ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଦେଶରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁହାର

0

କମିଲା କରୋନା । ରାଜ୍ୟ ଓ ଦେଶ ପାଇଁ ଆଶ୍ୱସ୍ତିକର ଖବର । ଧୀରେ ଧୀରେ କମୁଛି ସଂକ୍ରମଣ । ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାରକୁ ଖସିଛି । ଗତ ୨୪ ଘଣ୍ଟାରେ ୩ ହଜାର ୩୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୫୦୪ ଜଣ ଅଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୬୪୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୯୩,ସୁନ୍ଦରଗଡ଼ରୁ ୨୩୭, ବାଲେଶ୍ୱରରୁ ୨୪୧, ନୂଆପଡାରୁ ୧୨୯,ସମ୍ବଲପୁରରୁ ୧୧୫,କଳାହାଣ୍ଡିର ୧୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦ରେ ପହଞ୍ଚିଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୭ ହଜାର ୨୧୦ ଜଣ । ଅଡିଡ ପ୍ରୋସେସରେ ରାଜ୍ୟରେ ଆଉ ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ,ଯାଜପୁରରୁ ୩ ଜଣ ଲେଖାଁଏ ଓ ଜଗତସିଂହପୁରରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ,କଟକ, ଢେଙ୍କାନାଳ,କେନ୍ଦୁଝର ,ନୟାଗଡ଼ ଓ ପୁରୀରେ ଜଣେ ଲେଖାଁଏ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ସେହିପରି ଦେଶରେ ମଧ୍ୟ ଖସିଛି କରୋନା ଗ୍ରାଫ । ହେଲେ ମୃତ୍ୟୁ ସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ୨ ଲକ୍ଷ ୯ ହଜାର ୯୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୧୫.୭୭ ପ୍ରତିଶତ । ଦିନକରେ ଦେଶରେ ୯୫୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ଏହି ସଂଖ୍ୟା ଥିଲା ୮୯୩ । ତିନି ଦିନ ହେବ ଲଗାତର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖା ୧୮ ଲକ୍ଷ ୩୧ ହଜାର ୨୬୮ ଥିବା ବେଳେ ୩ କୋଟି ୮୯ ଲକ୍ଷ ୭୬ ହଜାର ୧୨୨ ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.