ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଦେଶରେ ବଢ଼ିଲା ସଂକ୍ରମଣ..ଓମିକ୍ରନ ବଢାଇଲା ଭୟ

0

ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଦେଶରେ ୩୫ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟ।ରେ ଦେଶରେ ୩୭ ହଜାର ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ରହିଛି ୩.୨୪% । ଦିନକରେ ୧୦.୭ ପ୍ରତିଶତ ବଢିଲା ସଂକ୍ରମଣ । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ବି ୧୦୦ ଟପିଛି । ଦିନକରେ ୧୨୪ ଜଣ ଲୋକ କରୋନାରେ ଆଖିବୁଜିଛନ୍ତି ।

ଦେଶରେ ମୋଟ କରୋନା ସଂକ୍ରମଣ ମାମଲା ୩,୪୯,୬୦,୨୬୧କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧,୭୧,୮୩୦ । ସେହିପରି ମୃତ୍ୟୁ ସଂଖ୍ୟା ୪,୮୨,୦୧୪ରେ ପହଞ୍ଚିଛି । ଓମିକ୍ରନ ଭ୍ୟାରିଆଣ୍ଟ ମଧ୍ୟ ବିପଦ ବଢାଉଛି । ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୮ ଶହ ୯୨କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୭୬୬ ଜଣ ସୁସ୍ଥ ହୋଇଛନ୍ତି । ଓଡିଶାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ଟପିସାରିଛି । ଗତ ୨୪ ଘଣ୍ଟ।ରେ ୬୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଦିନ ହେଲା ୪୩୦ ଭିତରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଜି ୭୦୦ ମୁହାଁ ହୋଇଛି ।

ତେବେ ବଡ଼ କଥା ହେଲା ଯେ, ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୧୯ ଜଣ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୨୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମେଟ୍ରୋରେ ମଧ୍ୟ କରୋନା ମାଡି ଚାଲିଛି । ମୁମ୍ବାଇ, ଦିଲ୍ଲୀରେ ସ୍ଥି୍‌ତି ଅଣାୟତ ହେବାରେ ଲାଗିଛି । ଗତ ୫ ଦିନରେ ଦିଲ୍ଲୀରେ କରୋନା ମାମଲା ୫ ଗୁଣା ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢିଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ପୁଣି ଫେରିଛି କଟକଣା । ପଞ୍ଜାବରେ ମଧ୍ୟ ନାଇଟ କର୍ଫୁ ଜାରି କରାଯାଇଛି । ସିନେମା ହଲ, ବାର , ଜିମ, ରେଷ୍ଟୁରାଣ୍ଟ ସବୁ ୫୦ ପ୍ରତିଶତ କ୍ଷମତାରେ ଚାଲିବ ।

Leave A Reply

Your email address will not be published.