ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ଦେହାନ୍ତ

0

ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଶୋଇଥିବା ସମୟରେ ତାଙ୍କର ଅକସ୍ମାତ ଦେହାନ୍ତ ହୋଇଛି ।ଗତକାଲି ରାତିରେ ସେ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ରାତି ୩ଟାରେ ତାଙ୍କର ପରଲୋକ ହୋଇଛି । ୮୪ ବର୍ଷ ବୟସରେ ସେ ଆଖିବୁଜିଛନ୍ତି । ତାଙ୍କର ମୃତ୍ୟୁ ଖବର ପରେ ଖଡିଆ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟାର ଖେଳିଯାଇଛି ।

ସ୍ୱର୍ଗତଃ ଦୁର୍ଯ୍ୟୋଧନ ମାଝୀ ଖଡିଅଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳରୁ ସେ ୧୯୯୦ରେ ଖଡିଆଳରୁ ସେ ବିଧାନସଭାକୁ ଆସିଥିଲେ । ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ ସେ କ୍ରମାଗତ ବିଧାୟକ ଥିଲେ । ୨ଥର ଜନତା ଦଳ ଓ ୨ ଥର ବିଜେଡି ଟିକେଟରେ ଲଢି ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତାଧୀନ ସରକାରରେ ସେ ୨୦୦୦ରେ ଏବଂ ୨୦୦୬ମସିହାରେ ଦୁଇ ଥର ମନ୍ତ୍ରୀ ମଧ୍ୟ ରହିଥିଲେ । ନବୀନ ପଟ୍ଟନାୟକଙ୍କ ସରକାରରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ, ଯୋଜନା ଓ ସମନ୍ୱୟ ବିଭାଗର ମନ୍ତ୍ରୀ ଥିଲେ ।

୨୦୧୪ରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗାଦାନ ଦେଇଥିଲେ । ସେହିବର୍ଷ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିରୁ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ନମିଳିବାରୁ ସେ ଦଳରୁ ଇସ୍ତଫା ଦେଇ ପୁଣି ବିଜୁ ଜନତା ଦଳକୁ ଫେରିଆସିଥିଲେ ।

ଦୁର୍ଯ୍ୟୋଧନ ମାଝୀଙ୍କ ପୈତୃକ ଘର ନୂଆପଡା ଜିଲ୍ଳା ବୋଡେନ ବ୍ଲକ ବୋଇର ଗାଁ । ସେ ୧୯୩୮, ଏପ୍ରିଲ ୧୪ରେ ଜନ୍ମଗ୍ରହଣ କରିଥିଲେ । ଜଣେ ଦକ୍ଷ ନେତା ଓ ସଂଗଠକ ଭାବେ ପରିଚିତ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ଖବର ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ମୃତଦେହକୁ ଜନ୍ମମାଟିକୁ ନିଆଯିବା ପରେ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ଖବର ରହିଛି ।

Leave A Reply

Your email address will not be published.