ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ଏୟାର ଇଣ୍ଡିଆକୁ ଘାରିଛି ଆମେରିକାର ୫-ଜି ଭୟ!

0

ଆମେରିକାରେ ୫-ଜି ସେବା ଆରମ୍ଭ ହେବା ପରେ ଏୟାର ଇଣ୍ଡିଆ ତାର ୧୪ ଟି ବିମାନ ଉଡାଣ ରଦ୍ଦ କରିଦେଇଛି । ଏୟାର ଇଣ୍ଡିଆ ବ୍ୟତୀତ ଜାପାନ,ଦୁବାଇ,ବ୍ରିଟେନ ସମେତ ଅନେକ ଦେଶର ଏୟାରଲାଇନ୍ସ କମ୍ପାନୀ ଆମେରିକାର ଯିବା ,ଆସିବା ପାଇଁ ବିମାନ ଉଡାଣ ବାତିଲ କରିଦେଇଛନ୍ତି । ଟେଲି କମ୍ପାନୀ ‘ଏଟି ଆଣ୍ଡ ଟି’ ଓ ଭେରଜିନ ପକ୍ଷରୁ ଆମେରିକାରେ ୫ ଜି ସେବା ଆରମ୍ଭ ହୋଇଛି । ଯାହାକୁ ନେଇ ବିମାନଗୁଡିକ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ଏୟାର ଇଣ୍ଡିଆ ୧୪ଟି ବିମାନର ଉଡାଣ ବାତିଲ କରିଛି । ସେଗୁଡିକ ମଧ୍ୟରେ ଦିଲ୍ଲୀ- ନ୍ୟୁୟର୍କ,ନ୍ୟୁୟର୍କ-ଦିଲ୍ଲୀ, ଦିଲ୍ଲୀ-ଚିକାଗୋ,ଚିକାଗୋ-ଦିଲ୍ଲୀ, ଦିଲ୍ଲୀ-ସ୍ପେନ ଫ୍ରାନ୍ସିକୋ, ,ସ୍ପେନ ଫ୍ରିନ୍ସିକୋ-ଦିଲ୍ଲୀ, ଦିଲ୍ଲୀ-ନେୱାର୍କ ଓ ନେୱାର୍କ-ଦିଲ୍ଲୀ ବିମାନ ରହିଛି । ଗୁରୁବାର ବି ୬ ବିମାନ ଉଡାଣ ରଦ୍ଦ କରାଯାଇଛି । ସେଥିରେ ଦିଲ୍ଲୀ-ଚିକାଗୋ,ଚିକାଗୋ-ଦିଲ୍ଲୀ, ଦିଲ୍ଲୀ-ସ୍ପେନ ଫ୍ରାନ୍ସିକୋ, ,ସ୍ପେନ ଫ୍ରିନ୍ସିକୋ-ଦିଲ୍ଲୀ, ଦିଲ୍ଲୀ-ନେୱାର୍କ ଓ ନେୱାର୍କ-ଦିଲ୍ଲୀ ଅଛି ।

୫-ଜି ସେବା ଆରମ୍ଭ ହେବା ପରେ ଭୟଭୀତ ହେବାର କାରଣ ହେଉଛି, ବିମାନରେ ଲାଗିଥିବା ରେଡିଓ ଅଲଟିମିଟରକୁ ୫ ଜି ପ୍ରଭାବିତ କରିପାରେ । ଅଲଟିମିଟର ଜରିଆରେ ଭୃପୃଷ୍ଠରୁ ବିମାନ କେତେ ଉଚ୍ଚରେ ରହିଛି ମପାଯାଏ । ଯେଉଁ ବ୍ୟାଣ୍ଡରେ ଅଲଟିମିଟର କାମ କରୁଛି ତାହା ୫ଜି ବ୍ୟାଣ୍ଡ ପାଖାପାଖି ରହିଛି । ୫ ଜି ବିମାନର ଇଞ୍ଜିନ ଓ ବ୍ରେକ ବ୍ୟବସ୍ଥାକୁ ଅଚଳ କରିପାରେ । ବିମାନ ଅବତରଣ ଉପରେ ୫ଜିର ପ୍ରଭାବ ପଡିବ । ଏପରିକି ବିମାନ ରନୱେରେ ଅଟକି ନପାରିବା ଭଳି ସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ । ଜାନୁଆରୀ ୧୪ରେ ଆମେରିକାର ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) କହିଥିଲା ଯେ, ୫ଜି କାରଣରୁ ବିମାନର ରେଡିଓ ଅଲଟିମିଟର ଉପରେ ପ୍ରଭାବ ପଡି ପାରେ । ଯେଉଁଥିପାଇଁ ଇଞ୍ଜିନ ଓ ବ୍ରେକିଙ୍ଗ ସିଷ୍ଟମ ଜାମ ହୋଇପାରେ ।

Leave A Reply

Your email address will not be published.