ପ୍ରମୁଖ ଖବର

ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜନ୍ମଦିନ ପାଳିଲେ ବିଶ୍ୱର ସବୁଠୁ ବୟସ୍କ ମହିଳା

0

ଜନ୍ମଦିନ ପାଳିଲେ ବିଶ୍ୱର ସବୁଠୁ ବୟସ୍କ ମହିଳା । ଜାପାନ ମହିଳା କେନ୍ ତନାକା ହେଉଛନ୍ତି ବିଶ୍ୱର ସବୁଠୁ ବୟସ୍କ ମହିଳା । ସେ ବୟସ୍କ ମହିଳା ଭାବେ ଗିନିଜ୍ ବୁକ୍‌ ଅଫ ରେକର୍ଡର ଟାଇଟଲ ମଧ୍ୟ ଜିତିଛନ୍ତି ।ନିକଟରେ କେନ୍ ତନାକା ତାଙ୍କ ଜନ୍ମଦିନ ପାଳିଛନ୍ତି । ଜାନୁଆରୀ ୨ ତାରିଖରେ କେନ୍ ତାନାକା ୧୧୯ ତମ ଜନ୍ମଦିନ ପାଳନ କରିଛନ୍ତି ।

କେନ୍ ତନାକା ଏବେ ଫୁକୁଓକା ସହରର ଏକ ନସିଂ ହୋମରେ ରହନ୍ତି । ଆସନ୍ତା ବର୍ଷ ତାଙ୍କର ୧୨୦ ତମ ଜନ୍ମଦିନ ପାଳନ କରିବାକୁ ପରିବାର ଲୋକ ଆଶା ରଖିଛନ୍ତି । କେନ ତନାକା କହିଛନ୍ତି ଯେ, ସେ ଏତେ ଦିନ ବଞ୍ଚିବାର କାରଣ ହେଉଛି ଭଲ ଖାଇବା ଓ ପଢିବା । ସେ କାର୍ବୋନେଟେଡ ପାନୀୟ ପିଇବାକୁ ଓ ଚକଲେଟ ଖାଇବାକୁ ପସନ୍ଦ କରନ୍ତି । ନର୍ସିଂହୋମରେ ସେ ଇସାରା ମାଧ୍ୟମରେ ଅନ୍ୟ କର୍ମଚାରୀଙ୍କ ସହ କଥା ହୁଅନ୍ତି ।

ସେ କର୍କଟ ଭଳି ରୋଗକୁ ମଧ୍ୟ ପରାସ୍ତ କରିସାରିଛନ୍ତି । ତନାକାଙ୍କ କହିବା ଅନୁସାରେ ସେ ଦୀର୍ଘୀୟୁ ହେବାର ମୁଖ୍ୟ କାରଣ ହେଲା ଭଲ ଖାଦ୍ୟ ଖାଇବା ଏହାପୂର୍ବରୁ ଏହି ରେକର୍ଡ ଜାପାନର ଚିୟୋ ମିୟାକୋଙ୍କ ନାମରେ ଥିଲା ସେ ୧୧୭ ବର୍ଷରେ ମୃତ୍ୟୁବରଣ କରିଥିଲେ । ଜାପାନର ଅଧିକାଂଶ ଲୋକ ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚିଥାନ୍ତି । ଏବଂ ଜାପାନୀମାନେ ଅନ୍ୟ ଦେଶ ତୁଳନାରେ କମ ରୋଗାଗ୍ରସ୍ତ ହୁଅନ୍ତି । ଅଧିକ ବର୍ଷ ଧରି ବଞ୍ଚୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଜାପାନର ରହିଥାନ୍ତି ।

Leave A Reply

Your email address will not be published.