ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଦେଶରେ ପୁଣି ବଢିଲା ଦୈନିକ ସଂକ୍ରମଣ..

0

ଦେଶରେ ଗତ ଦୁଇ ଦିନ ହେବ ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ ଆଜି ପୁଣି ଅଧିକ ରହିଛି । ଗତ ୨୪ ଘଣଣଣ୍ଟା ରେ ୨ ଲକ୍ଷ ୮୨ ହଜାର ୯୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ୪୪ ହଜାର ୮୮୯ ଜଣ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ୨ ଲକ୍ଷ ୩୮ ହଜାର ୧୮ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ଆଜି ଦୈନିକ ସଂକ୍ରମଣ ହାର ରହିଛି ୧୫.୧୩ ପ୍ରତିଶତ ।

ସେହିପରି ଦେଶରେ ୨୪ ଘ ।ରେ ୪୪୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ୪ ଲକ୍ଷ ୮୭ ହଜାର ୨୦୨ରେ ପହଞ୍ଚିଛି ମୋଟ ମୃତ୍ୟୁ ସଂଖ୍ୟା । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୧୮ ଲକ୍ଷ ଟପିଛି । ୧୮ ଲକ୍ଷ ୩୧ ହଜାରକୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୪ ଘଣ୍ଟା ରେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୮୮ ହଜାର ୧୫୭ ଜଣ । ଦେଶରେ ଏଯାଏ ଟିକାନେଲେଣି ୧୫୮ କୋଟି ୮୮ ଲକ୍ଷରୁ ଅଧିକ । ଗତକାଲି ୭୬ ଲକ୍ଷ୩୫ ହଜାର ୨୨୯ ଡୋଜ ଦିଆଯାଇଛି । ଯାହା ପରେ ଏବେ ଯାଏ ୧୫୮ କୋଟି ୮୮ ଲକ୍ଷ ୪୭ ହଜାର ୫୫୪ ଡୋଜ ଦିଆଯାଇଛି । ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୯୬୧ରେ ପହଞ୍ଚିଛି। ଅଧିକ ଓମିକ୍ରନ ମାମଲା ମହାରାଷ୍ଟ୍ର ଓ ଦିଲ୍ଲୀରୁ ଚିହ୍ନଟ ହେଉଛନ୍ତି ।

Leave A Reply

Your email address will not be published.