ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

ବିଜୟ ମାଲ୍ୟାଙ୍କ ହାତରୁ ଖସିପାରେ ଲଣ୍ଡନର ଆଲିଶାନ ବଙ୍ଗଳା

0

ସୁଇସ ବ୍ୟାଙ୍କ ୟୁବିଏସ ସହିତ ଦୀର୍ଘଦିନ ଧରି ଆଇନଗତ ଲଢେଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶ ଉପରେ ରୋକ ଲଗାଇବା ନେଇ ଆବେଦନକୁ ଖାରଜ କରିଛନ୍ତି ବ୍ରିଟିଶ କୋର୍ଟ । ଲଣ୍ଡନ ହାଇକୋର୍ଟ ବିଚାରପତି ମାଥ୍ୟୁ କହିଛନ୍ତି ଯେ, ମାଲ୍ୟାଙ୍କ ଉପରେ ୨.୦୪ କୋଟି ପାଉଣ୍ଡର ଋଣ ଥିବା ବେଳେ ସେ ଦିନ ଗଡାଇଚାଲିଛନ୍ତି । ତେଣୁ ତାଙ୍କୁ ଆଉ ଅଧିକ ସମୟ ଦେଇ ହେବ ନାହିଁ । ତେଣୁ ମାଲ୍ୟାଙ୍କ ଉପରେ ଥିବା ଋଣ ସୁଝିବା ପାଇଁ ତାଙ୍କ ଲଣ୍ଡନ ସ୍ଥିତ ଘରୁ ବେଦଖଲ କରାଯାଇପାରିବ । ଲଣ୍ଡନର ରିଜେ ପାର୍କ ନିକଟରେ ଥିବା ଆଲିଶାନ ବଙ୍ଗଳାରେ ମାଲ୍ୟାଙ୍କ ୯୫ ବର୍ଷୀୟା ମା’ ରହୁଛନ୍ତି ।

୨୦୧୬ ମାର୍ଚ୍ଚ ମାଲ୍ୟ ବ୍ରିଟେନ ପଳାଇଥିଲେ । ବିଭିନ୍ନ ବିଜିନେସ ପାଇଁ ସେ ୧୩ରୁ ଅଧିକ ବ୍ୟାଙ୍କରୁ ୯ ହଜାର କୋଟିର ଋଣ ଆଣିଥିଲେ । କିନ୍ତୁ କମ୍ପାନୀ କ୍ଷତି ସହିବାରୁ ଋଣ ପରଶୋଧ କରିବାକୁ ଫାଙ୍କିବା ସହ ବାକିଥିବା ଟ୍ୟାକ୍ସ ମଧ୍ୟ ଫାଙ୍କିଥିଲେ । ସେ ଏବେ ଜାମିନରେ ବ୍ରିଟେନରେ ରହୁଛନ୍ତି । ତାଙ୍କ ବିରୋଧରେ ଭାରତ ପକ୍ଷରୁ ଏକାଧିକ ମାମଲା ଦାୟର ହେବା ପରେ ଏହି ମାମଲା ଲଣ୍ଡନ୍ କୋର୍ଟକୁ ହସ୍ତାନ୍ତାର କରାଯାଇଥିଲା ।

Leave A Reply

Your email address will not be published.