ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ସୁସ୍ଥ ଅଛନ୍ତି ସ୍ୱର ସାମ୍ରାଜ୍ଞୀ, ତଥାପି ଗୁଜବ

0

ନୂଆଦିଲ୍ଲୀ: ସଙ୍ଗୀତ ସାମ୍ରାଜ୍ଞୀ ଲତା ମଙ୍ଗସେକରଙ୍କୁ ନେଇ ବି ଗୁଜବ କରିବାକୁ କେହି ପଛାଉନାହାନ୍ତି। ଲତା ଏବେ ଆଇସିୟୁରେ ଥିବା ବେଳେ ତାଙ୍କୁ ନେଇ ଅନେକ ଗୁଜବ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଏହାକୁ ନେଇ ତାଙ୍କ ଫ୍ୟାନମାନେ କେବଳ ଭାଙ୍ଗି ପଡ଼ିଛନ୍ତି ତା ନୁହେଁ, କେନ୍ଦ୍ର ସରକାର ମଧ୍ୟ ବିଚଳିତ ହୋଇପଡ଼ିଛନ୍ତି। ନିଜେ ସ୍ମୃତି ଇରାନି ସାମ୍ନାକୁ ଆସି ଏଭଳି ଗୁଜବ ନ କରିବାକୁ ଅନୁରୋଧ କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କର ଆରୋଗ୍ୟ କାମନା କରିବା ଲାଗି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ଅନୁରୋଧ କରିଛନ୍ତି। ସେପଟେ ଲତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଥିବା ଡାକ୍ତରୀ ଦଳ ସୂଚନା ଦେଉଛନ୍ତି। ଯଦିଓ ସେ ଏବେବି ଆଇସିୟୁରେ ଅଛନ୍ତି, ଅପରାହ୍ନରେ ତାଙ୍କ ଠାରେ କିଛି ଉନ୍ନତି ଲକ୍ଷଣ ଦେଖାଦେଇଛି।

ଏଠାରେ ସ୍ମରଣଯୋଗ୍ୟ, ଲତା ଅସୁସ୍ଥ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ଜାନୁଆରୀ ୮ ତାରିଖରେ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ଥିବା
ଜଣାପଡିଥିଲା । ବୟସ ଅଧିକ କାରଣରୁ ପଜିଟିଭ ଚିହ୍ନଟ ପରେ ତାଙ୍କୁ ତୁରନ୍ତ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ସହ ନିମୋନିଆ ମଧ୍ୟ ହୋଇଯାଇଥିଲା ।ଆଇସିୟୁରେ ତାଙ୍କ ସ୍ୱତନ୍ତ୍ର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରୀ ଦଳ ତାଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି ।

Leave A Reply

Your email address will not be published.