ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

0

ରାଜ୍ୟରେ ଓ ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୩ହଜାର ୬୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨୧୧୫ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୫୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୫୧୫ ଜଣ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୭୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୩୪୬,କଟକରୁ ୩୨୯, କେନ୍ଦ୍ରାପଡାରୁ ୧୪୯ ମାମଲା ସାମନାକୁ ଆସିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୪୦୫ରେ ପହଞ୍ଚିଛି । ଏଥିମଧ୍ୟରୁ ୩୫,୩୦୬ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୨୧୫୩୮୦ ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ଗତ ୨୪ ଘ ।ରେ ୧ ଲକ୍ଷ ୭୨ ହଜାର ୪୩୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ୬.୮ ପ୍ରତିଶତ ବଢିଲା ଦୈନିକ ସଂକ୍ରମଣ । ଦିନକରେ ଦେଶରେ କରୋନାରେ ହଜାରେ ୧୦୦୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ୬ ଦିନ ପରେ ଭାରତରେ ମୃତ୍ୟୁ ସଂଖ୍ୟା ସାମାନ୍ୟ କମିଛି । ବୁଧବାର ଦେଶରେ ୧୭୩୩ ଲୋକ କରୋନାରେ ଆଖି ବୁଜିଥିଲେ । ଏହା ପୂର୍ବରୁ ମଙ୍ଗଳବାର ୧୧୯୨,ସୋମବାର ୯୫୯ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୮ ହଜାର ୯୮୩କୁ ବୃଦ୍ଧି ପାଇଛି । ଦେଶରେ ଗତ ୨୪ ଘ ।ରେ ୨,୫୯, ୧୦୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରହିଛି ୧୫ ଲକ୍ଷ ୩୩ ହଜାର ୯୨୧ । କର୍ଣ୍ଣାଟକରେ ଦିନରେ୨୦ ହଜାର ୫୦୫ ନୂଆ ମାମଲା ଆସିଛି । ଏବଂ ୪୦ ହଜାର ୯୦୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ତାମିଲନାଡୁରୁ ୧୪ ହଜାର ୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪ ହଜାର ୫୭୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.