ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ଦେହାନ୍ତ

0

ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଶୋଇଥିବା ସମୟରେ ତାଙ୍କର ଅକସ୍ମାତ ଦେହାନ୍ତ ହୋଇଛି ।ଗତକାଲି ରାତିରେ ସେ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ରାତି ୩ଟାରେ ତାଙ୍କର ପରଲୋକ ହୋଇଛି । ୮୪ ବର୍ଷ ବୟସରେ ସେ ଆଖିବୁଜିଛନ୍ତି । ତାଙ୍କର ମୃତ୍ୟୁ ଖବର ପରେ ଖଡିଆ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟାର ଖେଳିଯାଇଛି ।

ସ୍ୱର୍ଗତଃ ଦୁର୍ଯ୍ୟୋଧନ ମାଝୀ ଖଡିଅଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳରୁ ସେ ୧୯୯୦ରେ ଖଡିଆଳରୁ ସେ ବିଧାନସଭାକୁ ଆସିଥିଲେ । ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ ସେ କ୍ରମାଗତ ବିଧାୟକ ଥିଲେ । ୨ଥର ଜନତା ଦଳ ଓ ୨ ଥର ବିଜେଡି ଟିକେଟରେ ଲଢି ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତାଧୀନ ସରକାରରେ ସେ ୨୦୦୦ରେ ଏବଂ ୨୦୦୬ମସିହାରେ ଦୁଇ ଥର ମନ୍ତ୍ରୀ ମଧ୍ୟ ରହିଥିଲେ । ନବୀନ ପଟ୍ଟନାୟକଙ୍କ ସରକାରରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ, ଯୋଜନା ଓ ସମନ୍ୱୟ ବିଭାଗର ମନ୍ତ୍ରୀ ଥିଲେ ।

୨୦୧୪ରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗାଦାନ ଦେଇଥିଲେ । ସେହିବର୍ଷ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିରୁ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ନମିଳିବାରୁ ସେ ଦଳରୁ ଇସ୍ତଫା ଦେଇ ପୁଣି ବିଜୁ ଜନତା ଦଳକୁ ଫେରିଆସିଥିଲେ ।

ଦୁର୍ଯ୍ୟୋଧନ ମାଝୀଙ୍କ ପୈତୃକ ଘର ନୂଆପଡା ଜିଲ୍ଳା ବୋଡେନ ବ୍ଲକ ବୋଇର ଗାଁ । ସେ ୧୯୩୮, ଏପ୍ରିଲ ୧୪ରେ ଜନ୍ମଗ୍ରହଣ କରିଥିଲେ । ଜଣେ ଦକ୍ଷ ନେତା ଓ ସଂଗଠକ ଭାବେ ପରିଚିତ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ଖବର ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ମୃତଦେହକୁ ଜନ୍ମମାଟିକୁ ନିଆଯିବା ପରେ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ଖବର ରହିଛି ।

Leave A Reply

Your email address will not be published.