ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

0

ବିଶ୍ୱରେ ସେୟାର ମାର୍କେଟ ଲଗାତର ହ୍ରାସ ପାଇବାରୁ ଅରବପତିଙ୍କ ସମ୍ପତ୍ତି ଉପରେ ମଧ୍ୟ ଏହା ବଡ଼ ପ୍ରଭାବ ପକାଇଛି । ଏଥିପାଇଁ ଅରବପତିଙ୍କ ରୢାକିଙ୍ଗରେ ପରିବର୍ତ୍ତନ ହୋଇଛି । ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି ଗୌତମ ଅଦାନୀ । ବିଶ୍ୱର ୧୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ଗୌତମ ଅଦାନୀ ଦଶମ ସ୍ଥାନରେ ଅଛନ୍ତି । ଫୋବର୍ସ ରିୟଲ ଟାଇମ ତାଲିକା ଅନୁସାରେ, ଗୌତମ ଅଦାନୀ ୯୦ ବିଲୟନ ଡଲାର ସହ ଦଶମ ସ୍ଥାନରେ ରହିଛନ୍ତି । ତାଙ୍କର ଗତ ୨୪ ଘଣ୍ଟା ରେ ତାଙ୍କର ୬୭୨ ମିଲିୟନ ଡଲାର କମ ହୋଇଥିଲେ ମଧ୍ୟ ଅନ୍ୟ ଅରବପତିଙ୍କ ଅଧିକ କ୍ଷତି ହୋଇଛି । ଦୀର୍ଘ ଦିନରୁ ଭାରତ ଓ ଏସିଆର ସବୁଠୁ ଧନୀ ବ୍ୟକ୍ତି ଥିବା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗତ ଗୋଟିଏ ଦିନରେ ୨.୨ ବିଲିୟନ ଡଲାର କମ ହୋଇଯାଇଛି ।

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଭାବେ ଏଲନ ମସ୍କ ୨୨୩.୩ ବିଲିୟନ ଡଲାର ସହ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି । ଆମାଜନ ମାଲିକ ଜେଫ ବେଜୋସଙ୍କ ସ୍ଥାନ ତୃତୀୟକୁ ଖସି ଆସିଛି । ବେଜୋସଙ୍କ ପାଖରେ ରହିଛି ୧୬୪.୮ ବିଲିୟନ ଡଲାର । ବେରନାଡ ଅରନୌଲଟ ଆଣ୍ଡ ଫ୍ୟାମିଲି ୧୯୩.୬ ବିଲିୟନ ଡଲାର ସହ ଦ୍ୱିତୀୟ ଧନୀ ବ୍ୟକ୍ତି ଅଛନ୍ତି । ଫେସବୁକର ମାର୍କ ଜୁର୍କରବର୍ଗଙ୍କୁ ସବୁଠୁ ଅଧିକ କ୍ଷତି ହୋଇଛି । ଜୁକରବର୍ଗଙ୍କ ସମ୍ପତ୍ତି ୨୬ ପ୍ରତିଶତ କମ ହେବା ଯୋଗୁ ବିଶ୍ୱର ଧନୀ ତାଲିକାରେ ୧୨ ନମ୍ବର ସ୍ଥାନରେ ଅଛନ୍ତି ।

Leave A Reply

Your email address will not be published.