୍କ ନାମରେ ଥିଲା ସେ ୧୧୭ ବର୍ଷରେ ମୃତ୍ୟୁବରଣ କରିଥିଲେ । ଜାପାନର ଅଧିକାଂଶ ଲୋକ ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚିଥାନ୍ତି । ଏବଂ ଜାପାନୀମାନେ ଅନ୍ୟ ଦେଶ ତୁଳନାରେ କମ ରୋଗାଗ୍ରସ୍ତ ହୁଅନ୍ତି । ଅଧିକ ବର୍ଷ ଧରି ବଞ୍ଚୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଜାପାନର ରହିଥାନ୍ତି ।

Leave A Reply

Your email address will not be published.