ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ପୁଣି ପଡ଼ିଆକୁ ଓହ୍ଲାଇବେ ବୀରୁ, ଯୁବି ଓ ଭଜି

0

ସାମ୍ନାରେ ଲଢ଼ିବେ ଅଖତାର୍, ଆଫ୍ରିଦି ଓ ଜୟସୂରିୟା
ଭାରତ ସହ ଟକ୍କର ନେବ ଏସିଆ ଇଲେଭେନ୍ ଓ ରେଷ୍ଟ ଅପ୍ ୱର୍ଲଡ୍

ପୁଣିଥରେ କ୍ରିକେଟ୍ ପଡିଆରେ ଜଲୱା ଦେଖାଇବେ ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ ଓ ହରଭଜନ ସିଂହ। ଆଉ ଏମାନଙ୍କ ସାମ୍ନାରେ ରହିବେ ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ୍ ଆଫ୍ରିଦି, ମହମ୍ମଦ ୟୁସୁଫ, ଶ୍ରୀଲଙ୍କାର ସନତ ଜୟସୂର୍ଯ୍ୟା ଓ ମୁଥିଆ ମୁରଲିଧର। ଏହି ସବୁ ଖେଳାଳିଙ୍କୁ ନେଇ ଆୟୋଜିତ ହେବାକୁ ଯାଉଛି ଲିଜେଣ୍ଡସ୍ ଲିଗ୍ କ୍ରିକେଟର ପ୍ରଥମ ସଂସ୍କରଣ । ଏହି ଲିଗ୍ ଜାନୁଆରି ୨୦ ତାରିଖରୁ ଓମାନରେ ଆରମ୍ଭ ହେବାକୁ ଯାଉଛି । ଏହି ଲିଗରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା କିମ୍ବଦନ୍ତୀ କ୍ରିକେଟର୍ ଭାଗ ନେବେ । ମ୍ୟାଚ୍ ଗୁଡ଼ିକ ଓମାନର ଅଲ୍ ଏମିରେଟ୍ସ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।

ଲିଜେଣ୍ଡସ୍ ଲିଗ୍ କ୍ରିକେଟରେ ତିନୋଟି ଟିମ୍ ଭାଗ ନେବେ। ଏଥିରେ ଭାରତର ପ୍ରତିନିଧିତ୍ୱ କରିବ ଇଣ୍ଡିଆ ମହାରାଜ ଟିମ୍ । ଏହି ଟିମରେ ଇରଫାନ୍ ପଠାନ୍, ୟୁସୁଫ୍ ପଠାନ୍, ଏସ୍ ବଦ୍ରିନାଥ, ଆରପି ସିଂ, ପ୍ରଜ୍ଞାନ ଓଝା, ନମନ ଓଝା, ମନପ୍ରୀତ ଗୋନି, ହେମଙ୍ଗ ବଦାନି, ବେଣୁଗୋପାଳ ରାଓ, ମୁନାଫ ପଟେଲ, ସଞ୍ଜୟ ବାଙ୍ଗର, ନୟନ ମୋଙ୍ଗିଆ ଓ ଅମିତ୍ ଭଣ୍ଡାରୀ ଖେଳିବେ । ବାକି ଦୁଇଟି ଟିମ୍ ଏସିଆ ଓ ରେଷ୍ଟ ଅଫ୍ ୱାର୍ଲ୍ଡ ରହିବେ।

ଏସିଆର ପ୍ରତିନିଧିତ୍ୱ କରିବ ଏସିଆ ଲାୟନ୍ସ । ଏଥିରେ ଶୋଏବ ଅଖତର, ଶାହିଦ୍ ଆଫ୍ରିଦି, ସତନ ଜୟସୂର୍ଯ୍ୟା, ମୁଥିଆ ମୁରଲିଧରନ, ଚାମିନ୍ଦା ଭାସ, ରମେଶ କାଲୁୱିଥରାଣା, ତିଲକରତ୍ନେ ଦିଲସାନ, ଆଝାର ମେହମୁଦ୍, ଉପୁଲ ଥରଙ୍ଗା, ମହମ୍ମଦ ହଫିଜ୍, ଶୋଏବ ମଲିକ୍, ମହମ୍ମଦ ୟୁସୁଫ୍, ଉମର୍ ଗୁଲ୍ ଓ ଅସଗର ଆଫଗାନ୍ ରହିଛନ୍ତି। ତେବେ ଏପର୍ଯ୍ୟନ୍ତ ରେଷ୍ଟ ଅଫ୍ ୱାର୍ଲ୍ଡ ଟିମର ଖେଳାଳିଙ୍କ ନାଁ ଘୋଷଣା ହୋଇନାହିଁ। ସେପଟେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରୁ ହଟିଥିବା ରବି ଶାସ୍ତ୍ରୀ ଏହି ଲିଗର କମିସନର ଅଛନ୍ତି ।

Leave A Reply

Your email address will not be published.