ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଖୋଲିଲା ଦିଲ୍ଲୀ..ସୋମବାରରୁ ଶ୍ରେଣୀଗୃହ ପାଠପଢା

0

କରୋନା ସଂକ୍ରମଣ ହ୍ରାସ ହେଉଥିବାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା କୋହଳ କରୁଛନ୍ତି । ଓଡିଶା ପରେ ଦେଶର ରାଜଧାନୀ ଦିଲ୍ଲୀରେ ଆସନ୍ତା ୭ ତାରିଖରୁ ଅର୍ଥାତ ସୋମବାରରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ୭ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ଏହା ପରେ ୧୪ ତାରିଖରୁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସ୍କୁଲ ଯିବେ । ଏହା ସହ ନାଇଟ କର୍ଫ୍ୟୁ ସମୟକୁ କୋହଳ କରାଯାଇଛି । ଏଣିକି ଦିଲ୍ଲୀରେ ରାତି ୧୧ରୁ ଭୋର ୫ଯାଏଁ କର୍ଫ୍ୟୁ ଲାଗିବ । ପୂର୍ବରୁ ରାତି ୧୦ରୁ ନାଇଟ କର୍ଫ୍ୟୁ ଲାଗୁଥିଲା । ସ୍କୁଲ ସହିତ କଲେଜ, ଜିମ୍‌, ସ୍ପା, କୋଚିଂ ସେଂଟର ସୁଇମିଂ ପୁଲ ମଧ୍ୟ କଟକଣା ଭିତରେ ଖୋଲାଯିବ । ସମସ୍ତ ଶିକ୍ଷାନୁଷ୍ଠାନରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ସ୍କୁଲ ଖୋଲିଲେ ମଧ୍ୟ ଟିକା ନନେଇଥିବା ଶିକ୍ଷକଙ୍କୁ କ୍ଲାସ କରିବାକୁ ଅନୁମତି ମିଳିବ ନାହିଁ । ମାସ୍କ ପିନ୍ଧିବା ନିୟମ ଉପରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି । କାରରେ ଏକୁଟିଆ ଯାଉଥିଲେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ । ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଶତ ପ୍ରତିଶତ କ୍ଷମତାରେ ଚାଲିବ । କଟକଣା କୋହଳ ନେଇ ଉପୁମଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.