ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ରାଜ୍ୟରେ ୧୦ ହଜାର ତଳକୁ ଖସିଲା, ଦେଶରେ ବଢ଼ିଲା

0

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲୁଥିବା ବେଳେ ଆସିଛି ଟିକେ ଆଶ୍ୱସ୍ତିକର ଖବର । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧିରେ ସାମାନ୍ୟ ବ୍ରେକ । ୧୦ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ହେଲେ ରାଜ୍ୟରେ ସାମାନ୍ୟ ସଂଖ୍ୟା ଖସିଥିବା ବେଳେ ଦେଶରେ କିନ୍ତୁ ବଢିଚାଲିଛି । ସାଢେ ୩ ଲକ୍ଷ ପାଖାପାଖି ପହଞ୍ଚି ଯାଇଛି ସଂକ୍ରମିତ ସଂଖ୍ୟା।

ରାଜ୍ୟରେ ଗତ ୨୪ ଘଣ୍ଟା ରେ ୭୪ ହଜାର ୪୪୩ ନମୂନା ପରୀକ୍ଷା ହୋଇଥିବା ବେଳେ ୯ ହଜାର ୮୩୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ସଙ୍ଗରୋଧରୁ ୫୬୯୯ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୧୩୪ ପଜିଟିଭ ଅଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୯୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସବୁଦିନ ପରି ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୯୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୧୧୩୪,କଟକରୁ ୭୭୪ ମାମଲା ଆସିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୭ ହଜାର ୨୯୫କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୮୯ ହଜାର ୭୦୨ । ସେହିପରି ଦିନକରେ ରାଜ୍ୟରେ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ,ଢେଙ୍କାନାଳ,ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେପଟେ ଦେଶରେ କିନ୍ତୁ ରକେଟ ସ୍ପିଡରେ ସଂକ୍ରମଣ ମାଡ଼ି ଚାଲିଛି । ସାଢେ ୩ ଲକ୍ଷ ପାଖାପାଖି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚି ଯାଇଛି । ଦିନକରେ ୩ ଲକ୍ଷ ୪୭ ହଜାର ୨୫୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୨୯ ହଜାର ୭୨୨ ଅଧିକ ନୂଆ ମାମଲା ଆସିଛି । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୧୭. ୯୪% ।ଆଉ ସାପ୍ତାହିକ ସଂକ୍ରମଣ ହାର ରହିଛି ୧୬.୫୬% । ସେହିପରି ୨୪ ଘଣ୍ଟା ରେ ୭୦୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୮ ହଜାର ୩୯୬ରେ ପହଞ୍ଚିଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଛି । ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୯ ହଜାର ୬୯୨କୁ ବୃଦ୍ଧି ପାଇଛି । ଯାହା ଗତକାଲି ତୁଳନାରେ ୪.୩୬% ଅଧିକ ।

Leave A Reply

Your email address will not be published.