ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

‘ଶାନ୍ତିଲତା’ ରୁ ଶେଷଯାତ୍ରା

0

ଛାତିରେ ହାତ ପିଟି କାନ୍ଦୁଛି ମାଆ । ମୋ ଛୁଆ..ମୋ ଛୁଆ..କାହିଁ ବୋଲି କହି କାନ୍ଦିକି ହସ୍ପିଟାଲ ଚଟାଣରେ ଗଡିଯାଉଛି । କିଏ କାହା ଛୁଆକୁ ହରାଇ ରାହା ଧରି କାନ୍ଦୁଥିବା ବେଳେ ଆଉ କିଏ ନିଜ ଲୋକଙ୍କୁ ହରାଇ ମୁକ ପାଲଟିଯାଇଛି । ଏଯାଏ ଘଟଣାକୁ ବିଶ୍ୱାସ କରିପାରୁନାହାନ୍ତି । ତ ଆଉ କିଏ ଜୀବନ କଣ ଜାଣିବା ଆଗରୁ ମୃତ୍ୟୁକୁ ପାଖରୁ ଦେଖିକି ଫେରିଛି । ଆଜି ବାଲେଶ୍ୱର ସୋର ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ହଠାତ୍ ଯମ ହୋଇ ମାଡି ଆସିଲା କୋଇଲା ବୋଝେଇ ଟ୍ରକ । ଆଉ କେହି କିଛି ବୁଝିବା କି ଜାଣିବା ଆଗରୁ ସବୁ କିଛି ଛାରଖାର ହୋଇଗଲା ।

ବାଲେଶ୍ୱର ସୋରରେ ଆଜି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଅକାଳରେ ଚାଲିଗଲା ୬ ଜଣଙ୍କ ଜୀବନ । ଆଉ ମୃତକଙ୍କ ମଧ୍ୟରେ ଅଛି ଜଣେ ବର୍ଷକର ଶିଶୁ । ଯିଏ କି ଦୁନିଆ କଣ ଜାଣିବା ପୂର୍ବରୁ ଆଖିବୁଜିଦେଇଛି । ଆଜି ଘରୋଇ ବସ ଶାନ୍ତିଲତା ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିଲା । ଦିନ ପ୍ରାୟ ସାଢେ ଗୋଟାଏ ବେଳେ ବିଦୁ ଛକରେ ବସ ଷ୍ଟପରେ ଛିଡାହୋଇଥିବା ବେଳେ କିଛି ଯାତ୍ରୀ ଓହ୍ଲାଉଥିଲେ । ଆଉ ଏତିକିବେଳେ ଦ୍ରୁତଗତିରୁ ପଛପଟୁ ଆସି ଏକ କୋଇଲା ବୋଝେଇ ଟ୍ରକ ପିଟି ହୋଇଥିଲା । ଫଳରେ ବସଟି ୧୦ ଫୁଟ ତଳକୁ ଖସିପଡିଥିଲା । ଆଉ ଘଟଣା ସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ନାବାଳିକା, ଜଣେ ବର୍ଷକର ଶିଶୁ, ଜଣେ ମହିଳା ଓ ଦୁଇ ପୁରୁଷ ।

ସେହିପରି ସୋର ଡାକ୍ତରଖାନାରେ ୨୦ ଜଣ ଆହତ ଭର୍ତ୍ତି ଥିବା ବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୬ ଜଣ ଯାତ୍ରୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୋର ବସ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଁଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ସହ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.