ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଦେଶରେ ବଢ଼ିଲା ସଂକ୍ରମଣ..ଓମିକ୍ରନ ବଢାଇଲା ଭୟ

0

ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଦେଶରେ ୩୫ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟ।ରେ ଦେଶରେ ୩୭ ହଜାର ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ରହିଛି ୩.୨୪% । ଦିନକରେ ୧୦.୭ ପ୍ରତିଶତ ବଢିଲା ସଂକ୍ରମଣ । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ବି ୧୦୦ ଟପିଛି । ଦିନକରେ ୧୨୪ ଜଣ ଲୋକ କରୋନାରେ ଆଖିବୁଜିଛନ୍ତି ।

ଦେଶରେ ମୋଟ କରୋନା ସଂକ୍ରମଣ ମାମଲା ୩,୪୯,୬୦,୨୬୧କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧,୭୧,୮୩୦ । ସେହିପରି ମୃତ୍ୟୁ ସଂଖ୍ୟା ୪,୮୨,୦୧୪ରେ ପହଞ୍ଚିଛି । ଓମିକ୍ରନ ଭ୍ୟାରିଆଣ୍ଟ ମଧ୍ୟ ବିପଦ ବଢାଉଛି । ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୮ ଶହ ୯୨କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୭୬୬ ଜଣ ସୁସ୍ଥ ହୋଇଛନ୍ତି । ଓଡିଶାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ଟପିସାରିଛି । ଗତ ୨୪ ଘଣ୍ଟ।ରେ ୬୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଦିନ ହେଲା ୪୩୦ ଭିତରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଜି ୭୦୦ ମୁହାଁ ହୋଇଛି ।

ତେବେ ବଡ଼ କଥା ହେଲା ଯେ, ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୧୯ ଜଣ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୨୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମେଟ୍ରୋରେ ମଧ୍ୟ କରୋନା ମାଡି ଚାଲିଛି । ମୁମ୍ବାଇ, ଦିଲ୍ଲୀରେ ସ୍ଥି୍‌ତି ଅଣାୟତ ହେବାରେ ଲାଗିଛି । ଗତ ୫ ଦିନରେ ଦିଲ୍ଲୀରେ କରୋନା ମାମଲା ୫ ଗୁଣା ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢିଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ପୁଣି ଫେରିଛି କଟକଣା । ପଞ୍ଜାବରେ ମଧ୍ୟ ନାଇଟ କର୍ଫୁ ଜାରି କରାଯାଇଛି । ସିନେମା ହଲ, ବାର , ଜିମ, ରେଷ୍ଟୁରାଣ୍ଟ ସବୁ ୫୦ ପ୍ରତିଶତ କ୍ଷମତାରେ ଚାଲିବ ।

Leave A Reply

Your email address will not be published.