ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଏୟାର ଇଣ୍ଡିଆକୁ ଘାରିଛି ଆମେରିକାର ୫-ଜି ଭୟ!

0

ଆମେରିକାରେ ୫-ଜି ସେବା ଆରମ୍ଭ ହେବା ପରେ ଏୟାର ଇଣ୍ଡିଆ ତାର ୧୪ ଟି ବିମାନ ଉଡାଣ ରଦ୍ଦ କରିଦେଇଛି । ଏୟାର ଇଣ୍ଡିଆ ବ୍ୟତୀତ ଜାପାନ,ଦୁବାଇ,ବ୍ରିଟେନ ସମେତ ଅନେକ ଦେଶର ଏୟାରଲାଇନ୍ସ କମ୍ପାନୀ ଆମେରିକାର ଯିବା ,ଆସିବା ପାଇଁ ବିମାନ ଉଡାଣ ବାତିଲ କରିଦେଇଛନ୍ତି । ଟେଲି କମ୍ପାନୀ ‘ଏଟି ଆଣ୍ଡ ଟି’ ଓ ଭେରଜିନ ପକ୍ଷରୁ ଆମେରିକାରେ ୫ ଜି ସେବା ଆରମ୍ଭ ହୋଇଛି । ଯାହାକୁ ନେଇ ବିମାନଗୁଡିକ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ଏୟାର ଇଣ୍ଡିଆ ୧୪ଟି ବିମାନର ଉଡାଣ ବାତିଲ କରିଛି । ସେଗୁଡିକ ମଧ୍ୟରେ ଦିଲ୍ଲୀ- ନ୍ୟୁୟର୍କ,ନ୍ୟୁୟର୍କ-ଦିଲ୍ଲୀ, ଦିଲ୍ଲୀ-ଚିକାଗୋ,ଚିକାଗୋ-ଦିଲ୍ଲୀ, ଦିଲ୍ଲୀ-ସ୍ପେନ ଫ୍ରାନ୍ସିକୋ, ,ସ୍ପେନ ଫ୍ରିନ୍ସିକୋ-ଦିଲ୍ଲୀ, ଦିଲ୍ଲୀ-ନେୱାର୍କ ଓ ନେୱାର୍କ-ଦିଲ୍ଲୀ ବିମାନ ରହିଛି । ଗୁରୁବାର ବି ୬ ବିମାନ ଉଡାଣ ରଦ୍ଦ କରାଯାଇଛି । ସେଥିରେ ଦିଲ୍ଲୀ-ଚିକାଗୋ,ଚିକାଗୋ-ଦିଲ୍ଲୀ, ଦିଲ୍ଲୀ-ସ୍ପେନ ଫ୍ରାନ୍ସିକୋ, ,ସ୍ପେନ ଫ୍ରିନ୍ସିକୋ-ଦିଲ୍ଲୀ, ଦିଲ୍ଲୀ-ନେୱାର୍କ ଓ ନେୱାର୍କ-ଦିଲ୍ଲୀ ଅଛି ।

୫-ଜି ସେବା ଆରମ୍ଭ ହେବା ପରେ ଭୟଭୀତ ହେବାର କାରଣ ହେଉଛି, ବିମାନରେ ଲାଗିଥିବା ରେଡିଓ ଅଲଟିମିଟରକୁ ୫ ଜି ପ୍ରଭାବିତ କରିପାରେ । ଅଲଟିମିଟର ଜରିଆରେ ଭୃପୃଷ୍ଠରୁ ବିମାନ କେତେ ଉଚ୍ଚରେ ରହିଛି ମପାଯାଏ । ଯେଉଁ ବ୍ୟାଣ୍ଡରେ ଅଲଟିମିଟର କାମ କରୁଛି ତାହା ୫ଜି ବ୍ୟାଣ୍ଡ ପାଖାପାଖି ରହିଛି । ୫ ଜି ବିମାନର ଇଞ୍ଜିନ ଓ ବ୍ରେକ ବ୍ୟବସ୍ଥାକୁ ଅଚଳ କରିପାରେ । ବିମାନ ଅବତରଣ ଉପରେ ୫ଜିର ପ୍ରଭାବ ପଡିବ । ଏପରିକି ବିମାନ ରନୱେରେ ଅଟକି ନପାରିବା ଭଳି ସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ । ଜାନୁଆରୀ ୧୪ରେ ଆମେରିକାର ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) କହିଥିଲା ଯେ, ୫ଜି କାରଣରୁ ବିମାନର ରେଡିଓ ଅଲଟିମିଟର ଉପରେ ପ୍ରଭାବ ପଡି ପାରେ । ଯେଉଁଥିପାଇଁ ଇଞ୍ଜିନ ଓ ବ୍ରେକିଙ୍ଗ ସିଷ୍ଟମ ଜାମ ହୋଇପାରେ ।

Leave A Reply

Your email address will not be published.