ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା । ଭରତୀୟ କ୍ରିକେଟ ଟିମରେ ପଶିଲା କରୋନା । ଟିମ ଇଣ୍ଡିଆର ୪ କ୍ରିକେଟର କରୋନା ଆକ୍ରାନ୍ତ ହୋଇଛନ୍ତି । ଓପନର ଶିଖର ଧାୱନ, ରିଜର୍ଭ ଓପନର ଋତୁରାଜ ଗାଏକୱାଡ, ମିଡିଲ ଅର୍ଡର ବ୍ୟାଟସମ୍ୟାନ ଶ୍ରେୟସ ଆୟାର,ନବଦୀପ ସଇନି ପଜିଟିଭ ଚିହ୍ନଟ ହୋଇଛନ୍ତି । ଖେଳାଳୀଙ୍କ ସହ ୩ ସପୋର୍ଟିଂ ଷ୍ଟାଫ ମଧ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଛି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖେଳାଳି ଓ ସପୋର୍ଟିଂ ଷ୍ଟାଫ ସମସ୍ତ ୭ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ପୁଣି କୋଭିଡ ଟେଷ୍ଟ ପରେ ଚୂଡାନ୍ତ ନିଷ୍ପତ୍ତି ନେବେ ବିସିସିଆଇ । ଏମାନେ ଏକ ସପ୍ତାହ ସଙ୍ଗରୋଧରେ ରହିବେ,ତେଣୁ ପ୍ରଥମ ଦିନିକିଆ ମ୍ୟାଚ ଖେଳିବା ସମ୍ଭାବନା ନାହିଁ । ସେମାନଙ୍କ ସ୍ଥାନରେ ଏମ ଶାହାରୁଖ ଖାନ,ଆର ସାଇକିଶୋର, ରିଷି ଧାୱନଙ୍କୁ ସୁଯୋଗ ମିଳିପାରେ ।

ଭାରତୀୟ ଦଳ ଖେଳାଳି ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଏଠାରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଆସନ୍ତା ୬ ତାରିଖରେ ଅହମ୍ମଦାବାଦରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ତିନି ମ୍ୟାଚର ଦିନିକିଆ ସିରିଜ ପାଇଁ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ ୧୮ ଜଣିଆ ଦଳ ଘୋଷଣା କରିଥିଲା । ପରେ ଦଳରେ ଆଉ ଦୁଇ ଜଣ ଖେଳାଳିଙ୍କୁ ରିଜର୍ଭ ଭାବେ ସାମିଲ କରାଯାଇଛି । ତେବେ ଏମିତି ସ୍ଥିତିରେ ବିସିସିଆଇ କଣ ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.