ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

‘ଯଦି ଯୁଦ୍ଧ ଶେଷ ନିଷ୍ପତ୍ତି ହୁଏ, ଆମେ ନିଶ୍ଚୟ ବିଜୟୀ ହେବୁ’

0

ଗଲୱାନ ପ୍ରସଙ୍ଗରେ ସେନା ମୁଖ୍ୟ ଏମଏମ ନରବଣେଙ୍କ ବଡ଼ ବୟାନ । ନରବଣେ କହିଛନ୍ତି ,ସୀମାକୁ ନେଇ ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦର ଶେଷ ନିଷ୍ପତ୍ତି ଯୁଦ୍ଧ ହୁଏ,ତେବେ ଆମେ ନିଶ୍ଚୟ ବିଜୟୀ ହେବୁ । ସେ କହିଛନ୍ତି ଯେ, ପିପୁଲ ଲିବରେସନ ଆର୍ମିସହ ଗତବର୍ଷା ଜାନୁଆରୀରେ ଆଲୋଚନା ପରେ ପଶ୍ଚିମକ୍ଷେତ୍ରରେ ସକାରାତ୍ମକ ବିକାଶ ହୋଇଛି । ଏହା ସହ ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ସାମାନ୍ୟ ବିପଦ କମ ହୋଇଛି ।ଆବଶ୍ୟକ ସୁରକ୍ଷା ଉପାୟ ବି ଅବଲମ୍ବନ କରାଯାଉଛି । ଏହା ସହ ଭାରତ ତରଫରୁ ସେଠାରେ ସେନା ମୁତୟନ କରାଯାଇଛି ।

ନରବଣେ କହିଛନ୍ତି, ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆତଙ୍କବାଦ ବିରୋଧରେ ଭାରତ ଜିରୋ ଟଲେରେନ୍ସ ନୀତି ଆପଣାଇଛି ।ସେ କହିଛନ୍ତି ଯେ, ଲଦାଖର କିଛି ସ୍ଥାନରେ ସମସ୍ୟା ରହୁଛି । ବିପଦକୁ ଦୃଷ୍ଟିରେ ରଖି ସେହି ସବୁ ସ୍ଥାନମାନଙ୍କରେ ସେନା ମୁତୟନ କରାଯାଇଛି । କହିରଖୁ କି, ଚୀନ ଓ ଭାରତ ତରଫରୁ ଆଜି ସକାଳୁ ଚଶୁଲ-ମୋଳଦୋ ଠାରେ କୋର କମାଣ୍ଡ ସ୍ତରୀୟ ଚତୃର୍ଦ୍ଦଶ ବୈଠକ ବସିଥିଲା । ଭାରତ ତରଫରୁ ଫାୟାର ଆଣ୍ଡ କ୍ୟୁରୀ କୋର କମାଣ୍ଡର ଲେଫ୍ଟନା ଜେନେରାଲ ଅନିନ୍ଧ୍ୟା ସେନଗୁପ୍ତ ବୈଠକରେ ଯୋଗ ଦେଇଥିଲେ ।୩ ମାସ ପରେ ଭାରତ ଓ ଚୀନ ପୂର୍ବ ଲଦାଖରେ ୨୦ ମାସ ଧରି ଚାଲିଥିବା ସେନା ଗତିରୋଧ ପ୍ରସଙ୍ଗରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି ।

ଅକ୍ଟୋବର ୧୦ରେ ୧୩ ତମ ରାଉଣ୍ଡ ଆଲୋଚନା ହୋଇଥିଲା । ହେଲେ ଉଭୟର ପକ୍ଷରୁ ଆଲୋଚନା ପରେ ଭାରତୀୟ ସେନା ସହ ଆଲୋଚନାରେ କୌଣସି ଅଗ୍ରଗତି ହୋଇନାହିଁ । ନଭେମ୍ବର ୧୮ରେ ଉଭୟ ଦେଶର କୂଟନୀତିଜ୍ଞ ଆଲୋଚନାରେ ଭାରତ ଓ ଚୀନ ଲଦାଖରେ ଚାଲିଥିବା ବିବାଦ ଉପରେ ୧୪ ତମ ରାଉଣ୍ଡ ଆଲୋଚନା ପାଇଁ ସହମତି ପ୍ରକାଶ ପାଇଥିଲା ।

Leave A Reply

Your email address will not be published.