ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

0

ପୁଣି ପଦାରେ ପଡିଲା ଚୀନର ମିଛ । ପୂର୍ବ ଲଦାଖ ଗଲୱାନ ଘାଟିରେ ଜୁନ ୨୦୨୦ରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସଂଘର୍ଷରେ କର୍ଣ୍ଣେଲ ସନ୍ତୋଷ ବାବୁ ସମେତ ଭାରତର ୨୦ ଯବାନ ସହିଦ ହୋଇଥିଲେ । କିନ୍ତୁ ଚୀନ ନିଜ ସୈନିକଙ୍କ ମୃତ୍ୟୁକୁ ଲୁଚାଉଥିବା ଅଭିଯୋଗ ହୋଇଆସୁଥିଲା । ଏବେ ଏହି ମାମଲାରେ ବଡ଼ ଖୁଲାସା ହୋଇଛି । ଭାରତ ସହ ହୋଇଥିବା ସଂଘର୍ଷରେ ଚୀନର ୩୮ ସୈନିକ ନଦୀରେ ଭାସିଯାଇଥିବା ଜଣାପଡିଛି । ତେବେ ଚୀନ କେବଳ ତାର ୪ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ମାନିଥିଲା । ଅଷ୍ଟ୍ରେଲିଆର ନ୍ୟୁଜପେପର ‘ଦ କ୍ଲାସକନ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି । ‘ଗଲୱାନ ଡିକୋଡେଡ’ନାଁରେ ଛପା ଯାଇଥିବା ଏହି ରିପୋର୍ଟକୁ ଇଣ୍ଡିପେଣ୍ଡେଂଟ ସୋସିଆଲ ମିଡିଆ ରିସଚର୍ସ ଟିମ ପ୍ରସ୍ତୁତ କରିଛନ୍ତି । ଏଥିରେ କୁହାଯାଇଛି ଯେ, ସଂଘର୍ଷ ବେଳେ ଚୀନର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ)ର ବହୁ ଯବାନ ନଦୀରେ ଭାସିଯାଇଥିଲେ ।

ଅଷ୍ଟ୍ରେଲିଆ ମିଡିଆର ଏହି ରିପୋର୍ଟ ପୁଣି ଥରେ ଚୀନର ମିଥ୍ୟାକୁ ପଦାରେ ପକାଇଦେଇଛି । ରିପୋର୍ଟରେ କୁହାଯାଇଛି ଯେ, ସେହି ରାତିରେ ବାସ୍ତବରେ କଣ ପାଇଁ ସଂଘର୍ଷ ହୋଇଥିଲା । କେଉଁ କାରଣରୁ ସଂଘର୍ଷ ହୋଇଥିଲା । ବେଜିଂ ଦ୍ୱାରା ଏହା ବିଷୟରେ ଅନେକ ତଥ୍ୟ ଲୁଚି ରହିଥିଲା । ଚୀନ କିନ୍ତୁ ବିଶ୍ୱକୁ ମନଗଢା କାହାଣୀ କହିଥିଲା । ଚୀନ ଅଧିକାରୀ ଅନେକ ବ୍ଲଗ ଓ ପୃଷ୍ଠା ଗୁଡିକୁ ହଟାଇ ଦେଇଛନ୍ତି । ଜୁନ ୨୦୨୦ରେ ଗଲୱାନରେ ଭାରତ ଓ ଚୀନ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଉଭୟ ଦେଶ ଏହିପରି ଭାବେ ମୁହାଁମୁହିଁ ହୋଇଥିଲେ ।

Leave A Reply

Your email address will not be published.