ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏସ.ସୋମନାଥ ହେଲେ ଇସ୍ରୋ ମୁଖ୍ୟ

0

ବରିଷ୍ଠ ବୈଜ୍ଞାନିକ ଏସ.ସୋମନାଥ ହେବେ ଇସ୍ରୋର ପରବର୍ତ୍ତୀ ନୂଆ ମୁଖ୍ୟ । ଆଜି କେନ୍ଦ୍ର ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଜାନୁଆରୀ ୧୪ରେ ଇସ୍ରୋ ମୁଖ୍ୟ ଭାବେ କାମ କରୁଥିବା କେ.ଶିବନଙ୍କ କାର୍ଯ୍ୟକାଳ ଶେଷ ହେବ । ଏହା ପରେ ଏସ.ସୋମନାଥ ଇସ୍ରୋ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଥିରୁବନନ୍ତପୁର ସ୍ଥିତ ଭିଏସଏସସି (ବିକ୍ରମ ସରଭାଇ ସ୍ପେଶ ସେ ର)ର ନିର୍ଦ୍ଦେଶକ ଏସ.ସୋମନାଥ ହେଉଛନ୍ତି ରକେଟ ଟେକ୍ନୋଲୋଜିଷ୍ଟ ଓ ଏରୋସ୍ପସ ଇଞ୍ଜିନିୟର ଭିଏସଏସସି ପୂର୍ବରୁ ଏସ.ସୋମନାଥ ଥିରୁବନନ୍ତପୁର ସ୍ଥିତ ଏଲପିଏସସିର ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି । ତାଙ୍କର ଇସ୍ରୋ ରକେଟ ବିକାଶରେ ବହୁ ଯୋଗଦାନ ରହିଛି ।

ସୋମନାଥ ଲଞ୍ଚ ଭେଇକିଲ ଷ୍ଟ୍ରକଚରାଲ ଡାଇନାମିକ, ମେକାନିଜିମ,ପାୟରୋ ସିଷ୍ଟମ ଓ ଲଂଚ ଭେଇକିଲ ଇଣ୍ଟିଗ୍ରେସନ ଭଳି କାର୍ଯ୍ୟର ବିଶେଷଜ୍ଞ । ଇସ୍ରୋ ମୁଖ୍ୟ ହେବା ପୂର୍ବରୁ ସେ ଜିସାଟ-ଏମକେ୧୧(ଏଫ୦୯) ନବୀକରଣରେ ନିୟୋଜିତ ଥିଲେ । ଯାହାଦ୍ୱାରା ଭାରୀ ଯୋଗାଯୋଗ ଉପଗ୍ରହ ମହାକାଶକୁ ଉତକ୍ଷେପଣ କରାଯାଇପାରିବ । ଏହାବ୍ୟତୀତ ସେ ଜିସାଟ-୬ଏ ଏବଂ ପିଏସଏଲଭି-ସି୪୧ର ଉନ୍ନତିରେ ମଧ୍ୟ ନିୟୋଜିତ ହୋଇଥିଲେ ଯାହା ଦ୍ୱାର ରିମୋଟ ସେନ୍ସିଂ ଉପଗ୍ରହଗୁଡିକ ସଠିକ ଭାବରେ ଉତକ୍ଷେପଣ ହୋଇପାରିବ । ଏସ.ସୋମନାଥ କୋଲ୍ଲାମରେ ଥିବା ଟିକେଏମ କଲେଜ ଅଫ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏଟ ହୋଇଥିଲେ । ଏହା ପରେ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରୁ ସେ ଏରୋ ସ୍ପେଶ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।୧୯୮୫ରେ ସେ ଭିଏସଏସସିରେ ଯୋଗ ଦେଇଥିଲେ । ୨୦୧୦ରୁ ୨୦୧୪ ଯାଏସେ ଜିଏସଏଲଭି ଏମକେ ଆଇଆଇର ପ୍ରାଜେକ୍ଟ ନିର୍ଦ୍ଦେଶକ ଭାବେ କାମ କରିଛନ୍ତିା

Leave A Reply

Your email address will not be published.