ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

‘ଯଦି ଯୁଦ୍ଧ ଶେଷ ନିଷ୍ପତ୍ତି ହୁଏ, ଆମେ ନିଶ୍ଚୟ ବିଜୟୀ ହେବୁ’

0

ଗଲୱାନ ପ୍ରସଙ୍ଗରେ ସେନା ମୁଖ୍ୟ ଏମଏମ ନରବଣେଙ୍କ ବଡ଼ ବୟାନ । ନରବଣେ କହିଛନ୍ତି ,ସୀମାକୁ ନେଇ ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦର ଶେଷ ନିଷ୍ପତ୍ତି ଯୁଦ୍ଧ ହୁଏ,ତେବେ ଆମେ ନିଶ୍ଚୟ ବିଜୟୀ ହେବୁ । ସେ କହିଛନ୍ତି ଯେ, ପିପୁଲ ଲିବରେସନ ଆର୍ମିସହ ଗତବର୍ଷା ଜାନୁଆରୀରେ ଆଲୋଚନା ପରେ ପଶ୍ଚିମକ୍ଷେତ୍ରରେ ସକାରାତ୍ମକ ବିକାଶ ହୋଇଛି । ଏହା ସହ ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ସାମାନ୍ୟ ବିପଦ କମ ହୋଇଛି ।ଆବଶ୍ୟକ ସୁରକ୍ଷା ଉପାୟ ବି ଅବଲମ୍ବନ କରାଯାଉଛି । ଏହା ସହ ଭାରତ ତରଫରୁ ସେଠାରେ ସେନା ମୁତୟନ କରାଯାଇଛି ।

ନରବଣେ କହିଛନ୍ତି, ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆତଙ୍କବାଦ ବିରୋଧରେ ଭାରତ ଜିରୋ ଟଲେରେନ୍ସ ନୀତି ଆପଣାଇଛି ।ସେ କହିଛନ୍ତି ଯେ, ଲଦାଖର କିଛି ସ୍ଥାନରେ ସମସ୍ୟା ରହୁଛି । ବିପଦକୁ ଦୃଷ୍ଟିରେ ରଖି ସେହି ସବୁ ସ୍ଥାନମାନଙ୍କରେ ସେନା ମୁତୟନ କରାଯାଇଛି । କହିରଖୁ କି, ଚୀନ ଓ ଭାରତ ତରଫରୁ ଆଜି ସକାଳୁ ଚଶୁଲ-ମୋଳଦୋ ଠାରେ କୋର କମାଣ୍ଡ ସ୍ତରୀୟ ଚତୃର୍ଦ୍ଦଶ ବୈଠକ ବସିଥିଲା । ଭାରତ ତରଫରୁ ଫାୟାର ଆଣ୍ଡ କ୍ୟୁରୀ କୋର କମାଣ୍ଡର ଲେଫ୍ଟନା ଜେନେରାଲ ଅନିନ୍ଧ୍ୟା ସେନଗୁପ୍ତ ବୈଠକରେ ଯୋଗ ଦେଇଥିଲେ ।୩ ମାସ ପରେ ଭାରତ ଓ ଚୀନ ପୂର୍ବ ଲଦାଖରେ ୨୦ ମାସ ଧରି ଚାଲିଥିବା ସେନା ଗତିରୋଧ ପ୍ରସଙ୍ଗରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି ।

ଅକ୍ଟୋବର ୧୦ରେ ୧୩ ତମ ରାଉଣ୍ଡ ଆଲୋଚନା ହୋଇଥିଲା । ହେଲେ ଉଭୟର ପକ୍ଷରୁ ଆଲୋଚନା ପରେ ଭାରତୀୟ ସେନା ସହ ଆଲୋଚନାରେ କୌଣସି ଅଗ୍ରଗତି ହୋଇନାହିଁ । ନଭେମ୍ବର ୧୮ରେ ଉଭୟ ଦେଶର କୂଟନୀତିଜ୍ଞ ଆଲୋଚନାରେ ଭାରତ ଓ ଚୀନ ଲଦାଖରେ ଚାଲିଥିବା ବିବାଦ ଉପରେ ୧୪ ତମ ରାଉଣ୍ଡ ଆଲୋଚନା ପାଇଁ ସହମତି ପ୍ରକାଶ ପାଇଥିଲା ।

Leave A Reply

Your email address will not be published.